Utkarsh Odisha 2025: ଆଜିଠୁ ଦୁଇଦିନ ପାଇଁ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକେ

ଆଜିଠୁ ଦୁଇ ଦିନ ପାଇଁ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକେ । ଜନସାଧାରଣଙ୍କ ଲାଗି ସମ୍ମିଳନୀ ଅବଧିକୁ ଦୁଇ ଦିନ ପାଇଁ ବଢ଼ାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବଢ଼ିଲା ଉତ୍କର୍ଷ ଓଡିଶା ଅବଧି ।

ଆଜିଠୁ ଦୁଇ ଦିନ ପାଇଁ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକେ । ଜନସାଧାରଣଙ୍କ ଲାଗି ସମ୍ମିଳନୀ ଅବଧିକୁ ଦୁଇ ଦିନ ପାଇଁ ବଢ଼ାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ପର୍ଯ୍ୟନ୍ତ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀକୁ ବୃଦ୍ଧି କରାଯାଇଛି । ଦୁଇଦିନ ଧରି ଭୁବନେଶ୍ବର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଚାଲିଥିଲା । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଦେଶର ବିଶିଷ୍ଟ ଶିଳ୍ପପତି ଓ ଶିଳ୍ପ ସଂସ୍ଥା ମୁଖିଆଙ୍କୁ ନେଇ ୨ ଦିନର ନିବେଶ ମହାକୁମ୍ଭରେ ରାଜ୍ୟକୁ ଆଶାତୀତ ପୁଞ୍ଜି ଆସିବାର ବିଶାଳ ସମ୍ଭାବନା ସୃଷ୍ଟି ହୋଇଛି ।

ଅପରପକ୍ଷରେ ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା ଫଳରେ ଶକ୍ତି (Energy), ଫୁଡ୍ ପ୍ରୋସେସିଂ,ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ବହୁ କଂପାନୀ ଓଡ଼ିଶାମୁହାଁ ହୋଇଛନ୍ତି । ପୂର୍ବରୁ ଉତ୍କର୍ଷ ଓଡ଼ିଶା ଓ ମେକ ଇନ ଓଡ଼ିଶା କନକ୍ଲେଭ୍ ଦୁଇ ଦିନ ଆୟୋଜିତ ହେବାପାଇଁ ସ୍ଥିର ହୋଇଥିଲା । ତେବେ ସାଧାରଣ ଲୋକଙ୍କ ପରିଦର୍ଶନ ଲାଗି ସମ୍ମିଳନୀକୁ ଆଉ ଦୁଇ ଦିନ ପାଇଁ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ: ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ; ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍...

ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜିର ବର୍ଷା ହୋଇଛି । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି । ଏହାଦ୍ୱାରା ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦେଶର ବିଶିଷ୍ଟ ଶିଳ୍ପପତି ଓ ଶିଳ୍ପ ସଂସ୍ଥା ମୁଖିଆଙ୍କୁ ନେଇ ୨ ଦିନର ନିବେଶ ମହାକୁମ୍ଭରେ ରାଜ୍ୟକୁ ଆଶାତୀତ ପୁଞ୍ଜି ଆସିବାର ବିଶାଳ ସମ୍ଭାବନା ସୃଷ୍ଟି ହୋଇଛି । ଏପଟେ ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସମୟସୀମା ବୃଦ୍ଧିହେବା ଫଳରେ ଏହି ପ୍ରଦର୍ଶନୀ ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଅଧିକ ପଢ଼ନ୍ତୁ: ଲୋଭ ସାଜିଲା କାଳ, ଅନଲାଇନ ଟ୍ରେଡିଂ ନାମରେ ୪ କୋଟି ଲୁଟିନେଲେ ଠକ