• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମା’-ପୁଅ ସମ୍ପର୍କରେ ଲାଗିଲା କଳଙ୍କ । ପାଳିତ ପୁଅ ସହ ପାପ ସମ୍ପର୍କ ରଖୁଥିଲା ମା’ । ବାହାରେ ଅନ୍ୟ କେହି ଜାଣିବା ଭୟରେ ମା’–ପୁଅ ମିଶି ବାପାକୁ କଲେ ହତ୍ୟା । ଏ ଘଟଣା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରୁଥିବ । ଏ ମା’-ପୁଅଙ୍କ ଉପରେ ନିଶ୍ଚୟ ଘୃଣା ଆସୁଥିବ । ହେଲେ ଏମାନେ କାମନା ନିଆଁରେ ଏମିତି ଅନ୍ଧ ହୋଇଯାଇଥିଲେ ଯେ, ସବୁ କିଛି ଛାରଖାର କରିଦେଲେ । ମା’-ପୁଅ ପରି ପବିତ୍ର ସମ୍ପର୍କରେ ଲଗାଇଲେ କଳଙ୍କର ଦାଗ ।

ସେଦିନ ଥିଲା ନଭେମ୍ବର ୧୫ ତାରିଖ । ମନୋଜଙ୍କ ମୃତଦେହ ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଆଉ ଏପରି ମୃତ୍ୟୁର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମନୋଜଙ୍କ ସ୍ତ୍ରୀ ଆଉ ଅନ୍ୟମାନଙ୍କୁ ପଚରାଉଚରା କରିଥିଲା । ପୋଲିସର ସନ୍ଧାନ ପରେ ଯାହା ସତ ପଦାକୁ ଆସିଥିଲା ସମସ୍ତଙ୍କୁ ତାଜୁବ କରିଦେଇଥିଲା ।

ଅଧିକ ପଢନ୍ତୁ: ଦିଲ୍ଲୀ ବାୟୁରେ ପ୍ରବଳ ବିଷ ! ଦୈନିକ ୫୦ ସିଗାରେଟ୍‌ ପିଉଛନ୍ତି ଦିଲ୍ଲୀବାସୀ !!

ପୁଲିସ ପଚରାଉଚରା କରିବା ପରେ ଉଭୟ ମୃତ ମନୋଜଙ୍କ ସ୍ତ୍ରୀ ଓ ୨୩ ବର୍ଷୀୟ ପୋଷ୍ୟ ପୁତ୍ର ସବୁ ସତ କଥା କହିଦେଇଥିଲେ । ସେଦିନ ରାତିରେ ମନୋଜଙ୍କ ସ୍ତ୍ରୀ ତାଙ୍କ ପୋଷ୍ୟ ପୁତ୍ର ରାହୁଲଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ସବୁ ଘଟଣା ନିଜେ ଦେଖିନେଇଥିଲେ ମନୋଜ । ମନୋଜ ଏହା ଜାଣିବା ପରେ କଥା ପ୍ରଘଟ ହେବା ଭୟରେ ଉଭୟ ମା’-ପୁଅ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ।

ଖାଲି ସେତିକି ନୁହେଁ, ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ଅଢ଼େଇ ଲକ୍ଷ ଟଙ୍କା ସୁପାରି ଦେବେ ବୋଲି ଡିଲ୍ କରିଥିଲେ । ଡିଲ୍ ଅନୁସାରେ ଆଗୁଆ ୨୭ ହଜାର ଟଙ୍କା ମଧ୍ୟ ଦେଇଥିଲେ । ଟଙ୍କା ପାଇବା ପରେ ହତ୍ୟାକାରୀ ଜଣକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ ଆଗରେ ସବୁ ସତ ଓଗାରିଛନ୍ତି ଉଭୟ ଅଭିଯୁକ୍ତ ।

ଉତ୍ତର ପ୍ରଦେଶର ଇଟାୱାରରୁ ଏହି ଘଟଣା ସାମ୍ନାକୁ ଆସିଛି । ହତ୍ୟାକାଣ୍ଡ ସ୍ଥାନରୁ ପୋଲିସ ଧାରୁଆ ଅସ୍ତ୍ର ଜବତ କରିଛି । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ହତ୍ୟାକୁ ନେଇ ସମସ୍ତ ଅଭିଯୁକ୍ତଙ୍କୁ ଆହୁରି ପଚରାଉଚରା କରୁଛି ।

ଅଧିକ ପଢନ୍ତୁ: ଲୋକଙ୍କ ସ୍ୱାର୍ଥକୁ ଭୁଲି କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା! ପୋତା ଚାଲିଛି ଶିଳ୍ପାନୁଷ୍ଠାନ ପାଉଁଶ

OTV is now on Whatsapp

Join and get latest news update delivered to you via whatsapp

Join Now