Advertisment

DGP Conference: ଡିଜିପି ସମ୍ମିଳନୀର ଶେଷ ଦିନ; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ପ୍ରସ୍ତୁତ ହେବ ରୋଡମ୍ୟାପ୍

ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଆଜି ଉଦଯାପନୀ ଦିବସ। ଭୁବନେଶ୍ବର ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଶେଷ ଦିନ। ଆଜି ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ମାଓ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍।

DGP Summit

DGP Summit

Advertisment

ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଆଜି ଉଦଯାପନୀ ଦିବସ। ଭୁବନେଶ୍ବର ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଶେଷ ଦିନ। ଆଜି ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ମାଓ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍। ଆଜି ବି ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି।

Advertisment

ଗତକାଲି ମହାମେଳିର ଦ୍ବିତୀୟ ଦିବସରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ ହୋଇଛି। ସୁରକ୍ଷା ଏବଂ ପୋଲିସ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଗତ ୨ଦିନ ଧରି ଆଭ୍ୟନ୍ତରୀଣ ସୁରକ୍ଷା ସହ ଆତଙ୍କବାଦ ଓ ନକ୍ସଲ ପ୍ରସଙ୍ଗରେ ହୋଇଛି ମାନସ ମନ୍ଥନ। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଂଜଗୁଡ଼ିକର କିପରି କରିବେ ସାମନା, ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍, ମାଓ ସମସ୍ୟାରୁ ନେଇ ନାର୍କୋଟିକ୍ସ, ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା, ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଚାର ବିମର୍ଶ ହେବ।

ଯୋଗ ସେସନ୍ ରୁ ଆରମ୍ଭ ହୋଇଥିଲା ଡିଜିପି ସମ୍ମିଳନୀର ଦ୍ବିତୀୟ ଦିନ। ଯାହା ସକାଳ ସାଢ଼େ ୬ଟାରୁ ୭ଟା ଯାଏଁ ଚାଲିଥିଲା। ଏହାପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦି ଲୋକସେବା ଭବନରେ ପହଞ୍ଚିବା ପରେ ସାଢ଼େ ୮ଟାରୁ ଆରମ୍ଭ ହୋଇଥିଲା ସମ୍ମିଳନୀ। ଟପିକ୍ ୱାରି ପ୍ରେଜେଣ୍ଟେସନ୍ ଭିତରେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇଥିଲେ ଟପ୍ କପ୍।

Advertisment

ଉଦଘାଟନୀ ଦିବସରେ ଦେଶର ପୂର୍ବ ସୀମାରେ ସୁରକ୍ଷା ଚାଲେଞ୍ଜ, ଅନୁପ୍ରବେଶ ସମସ୍ୟା, ଅର୍ବାନ ପୋଲିସିଂ ସହ ଅନ୍ତର୍ଜାତୀୟ ସୀମା ସୁରକ୍ଷା ଉପରେ ଫୋକସ ସହ ଶୂନ୍ୟ ସହନଶୀଳ ନୀତି ଉପରେ ଗୁରୁତ୍ବାରୋପ କରିଥିଲେ ଶାହ। ମାଓବାଦ ଦମନ କ୍ଷେତ୍ରରେ ବିଭିନ୍ନ ରାଜ୍ୟର ମଡ଼େଲ୍ ଉପରେ ଆଲୋଚନା ସହ ବିତର୍କ ବି ହୋଇଥିଲା। ତେବେ ଗତକାଲିର ପ୍ରଧାନମନ୍ତ୍ରୀଙ୍କ ପାଠଶାଳା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହସ ହସରେ ମଞ୍ଜ କଥା । ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା ।

ଅଧିକ ପଢ଼ନ୍ତୁ: DGP Conference: ଡିଜିପି ସମ୍ମିଳନୀରେ ମୋଦିଙ୍କ ଉପସ୍ଥିତିରେ ମାନସ ମନ୍ଥନ; ଏପଟେ ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କୀ ପନ୍ନୁ ଧମକର ତନାଘନା...

Advertisment

ରାଜନୈତିକ ଜୀବନୀର କାହାଣୀ କହି ଦେଲେ ଗୁରୁମନ୍ତ୍ର । ମିଶନ-୩୬ ଆଉ ଭିଜନ-୩୬ ପାଇଁ ବତାଇଲେ ବାଟ । ଝିଅ ଓ ବୋହୂ କଥା କହି ଆଚରଣ ଉଚ୍ଚାରଣ ସଜାଡ଼ିବାକୁ ଦେଲେ ପରାମର୍ଶ । ଶୁକ୍ରବାର ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ, କାର୍ଯ୍ୟକର୍ତ୍ତା ଏବଂ ଲୋକଙ୍କ ସହ ଯୋଡ଼ି ହୋଇ ରୁହ । ଅଭିଯୋଗ ଶୁଣ । ଏମିତିକି ତୁମକୁ ଭୋଟ୍ ଦେଇନଥିବା ଲୋକଙ୍କ କଥା ବି ବୁଝ । ଟ୍ରାନ୍ସଫର ବଦଳିକୁ ଗୁରୁତ୍ୱ ନ ଦେଇ ଲୋକଙ୍କ କାମରେ ମନ ଦିଅ । ଫୋନରେ କାହାକୁ ଗଳି ଦିଅନି, ସଂଯମତା ରଖ । ଗାଳି ଦେଲେ, ଚିଡ଼ିଲେ ସୁଶାସନ ହୁଏନି ।

ଝିଅ-ବୋହୂ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ ବାପଘରେ ଝିଅକୁ କେହି ଦେଖନ୍ତିନି, କିନ୍ତୁ ବୋହୂ ହେବା ପରେ ସମସ୍ତଙ୍କ ନଜର ତା ଉପରେ ରୁହେ । ଜିତିବା ପରେ ଏବେ ନିର୍ବାଚନ ମଣ୍ଡଳୀ ସହ ସମସ୍ତଙ୍କ ଆଖି ତୁମ ଉପରେ । ତେଣୁ ଆଚରଣ ଆଉ ଉଚ୍ଚାରଣ ଠିକ୍ କର । ଏମିତିକି, କେବଳ ଫାଇଲ୍ ଦସ୍ତଖତ ବେଳେ ମୁଁ ପ୍ରଧାନମନ୍ତ୍ରୀ ବାକି ସମୟ ମୁଁ କାର୍ଯ୍ୟକର୍ତ୍ତା ଭାବେ ବୋଲି କହିଥିଲେ ମୋଦି । ବିଜେପିର ଭିଜନ ୨୦୩୬କୁ ଲୋକଙ୍କ ପାଖରେ ରଖ । ବିଜେପି ୨୦୩୬ ଯାଏଁ କ୍ଷମତାରେ ରହିଲେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମିରେ କେଉଁ ପରିବର୍ତ୍ତନ ଆଣିବ ଲୋକଙ୍କ ପାଖରେ ପହଞ୍ଚାଅ ।

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ୍ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର, ଜାଣନ୍ତୁ କେବେଠୁ ହେବ ଲାଗୁ...

Bhubaneswar DGP PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ