Advertisment

Politics: ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ଼, ଶତ୍ରୁତା ଭୁଲି ଉଦ୍ଧବ ଭେଟିଲେ ଫଡନାଭିସଙ୍କୁ

ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ମହାୟୁତି ମେଣ୍ଟ ମଧ୍ୟରେ ଅନ୍ତଃକନ୍ଦଳ ବିଶେଷକରି ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ମନ୍ତ୍ରୀପଦ ବଣ୍ଟନ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ନେଇ ଛକାପଞ୍ଝା ଲାଗି ରହିଛି ।

author-image
Tapan Kumar Swain
maharastra

maharastra

ମହାରାଷ୍ଟ୍ରରେ ଘଡିକେ ଘୋଡା ଛୁଟୁଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ କରିବାର ଦିନକ ପରେ ଦୁଇ ଜଣଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ମହାରାଷ୍ଟ୍ର ରାଜନୀତିରେ ଏହି ରୋଚକ ଘଟଣାକ୍ରମ ଦେଖିବାକୁ ମିଳିଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ବିଧାନ ପରିଷଦ ଅଧ୍ୟକ୍ଷଙ୍କ ଅଫିସରେ ସାକ୍ଷାତ କରିଥିଲେ । ଏହି ଦୁଇ ନେତା ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ ।

Advertisment

ଗକତାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଶାସକ ମହାୟୁତି ମେଣ୍ଟରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ ବିଜେପି କୌଣସି ପରିସ୍ଥିତିରେ ୨୦୨୯ ଭିତରେ ବିରୋଧୀ ଆସନକୁ ଯାଉନାହିଁ । ବରଂ ଶିବସେନା (ୟୁବିଟି) ଶାସକ ପକ୍ଷକୁ ଚାଲିଆସନ୍ତୁ ।

ଏହି ନିମନ୍ତ୍ରଣ ରାଜ୍ୟର ରାଜନୈତିକ ପରିବେଶକୁ ଉଷ୍ମ କରିଥିଲା । ଶିବସେନା (UBT) ବର୍ତ୍ତମାନ ବିରୋଧୀ ମେଣ୍ଟ MVA (ମହା ବିକାଶ ଅଘାଡ଼ି)ର ଅଂଶ ଏବଂ ବିଜେପି ସହ ଏହାର ଦୀର୍ଘଦିନର ରାଜନୈତିକ ଶତ୍ରୁତା ରହିଆସିଛି।

Advertisment

ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପରେ ମହାୟୁତି ମେଣ୍ଟ (ବିଜେପି, ଶିବସେନା-ଏକନାଥ ସିନ୍ଦେ ଗୋଷ୍ଠୀ, ଏନସିପି-ଅଜିତ ପାୱାର ଗୋଷ୍ଠୀ) ବିପୁଳ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଛି। ଗତ ଡିସେମ୍ବର ୫ ତାରିଖରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ମହାୟୁତି ମେଣ୍ଟ ମଧ୍ୟରେ ଅନ୍ତଃକନ୍ଦଳ ବିଶେଷକରି ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ମନ୍ତ୍ରୀପଦ ବଣ୍ଟନ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ନେଇ ଛକାପଞ୍ଝା ଲାଗି ରହିଛି ।

ଫଡନାଭିସ୍‌ଙ୍କ ଉଦ୍ଧବ ଠାକରେଙ୍କୁ ଆମନ୍ତ୍ରଣ ଏକ ରାଜନୈତିକ ଚାଲ ଭାବେ ଦେଖାଯାଉଛି । ମହାୟୁତି ମେଣ୍ଟ ଭିତରର ଅସ୍ଥିରତାକୁ ନିୟନ୍ତ୍ରଣ କରିବା ସହ ଶିବସେନା (UBT)କୁ ବିରୋଧୀ ମେଣ୍ଟରୁ ଖସାଇବାର ଏହା ଉଦ୍ଦେଶ୍ୟ ହୋଇପାରେ ।

ଦେବେନ୍ଦ୍ର ଫଡନାଭିସ୍ ଉଦ୍ଧବ ଠାକରେଙ୍କୁ କହିଥିଲେ “ଯଦି ଆପଣ ଆସିବାକୁ ଚାହାଁନ୍ତି, ଆମେ ଆପଣଙ୍କୁ ସ୍ୱାଗତ କରିବୁ। ଆମେ ଏହାକୁ ସ୍ୱତନ୍ତ୍ର ଭାବେ ବିଚାର କରିବୁ।” ଏହି ମନ୍ତବ୍ୟ ମହାୟୁତି ମେଣ୍ଟରେ ଶିବସେନା (UBT)ର ସମ୍ଭାବ୍ୟ ସାମିଲ ନେଇ ଚର୍ଚ୍ଚାକୁ ଜୋରଦାର୍ କରିଛି । ଫଡନାଭିସ୍‌ଙ୍କ ଏହି ବୟାନ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ଚାଲିଥିବା ଛକାପଞ୍ଝା ମଧ୍ୟରେ ଆସିଛି । କାରଣ ସିନ୍ଦେ ଗୋଷ୍ଠୀ ଅଧିକ ମନ୍ତ୍ରୀପଦ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରୁଛନ୍ତି।

ଏନସିପି (ଅଜିତ ପାୱାର) ମୁଖ୍ୟ ଅଜିତ ପାୱାର ଫଡନାଭିସ୍‌ଙ୍କ ମୁଖ୍ୟମନ୍ତ୍ରୀ ପଦକୁ ସମର୍ଥନ କରିଛନ୍ତି ଏବଂ ମହାୟୁତିରେ ରହିବାକୁ ପ୍ରତିବଦ୍ଧ ଅଛନ୍ତି। ସେ ମନ୍ତ୍ରୀପଦ ବଣ୍ଟନରେ ସନ୍ତୁଷ୍ଟ ଥିବା ଜଣାପଡ଼ିଛି।

କଂଗ୍ରେସ ଓ ଏନସିପି (ଶରଦ ପାୱାର) ନେତାମାନେ ଫଡନାଭିସ୍‌ଙ୍କ ଏହି ନିମନ୍ତ୍ରଣକୁ “ରାଜନୈତିକ ଚାଲ” ଭାବେ ବର୍ଣ୍ଣନା କରିଛନ୍ତି। ସେମାନେ ମନେ କରୁଛନ୍ତି ଯେ ଏହା MVAର ଏକତାକୁ ଭାଙ୍ଗିବାର ଉଦ୍ଦେଶ୍ୟ ରଖିଛି।

ଅଧିକ ପଢ଼ନ୍ତୁ: ଜମି ଦୁର୍ନୀତି ମାମଲା: ରବର୍ଟ ଭଦ୍ରାଙ୍କ ନାଁରେ ଇଡିର ଚାର୍ଜସିଟ୍ 

Maharastra Uddhav Thackeray Devendra Fadnavis Politics
Advertisment
Advertisment