Advertisment

POLICE DETAIN: ବନ୍ଧା ପଡ଼ିଲା ପୋଲିସ୍

ନାବାଳିକା ଝିଅର ମୃତଦେହ ଉଦ୍ଧାର କରିଥିଲା ପୋଲିସା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗା

author-image
Prasanjit Ray
ବନ୍ଧା ପଡ଼ିଲା ପୋଲିସ୍

ବନ୍ଧା ପଡ଼ିଲା ପୋଲିସ୍

ସବୁବେଳେ ପୋଲିସ୍ ଗିରଫ କରେ, ପୋଲିସ୍ ହେପାଜତକୁ ନିଏ, ପୋଲିସ୍ ଅଟକ ରଖୋ ହେଲେ ଏଠି ଗିରଫ କରୁଥିବା ବ୍ୟକ୍ତି ଖୋଦ୍ ଅଟକ ରହିଛି, ବନ୍ଧା ପଡ଼ିଛିା ହଁ ଠିକ୍ ଶୁଣିଲେ, ବନ୍ଧା ପଡ଼ିଛନ୍ତି ପୋଲିସ୍ ଅଧିକାରୀା ବଲାଙ୍ଗିର ପାଟଣାଗଡ଼ରେ ହଟହଟା ହୋଇଛନ୍ତି ପୋଲିସ୍ ଫୋର୍ସା ଏକ ମୃତ୍ୟୁ ମାମଲାକୁ ନେଇ ଲୋକଙ୍କ ଅସନ୍ତୋଷ ଏତେ ବଢ଼ିଯାଇଥିଲା କି, ପୋଲିସ୍ କୁ ଅଟକ ରଖିଥିଲୋ ଗାଁ ମଝିରେ ପୋଲିସ ଗାଡିକୁ ଘେରି ଆନ୍ଦୋଳନ କରିଛନ୍ତି ଶତାଧିକ ମହିଳା | ପାଟଣାଗଡ଼ ଆଇଆସିସି ସମେତ ୭ ଜଣକୁ ପ୍ରାୟ ଘଣ୍ଟା ଘଣ୍ଟା ଧରି ଅଟକ ରଖିଛନ୍ତି ଭଇଁସା ଗାଁର ବାସିନ୍ଦା | ଆଜି ଅପରାହ୍ନରେ ମଧୁସୂଦନ ବର୍ଗେଙ୍କ ଘରକୁ ପାଟଣାଗଡ଼ ପୋଲିସ ଝିଅର ମୃତ୍ୟୁ ଘଟଣାରେ ପଚରାଉଚରା କରିବାକୁ ଆସିଥିଲା। ଏହାପରଠୁ ପରିବାର ଓ ସ୍ଥାନୀୟ ଲୋକ ପୋଲିସକୁ ଅଟକ ରଖିଛନ୍ତି | ଗତ ମାସକ ତଳେ ଗାଁରୁ ନାବାଳିକା ଝିଅର ମୃତଦେହ ଉଦ୍ଧାର କରିଥିଲା ପୋଲିସ | ଏହାକୁ ନେଇ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ | ବଲାଙ୍ଗିର ଏସପିଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଜି ଉତକ୍ଷିପ୍ତ ହୋଇ ପୋଲିସ ଗାଡିକୁ ଅଟକ ରଖିଛନ୍ତି ଗ୍ରାମବାସୀ |

Advertisment

ଝିଅକୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତିା ପୋଲିସ୍ ମାମଲାରେ ତଦନ୍ତ କରିବା ପରିବର୍ତ୍ତେ ହଇରାଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତିା ଚାରିଆଡ଼ୁ ପୋଲିସ୍ କୁ ଘେରି ମାମଲାରେ ତଦନ୍ତକୁ ଆଗକୁ ବଢ଼ାଇବାକୁ ଦାବି କରିଛନ୍ତିା ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛିା ଅପରପକ୍ଷେ, ଲୋକେ ଲଗାଇଥିବା ସମସ୍ତ ଅଭିଯୋଗ ଉପରେ ପୋଲିସ୍ ର ପ୍ରତିକ୍ରିୟା ମିଳିପାରିନିା

Police Odisha Police Minor Girl Death Murder
Advertisment
Advertisment