/odishatv-khabar/media/post_attachments/uploadimage/library/16_9/16_9_0/Big_News_1752140885.jpg)
Big News
-ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ। NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ । ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା ।
-କାର୍ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ । ରେଙ୍ଗାଲି ତହସିଲ ଅଫିସ୍ ଛକ ନିକଟରୁ ଜବତ ହେଲା ବିପୁଳ ରୁପା । ଏକ କୁଇଣ୍ଟାଲ ୧୦ କେଜି ରୁପା ଜବତ ହୋଇଥିବା ସୂଚନା । କାର୍ ଭିତରେ ସିକ୍ରେଟ୍ ଚାମ୍ବର୍ କରି ହେଉଥିଲା ଚୋରା ଚାଲାଣ । ଗଞ୍ଜେଇ ଚୋରା ଚାଲାଣ ଯାଞ୍ଚ ବେଳେ ଜବତ କଲେ ଅବକାରୀ ଟିମ୍ । ଝାଡ଼ଖଣ୍ଡ ରାଞ୍ଚିକୁ ହେଉଥିଲା ଚାଲାଣ, ଘଟଣାରେ ୨ ଅଟକ
-ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ କହିଲେ ଯୋଗାଣ ମନ୍ତ୍ରୀ । ଯେତିକି ଗହମ ଆସିଥିଲା ଖାଉଟିଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ଅବସ୍ଥାରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ ।
-ରାଜ୍ୟରେ ପେଟ୍ରୋଲ୍ ମହଜୁଦ ଅଛି, ଅଭାବ ସ୍ଥିତି ହେବ ନାହିଁ । ବୈଠକ ପରେ ପେଟ୍ରୋଲିୟମ୍ ଡିଲର୍ ସଂଘ ସମ୍ପାଦକ ସଞ୍ଜୟ ଲାଠଙ୍କ ସୂଚନା । ଦୁଇ ଦିନ ପାଇଁ ଆବଶ୍ୟକ ପରିମାଣରେ ତେଲ ମହଜୁଦ୍ ଅଛି । ଭୟଭୀତ ହୁଅନ୍ତୁ ନାହିଁ, ତେଲ ଟ୍ୟାଙ୍କର୍ ମୁଭ୍ମେଣ୍ଟ ଚାଲୁ ରହିଛି । କିଛି ସ୍ଥାନରେ ଗାଡ଼ିକୁ ଅଟକାଉଛନ୍ତି, ପୋଲିସ ସହାୟତାରେ ଅଣାଯାଉଛି ।
-ବିଜେଡି ନେତା ରାଜା ଚକ୍ରଙ୍କ ଘରେ ପୁଣି EDର ଚଢାଉ । ଜଗନ୍ନାଥପୁର ସ୍ଥିତ ବାସଭବନରେ EDର ଖୋଳତାଡ଼ । କଡ଼ା ସୁରକ୍ଷା ବଳୟରେ ରାଜାଙ୍କ ଘର ଯାଞ୍ଚ କରାଯାଉଛି ।
-ପୂର୍ବତନ CM ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଲେ । ୨୦୧୯ରେ ବିଜେଡି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ । କାଲି ବିଜେଡିରୁ ଇସ୍ତଫା ଦେଇଥିଲେ, ଆଜି କଂଗ୍ରେସରେ ମିଶିଲେ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମିଶିଲେ ।
-ଧର୍ମଗଡ଼ରେ ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଶଳାଭିଣୋଇଙ୍କ ମୃତ୍ୟୁ । ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଶଳାଭିଣୋଇ ମୃତ । ଜମିରେ ପାଣି ମଡ଼ାଇବା ବେଳେ ମୋଟର୍ରେ ସର୍ଟସର୍କିଟ୍ ।
-ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍କା । ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ସକାଳ ୯ଟା ୪ରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ । ରିକ୍ଟର୍ ସ୍କେଲ୍ରେ ତୀବ୍ରତା ୪.୧ ରେକର୍ଡ ।
-୮ ଦିନରେ ୫ଟି ରାଷ୍ଟ୍ର ଗସ୍ତ କରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ଅବସରରେ ନୂଆ ରେକର୍ଡ କରିଛନ୍ତି ମୋଦି। ବିଦେଶୀ ସଂସଦରେ ୧୭ଟି ଭାଷଣ ଦେଇ ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି
-ଜଗତସିଂହପୁର ସଦର ଥାନା ଯାହାନପୁର ଗାଁରେ ହତ୍ୟାକାଣ୍ଡ । ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ । ମୃତଦେହ ଉଦ୍ଧାର, ଅଭିଯୁକ୍ତ ଦାଦା ଗିରଫ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)