/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752136614.jpg)
Raja Chakra
ପୁଣି ରାଜା ଚକ୍ରଙ୍କ ଘରେ ED । କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କ ଘରେ ପୁଣି EDର ଚଢାଉ । ରାଜାଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନରେ EDର ଟିମ୍ ଖୋଳତାଡ଼ କରୁଛି । କଡ଼ା ସୁରକ୍ଷା ବଳୟରେ ରାଜାଙ୍କ ଘର ଯାଞ୍ଚ କରାଯାଉଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଛନ୍ତି ରାଜାଚକ୍ର। ପୂର୍ବରୁ ରାଜାଙ୍କ ଏକାଧିକ ଠିକଣାରେ ବହୁବାର ଛାପା ମାରି ସାରିଛି ଇଡି । ରାଜା ଚକ୍ର ସହ ଜଡିତ ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ବ୍ରହ୍ମପୁର ଓ ଗୋପାଳପୁରରେ ମଧ୍ୟ ରେଡ କରିଥିଲା ଇଓଡବ୍ଲୁ । ଖାଲି ଏତିକି ନୁହେଁ ଅନେକ ବେନାମୀ ସଂପତ୍ତିର ଖୋଜ ପାଇଥିଲା ତଦନ୍ତକାରୀ ସଂସ୍ଥା ।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇ ଜେଲ୍ରେ ଅଛି ରାଜା ଚକ୍ର । ମେ’ ୧୬ ତାରିଖରେ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଏହାସହ ରାଜାର ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ବି ଖାରଜ ହୋଇଥିଲା । ପରେ କୋର୍ଟରେ ଶୁଣାଣି ହୋଇଥିଲେ ମଧ୍ୟ ରାଜାକୁ ଜାମିନ ମିଳିନାହିଁ ।
ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ଜେଲରେ ଥିବା ବିଜେଡି ନେତା ରାଜା ଚକ୍ରର ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜା ଚକ୍ରର କ୍ରସର ଓ ଷ୍ଟକୟାର୍ଡ ଉପରେ STF ଓ EOWର ଚଢ଼ାଉ ହୋଇଥିଲା ।
୧୧ ଏକର ଜମିରେ ରହିଛି ରାଜା ଚକ୍ରର ବିଶାଳ ଫାର୍ମହାଉସ୍ । ଫାର୍ମ ହାଉସକୁ ଯାଇ ସ୍ଥାନୀୟ ପ୍ରଶାସନ ସହାୟତାରେ ମାପଚୁପ କରିସାରିଛି EOW । ମାପଚୁପ ପରେ ଖୋଲିଛି ରାଜା ଚକ୍ରର ଜବରଦଖଲ ଗୁମର । ମାତ୍ର ୩.୫ ଏକର ଜମି ନିଜ ନାଁରେ ଥିବାବେଳେ ବାକି ୭.୬ ଏକର ସରକାରୀ ଜମି ମାଡ଼ିବସିଥିଲା ରାଜାଚକ୍ର । ସରକାରୀ ଜମିରେ ହୋଇଥିଲା ଚିଲଡ୍ରେନ ପାର୍କ, ଅଲିସାନ ବଙ୍ଗଳା , ସୁଉଚ୍ଚ ତୋରଣ ସାଙ୍ଗକୁ ଆମ୍ବ ବଗିଚା, ପୋଖରୀ, ବିଳାସପୂର୍ଣ୍ଣ କଟେଜ୍ ଓ ପାର୍ଟି ହାଉସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)