Advertisment

Uttarkashi: ପରିସ୍ଥିତି ଭୟଙ୍କର ଓ ବିପଜ୍ଜନକ ଥିଲା, ଲୋକମାନଙ୍କୁ କିଛି ଭାବିବାକୁ ସମୟ ମିଳିନଥିଲା

ଘଟଣାର ପ୍ରତ୍ୟକ୍ଷଦର୍ଶୀ ରୋଶନ କହିଛନ୍ତି, "ପରିସ୍ଥିତି ଭୟଙ୍କର ଓ ବିପଜ୍ଜନକ ଥିଲା। ଘଟଣାଟି ଦିନ ପ୍ରାୟ ୧:୩୦ ସମୟରେ ଘଟିଥିଲା। ଆମେ ହଠାତ୍ ବନ୍ୟାରେ ଅନେକ ଘର ଭାସିଯାଉଥିବା ଦେଖିଲୁ।

author-image
Manasranjan Mohanty
Uttarkashi

Uttarkashi

ବାଦଲଫଟା ବର୍ଷା ଓ ଫ୍ଲାସ ଫ୍ଲଡ ଯୋଗୁ ଛାରଖାର ଉତ୍ତରକାଶୀ । ଉଦ୍ଧାରକାର୍ଯ୍ୟରେ ଭାରତୀୟ ବାୟୁସେନା କାର୍ଯ୍ୟରେ ଲାଗିପଡ଼ିଛି। ବରେଲୀରେ ଥିବା ମି-୧୭ ଓ ଏଏଲଏଚ ଏମକେ-୩ ହାଇ ଆଲର୍ଟରେ ଅଛନ୍ତି । ଆଗ୍ରାରୁ ଏଏନ-୩୨ ଓ ସି-୨୯୫ ଡେରାଡୁନରେ ପହଞ୍ଚିଛି ପ୍ରଭାବିତ ଅଞ୍ଚଳରେ ରେସକ୍ୟୁ ମିଶନ ପାଇଁ। ଆଗ୍ରା ଓ ବରେଲୀରେ ଥିବା ବାୟୁସେନା ଷ୍ଟେସନଗୁଡ଼ିକ ରାତିରେ ସକ୍ରିୟ ରହିଥିଲେ । ରିଲିଫ ଓ ଉଦ୍ଧାର ସାମଗ୍ରୀ ପହଞ୍ଚାଇବା ସହ ଭାରତୀୟ ବାୟୁସେନା ଓ ଭାରତୀୟ ସେନାଙ୍କୁ ଉଦ୍ଧାର ମିଶନ ପାଇଁ ପ୍ରସ୍ତୁତ କରିଛନ୍ତି।

Advertisment

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ହରସିଲର ତଳିଆ ଅଞ୍ଚଳରେ ପହଞ୍ଚି ଆହତ ସେନା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଛନ୍ତି । ଗତକାଲି ବାଦଲ ଫଟା ବର୍ଷା ଓ ମାଟିଧସିବା ଯୋଗୁଁ ସେନା ଶିବିର ପ୍ରଭାବିତ ହୋଇଥିଲା । ଆହତ ସେନା କର୍ମଚାରୀଙ୍କୁ ଚିକିତ୍ସା କେନ୍ଦ୍ରକୁ ବାୟୁମାର୍ଗରେ ନିଆଯାଇଥିଲା ।

Advertisment

ଘଟଣାର ପ୍ରତ୍ୟକ୍ଷଦର୍ଶୀ ସୁମିତ କହିଛନ୍ତି, "ଏହି ବିପର୍ଯ୍ୟୟ ଲୋକମାନଙ୍କୁ ପଳାୟନ କରିବା ପାଇଁ ସମୟ ମଧ୍ୟ ଦେଇନଥିଲା। ଅନେକ ଲୋକ ନିଖୋଜ ଅଛନ୍ତି ଏବଂ ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାଇପାରେ ।ବନ୍ୟା ସର୍ବାଧିକ ୧୦ ସେକେଣ୍ଡ ପାଇଁ ରହିଥିଲା।

ଘଟଣାର ପ୍ରତ୍ୟକ୍ଷଦର୍ଶୀ ରୋଶନ କହିଛନ୍ତି, "ପରିସ୍ଥିତି ଭୟଙ୍କର ଓ ବିପଜ୍ଜନକ ଥିଲା। ଘଟଣାଟି ଦିନ ପ୍ରାୟ ୧:୩୦ ସମୟରେ ଘଟିଥିଲା। ଆମେ ହଠାତ୍ ବନ୍ୟାରେ ଅନେକ ଘର ଭାସିଯାଉଥିବା ଦେଖିଲୁ।

ଗତକାଲି ଅପରାହ୍ନରେ ପ୍ରଳୟଙ୍କରୀ ବିପର୍ଯ୍ୟୟ ଘଟିଥିଲା। ‍ବାଦଲଫଟା ବର୍ଷାରେ ମାତ୍ର ୩୪ ସେକେଣ୍ଡରେ ସବୁ କିଛି ଛାରଖାର ହୋଇଗଲା। ପାଖାପାଖି ୨୦-୨୫ ହୋଟେଲ୍ ଏବଂ ହୋମ୍ ଷ୍ଟେ ଏହି ଅଚାନକ ବନ୍ୟାରେ ଭାସି ଯାଇଛି। ଅନେକ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଏହା ସହିତ, ଲୋକମାନଙ୍କୁ ନଦୀ ଏବଂ ନାଳଠାରୁ ଉପଯୁକ୍ତ ଦୂରତା ବଜାୟ ରଖିବାକୁ ନିବେଦନ କରାଯାଇଛି।

ମୌସୁମୀରେ ଲଗାଣ ବର୍ଷା ବିଭିନ୍ନ ରାଜ୍ୟରେ ଭୟଙ୍କର ବିଭୀଷିକା ଆଣିଛି। ଅନ୍ୟପଟେ ଉତ୍ତରପ୍ରଦେଶରେ ବନ୍ୟା ସଙ୍ଗମ ନଗରୀ ପ୍ରୟାଗରାଜରେ ଧନଜୀବନକୁ କଲବଲ କରିଛି। ପ୍ରୟାଗରାଜ ଓ ଆଖପାଖର ବିଭିନ୍ନ ଅଞ୍ଚଳକୁ ବୁଡ଼ାଇଛି ଗଙ୍ଗା ଓ ଯମୁନା ନଦୀରେ ବଢି। ପ୍ରଭାବିତ ହୋଇଛନ୍ତି ୫ ଲକ୍ଷ ଲୋକ। ୬୦ ହଜାରରୁ ଅଧିକ ବାସଶୂନ୍ୟ ହୋଇଛନ୍ତି।

Uttarakhand Uttarakhand Disaster Flash Flood In Uttarakhand
Advertisment
Related Articles
Advertisment