/odishatv-khabar/media/post_attachments/uploadimage/library/16_9/16_9_0/Saiyaara_1754484260.jpg)
Saiyaara
ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ରୋମାଣ୍ଟିକ ଚଳଚ୍ଚିତ୍ର "ସୈୟାରା" ଆରମ୍ଭରୁ ହିଁ ଏମିତି ମାହୋଲ ବନାଇଥିବା ଅନେକ ଭଲ ଫିଲ୍ମ ବି ବକ୍ସଅଫିସରେ ଫେଲ ମାରିଛନ୍ତି । ପ୍ରଥମେ ତ ଏହା ସହ ରିଲିଜ ହେବାକୁ ଥିବା ଫିଲ୍ମର ଡେଟ୍ ଘୁଞ୍ଚାଇ ଦିଆଯାଇଥିଲା ଆଉ ଯେତେବେଳେ କିଛି ଫିଲ୍ମ ରିଲିଜ ହେଲା କଣ ଅବସ୍ଥା ହେଲା ଜାଣିଥିବେ ।
ସନ ଅଫ ସରଦାର-୨" ଏବଂ "ଧଡ଼କ-୨" ରିଲିଜ ହେଲା, କିନ୍ତୁ ଏହି ଦୁଇଟି ଚଳଚ୍ଚିତ୍ର "ସୈୟାରା"ର କଲେକ୍ସନ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ଏବେ ପରିସ୍ଥିତି ଏପରି ହେଲାଣି ଯେ ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ୫୦୦ କୋଟିରୁ ଅଧିକ ଆୟ କରିଛି ।
ଯଦି ୨୦୨୫ କଥା କହିବା, ତେବେ ଏପର୍ଯ୍ୟନ୍ତ ବହୁତ କମ ବଲିଉଡ ଆକ୍ଟର ଏଭଳି କମାଲ କରିଛନ୍ତି । ୟଶରାଜ ଫିଲ୍ମସର ଟିମ୍ ଅନୁସାରେ, ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ୫୦୭ କୋଟି ଟଙ୍କାର କଲେକ୍ସନ କରିସାରିଛି। ଯୁବ ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରୁଛନ୍ତି ।
ଏକ ରିପୋର୍ଟ ଅନୁସାରେ "ସୈୟାରା" ୩୦୨.୧୦ କୋଟି ଟଙ୍କାର ନେଟ ଆୟ ଏବଂ ୩୬୨.୫୦ କୋଟି ଟଙ୍କାର ଗ୍ରସ ଆୟ କରିଛି। ୧୩୦ କୋଟି ଟଙ୍କାର ୱାଲର୍ଡ ୱାଇଡ୍ କଲେକ୍ସନ ମିଶାଇବା ପରେ "ସୈୟାରା"ର ମୋଟ କଲେକ୍ସନ ୪୯୨.୫୦ କୋଟି ଟଙ୍କା ହୋଇଛି।
ତେବେ ଚଳଚ୍ଚିତ୍ରର ଟିମ୍ ଏକ ପ୍ରେସ ରିଲିଜରେ ଜଣାଇଛନ୍ତି ଯେ "ସୈୟାରା" ୧୮ ଦିନରେ ଭାରତରେ ୩୦୮ କୋଟି ଟଙ୍କାର ନେଟ ଆୟ ଏବଂ ୩୭୬ କୋଟି ଟଙ୍କାର ଗ୍ରସ ଆୟ କରିଛି। ବିଦେଶରୁ ୧୩୧ କୋଟି ଟଙ୍କା ମିଶାଇବା ପରେ ମୋଟ ଆୟ ୫୦୭ କୋଟି ଟଙ୍କା ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)