Advertisment

Tigress Zeenat:: ଭାବର ଡୋରିରେ ବନ୍ଧା ‘ଜିନ୍ନତ’; ମଇଁଷି ସହ କାଟୁଛି ରାତି

ତୁ ବି ଏଇ ଜଙ୍ଗଲର ମୁଁ ବି ଏଇ ଜଙ୍ଗଲର। ଅବଶ୍ୟ ଆମ ଧର୍ମ ଅଲଗା, ଆଉ ଖାଇବାର ଶୈଳୀ ଅଲଗା। ତଥାପି କାଇଁ କେଜାଣି ତୋ ସହ ସାଙ୍ଗ ହବାକୁ ଇଚ୍ଛା ହେଉଛି। ଡରନା... ମୁଁ ତତେ ଖାଇବିନି…।

author-image
Tapaswini Nayak
ଅଦ୍ୟତନ ହୋଇଛି
Zeenat

Zeenat

ତୁ ମୋର ଦୋସ୍ତ, ମୁଁ ତୋର ଦୋସ୍ତ....। ମୁଁ ତୋତେ ଖାଇବିନି ବା...,। କାରଣ, ତୁ ବି ଏଇ ଜଙ୍ଗଲର ମୁଁ ବି ଏଇ ଜଙ୍ଗଲର। ଅବଶ୍ୟ ଆମ ଧର୍ମ ଅଲଗା, ଆଉ ଖାଇବାର ଶୈଳୀ ଅଲଗା। ତଥାପି କାଇଁ କେଜାଣି ତୋ ସହ ସାଙ୍ଗ ହବାକୁ ଇଚ୍ଛା ହେଉଛି। ଡର…ନା ମୁଁ ତତେ ଖାଇବିନି…।

Advertisment

ଏହି ଏନକ୍ଲୋଜର ଆମ ଘର, ଆମେ ସାଙ୍ଗ ହୋଇ ରହିବା, ମିଶି କରି ଚଳିବା। କାହିଁକି ନା ଆମେ ୨ଜଣ ସାଙ୍ଗ ପା....। ଆମ ଭିତରେ ଥିବା ସଂପର୍କ ଖୁବ୍ ନିଆରା.....। ସମ୍ଭବତଃ ଏମିତି କିଛି ଭାବ ଥିବ ବାଘୁଣୀ ଜିନ୍ନତର ଆଖିରେ। ଯାହାକୁ ସେ ମଇଁଷି ଠିକ୍ ପଢ଼ିଛି। ସେଇଥିପାଇଁ ତ ସେ ଆଉ ତାକୁ ଡରୁନି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଦୁହେଁ ଗୋଟାଏ ଖୁଆଡରେ ୨୦ ଦିନ ହେବ ରହୁଛନ୍ତି।

ପଶୁଟିଏ ହେଲେ ବି ବନ୍ଧୁତ୍ୱ ଡୋରିରେ ବାନ୍ଧି ହୋଇ ଯାଇଛି। ଆମେ କହୁଛୁ ବାଘୁଣୀ ‘ଜିନ୍ନତ’ କଥା। ଯାହାକୁ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆଣିଥିଲେ ଓଡ଼ିଶା ସରକାର। ବଢ଼ି ଚାଲିଥିବା ଇନ୍‌ ବ୍ରିଡିଂ କଳାବାଘରେ ବ୍ରେକ୍‌ ଲାଗିବା ପାଇଁ ‘ଜିନ୍ନତ’କୁ ଅଣାଯାଇଥିଲା। ହେଲେ ଦୁର୍ଭାଗ୍ୟକୁ ‘ଜିନ୍ନତ’ ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ରହିବା ପରେ ପଳାଇଗଲା ଝାରଖଣ୍ଡ। ସେଠାରୁ ଚାଲିଗଲା ପଶ୍ଚିମବଙ୍ଗ। ଆଉ ସେଠାରୁ ନ ଆସିବାରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି ‘ଜିନ୍ନତ’କୁ ଶିମିଳିପାଳ ଫେରାଇ ଆଣି ଏନକ୍ଲୋଜରରେ ରଖିଛି।

Advertisment

ଆଜିକୁ ୨୦ଦିନ ହେବ ତା'ର ଖାଦ୍ୟ ପାଇଁ ଏକ ମଇଁଷିକୁ ଏନକ୍ଲୋଜରରେ ଛଡ଼ାଯାଇଥିଲା। ହେଲେ ମଇଁଷିର କିଛି ବି କ୍ଷତି କରିନାହିଁ ‘ଜିନ୍ନତ’। ତାହା ସହ ଏନକ୍ଲୋଜରରେ ରହୁଛି। ଏହି ୨୦ ଦିନ ଭିତରେ ଜିନ୍ମତ ଏନକ୍ଲୋଜରରେ କୁଟୁରା, ହରିଣ ଓ ଛେଳିକୁ ଶିକାର କରି ଖାଇଛି। ହେଲେ ମଇଁଷିର ତିଳେ ହେଲେ କ୍ଷତି କରିନାହିଁ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ୨୭୫୦ କିମି ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମଲତା ରହିଛି। ଏହାଛଡ଼ା ପର୍ଯ୍ୟାପ୍ତ ପରିମାଣରେ ତୃଣଭୋଜୀ ପ୍ରାଣୀ ରହିଛନ୍ତି। ଯାହା ମହାବଳ ବାଘ ପାଇଁ ପ୍ରମୁଖ ଖାଦ୍ୟ। ସେଥିପାଇଁ ଏଠାରେ ୨୭ଟି ମହାବଳ ରହିଛନ୍ତି। ସେହି ୨୭ ମହାବଳ ମଧ୍ୟରେ ୧୩ଟି ଇନ୍‌ ବ୍ରିଡିଂ(ସମବଂଶୀଙ୍କ ମଧ୍ୟରେ ମେଟିଂ) କଳାବାଘ ରହିଛନ୍ତି। ଏହି ପ୍ରଜାତିର ମହାବଳ ବାଘଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍। ତେଣୁ ଏମାନେ ଅଳ୍ପାୟୁ। ଯାହାକି ବଂଶ ଲୋପର କାରଣ ପାଲଟିପାରେ ବୋଲି ଆଶଙ୍କା କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ।

ମହାବଳଙ୍କ ଇନ୍‌ ବ୍ରିଡିଂକୁ ରୋକିବା ପାଇଁ ବନ ବିଭାଗ ତଡବା ଜଙ୍ଗଲରୁ ବାଘୁଣୀ ‘ଜିନ୍ନତ ’ ଓ ’ଯମୁନା’ଙ୍କୁ ଆଣିଥିଲେ। ଅକ୍ଟୋବର ୨୭ ତାରିଖ ସନ୍ଧ୍ୟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶିମିଳିପାଳରେ ପହଞ୍ଚିଥିଲା ‘ଜିନ୍ନତ’। କିଛି ଦିନ ତାଙ୍କୁ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଉପରେ କଡ଼ା ନଜର ରଖାଯାଇଥିଲା।

‘ଜିନ୍ନତ’କୁ ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଛଡ଼ା ଯାଇଥିଲା। ଟ୍ରାକ୍‌ କରିବା ପାଇଁ ତା’ ବେକରେ ରେଡିଓ କଲାର ବନ୍ଧା ଯାଇଥିଲା। ‘ଜିନ୍ନତ’ ଘଞ୍ଚ ଜଙ୍ଗଲକୁ ଗଲା ପରେ ପେଟ ପାଇଁ ପ୍ରଥମେ ଶିକାର କରିଥିଲା। ଖାଇଲା ପରେ କିଛି ଦିନ କୋର ଏରିଆରେ ଘୂରି ବୁଲୁଥିଲା।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା; ଚାଂଚଲ୍ୟକର ବୟାନ ଦେଲେ ସନ୍ତୋଷ ସିଂ ସାଲୁଜା...

ଶିମିଳିପାଳ କୋର ଏରିଆରେ ରହିବା ପରେ ‘ଜିନ୍ନତ ’ବରେହିପାଣୀ ପାଖାପାଖି ଦେଖିବାକୁ ମିଳିଥିଲା। ତା’ପରେ ଶିମିଳିପାଳ ଅଭୟାରଣ୍ୟ ଛାଡ଼ିଥିଲା। ଜାତୀୟ ରାଜପଥ ଅତିକ୍ରମ କରି ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ଜଙ୍ଗଲୀ ରାସ୍ତା ଦେଇ ଝାରଖଣ୍ଡ ପଳାଇ ଯାଇଥିଲା ‘ଜିନ୍ନତ’। ଜାମସେଦପୁର ରେଞ୍ଜର ଚାକୁଳିଆ ଜଙ୍ଗଲରେ ଘୂରି ବୁଲିଥିଲା। ଏ ସମ୍ପର୍କରେ ବନ ବିଭାଗ ଜାଣିବା ପରେ ଝାରଖଣ୍ଡ ବନ ବିଭାଗକୁ ଖବର ଦେଇଥିଲେ। ‘ଜିନ୍ନତ’ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମାଭିମୁଖୀ ହୋଇନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସତର୍କ କରାଇଥିଲା ଝାରଖଣ୍ଡ ବନ ବିଭାଗ। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମାଇକ୍‌ ମାଧ୍ୟମରେ ପ୍ରଚାର କରାଯାଇଥିଲା।

ଝାଡ଼ଖଣ୍ଡରେ କିଛି ଦିନ ରହିବା ପରେ ‘ଜିନ୍ନତ’ ପଶ୍ଚିମବଙ୍ଗ ପଳାଇ ଆସିଥିଲା; ଝାରଗ୍ରାମ, ପୁରୁଲିଆ ଦେଇ ବାଙ୍କୁରା ଜିଲ୍ଲାରେ ଘୂରି ବୁଲୁଥିଲା। ତା’ର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଥିଲେ। ‘ଜିନ୍ନତ’ ଶିମିଳିପାଳ ଫେରୁନଥିବାରୁ ଟ୍ରାଙ୍କୁଲାଇନ୍‌ କରିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ତେଣୁ ଟ୍ରାଙ୍କୁଲାଇଜ୍‌ ପାଇଁ ସ୍ୱତନ୍ତ୍ର ଟିମ୍‌ ବାଙ୍କୁରା ଯାଇଥିଲା। ହେଲେ ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଲୁଚି ଯାଉଥିଲା ‘ଜିନ୍ନତ’।

‘ଜିନ୍ନତ’ ବାଙ୍କୁରାରେ ଥିବା ଜଣାପଡ଼ିଥିଲା। ଏହା ପରେ ଚାରି ପାର୍ଶ୍ୱରୁ ଜାଲ ଘେରାଯାଇଥିଲା। ଗତ ଡିସେମ୍ବର ୩୧ ତାରିଖରେ ତା’ପରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଟ୍ରାଙ୍କୁଲାଇଜ୍‌ ପରେ ‘ଜିନ୍ନତ’କୁ ଜନ୍ତାରେ ପୂରାଇ ଦିଆଯାଇଥିଲା। ତାକୁ ସଙ୍ଗେ ସଙ୍ଗେ ପଶ୍ଚିମବଙ୍ଗର ଆଲିପୁର ଅଭୟାରଣ୍ୟକୁ ନିଆଯାଇଥିଲା। ସେଠାରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ‘ଜିନ୍ନତ’ର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଥିଲା।

ଜାନୁଆରୀ ୧ ତାରିଖ ରାତିରେ ତାକୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଥିଲା। ସେଠାରେ ତାକୁ ଏନକ୍ଲୋଜରରେ ରଖାଯାଇଥିଲା। ‘ଜିନ୍ନତ’ର ଖାଦ୍ୟ ପାଇ ଏକ ମଇଁଷି କୁ ଛଡ଼ା ଯାଇଥିଲା। ହେଲେ ‘ଜିନ୍ନତ’ ମଇଁଷିର କିଛି କରି ନାହିଁ। ତା’ ସାଙ୍ଗରେ ୨୦ ଦିନ ହେବ ରହୁଛି।

ଏହି କୋଡ଼ିଏ ଦିନ ଭିତରେ ଜିନ୍ମତ ଏନକ୍ଲୋଜରରେ କୁଟୁରା ଶିକାର କରିଛି ,ହରିଣ ଶିକାର କରିଛି ,ଛେଳି ଶିକାର କରିଛି ହେଲେ ମଇଁଷିର ତିଳେ ହେଲେ କ୍ଷତି କରିନାହିଁ।। କଥା କହିପାରୁନଥିବା ଏହି ଦୁଇ ଜଙ୍ଗଲୀ ପ୍ରାଣୀଙ୍କ ଦୋସ୍ତି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି।

ଅଧିକ ପଢ଼ନ୍ତୁ: ଇଞ୍ଜିନିଅରିଂ ପଢିବାକୁ ଯାଇଥିଲେ କୋଟା; ଘରକୁ ଫେରିଲା ମୃତଦେହ, ମୁଣ୍ଡ କଚାଡି କାନ୍ଦୁଛି ମା’...

Baripada Similipal Tiger Reserve Simlipal National Park
Advertisment
Advertisment