Advertisment

Tamilians Show Devotion In Lord Jagannath Service: କାଳିଆ ସାଆନ୍ତଙ୍କ ସେବାରେ ତାମିଲ ଭକ୍ତ...

କାଳିଆ ସାଆନ୍ତଙ୍କ ପାଇଁ ଦୟଣା ସେବା କରୁଛନ୍ତି ତାମିଲ ଭକ୍ତ। ଓଡ଼ିଆ ବୁଝୁ ନ ଥିଲେ ବି ଓଡ଼ିଆଙ୍କ ବଡ଼ ଦିଅଁଙ୍କୁ ଭାରି ଭଲ ପାଆନ୍ତି ସିଏ। ଖାସ ସେଇଥିପାଇଁ ସେ ଧାଇଁ ଆସିଛନ୍ତି ସୁଦୂର ତାମିଲନାଡୁରୁ।

author-image
Sujit kumar Swain
Tamilians Show Devotion In Lord Jagannath Service

Tamilians Show Devotion In Lord Jagannath Service

ପାହଡ ତଳି କ୍ଷେତରେ ଶ୍ରଦ୍ଧାର ଅଙ୍କୁର ଆଜି ହସୁଛି। ଦକ୍ଷିଣି ମଣିଷ ଜଣକ ନିଜ ମାଟିଠୁ ଦୂରରେ ଓଡ଼ିଶାର ମାଟିରେ ରୋଇ ଦେଉଛନ୍ତି ଗୋଟି ଗୋଟି ଦୟଣା। କାଳିଆ ସାଆନ୍ତଙ୍କ ସେବାରେ ଲାଗିବ ବୋଲି ଆପଣାର ମାଟିରେ ଭଲ ବଢିଛି ଦୟଣା ଚାରା। ଦକ୍ଷିଣ ଭାରତରେ ଦବନମ ନାଁରେ ପରିଚିତ ଦାମିକା ଗୁଳ୍ମଟି। ଯାହାର ମଞ୍ଜି କିଲ ପିଛା ପାଖାପାଖି ୨୦ ହଜାର। କିନ୍ତୁ ମୋହନ ମହାପ୍ରଭୁଙ୍କ ସେବାରେ ଯୋଗାଇ ଦେଇଛନ୍ତି ଦୟଣା ମଞ୍ଜି ଆଉ ଚାରା। ଓଡ଼ିଆ ବୁଝୁ ନ ଥିଲେ ବି ଓଡ଼ିଆଙ୍କ ବଡ଼ ଦିଅଁଙ୍କୁ ଭାରି ଭଲ ପାଆନ୍ତି ସିଏ । ଖାସ ସେଇଥିପାଇଁ ତ ଶ୍ରଦ୍ଧାରେ ତାଙ୍କ ପାଇଁ ସେ ଧାଇଁ ଆସିଛନ୍ତି ସୁଦୂର ତାମିଲନାଡୁରୁ । ବାଙ୍ଗାଲୋରର ଦୟଣା ଚାଷୀ ହେଉଛନ୍ତି ମୋହନ ସୁନ୍ଦରମ୍। 

Advertisment

ତାଙ୍କ ଖଣ୍ଡି ଖଣ୍ଡି ହିନ୍ଦି ଆଉ ଇଂରାଜୀରୁ ଶୁଣିଲେ ଆପଣ ଠଉରାଇପାରିବେ, ସେ ଶ୍ରଦ୍ଧାରେ ବହୁତ କିଛି କହିବାକୁ ଚାହାନ୍ତି। କିନ୍ତୁ ଭାଷା ବାଧକ ସାଜିଛି। ତଥାପି ମହାପ୍ରଭୁଙ୍କ ସେବାରେ ସେ ଦୀର୍ଘ ୨ ବର୍ଷର ପରିଶ୍ରମ ପରେ କୋରପୁଟରେ ପହଞ୍ଜିଛନ୍ତି। ଜଣେ ଓଡ଼ିଆ ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ଦୟଣା ଚାରା ରୋପଣ କରି ମହାପ୍ରଭୁଙ୍କ ସେବାରେ ନିଜକୁ ସାମିଲ କରିଛନ୍ତି। 

ଅଧିକ ପଢ଼ନ୍ତୁ: ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର; ଅଧା ପିଲାଙ୍କୁ ମିଳୁନି ଚାକିରି

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅତିପ୍ରିୟ ଦୟଣା। ପୂର୍ବରୁ ଏହା ଓଡ଼ିଶାରେ ଭଲ ହେଉଥିଲା। ସେଇଥି ପାଇଁ ଶ୍ରୀମନ୍ଦିର ସେବାରେ ଏହାର ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଆଗ ଭଳି ପର୍ଯ୍ୟାପ୍ତ ମାତ୍ରାରେ ମିଳୁନାହିଁ। ଯାହାକୁ ଅନୁଭବ କରି ବାଙ୍ଗାଲୋରର ଜଣେ ଯୁବକ ଦୟଣା ଚାରା ସଂଗ୍ରହ ଓ ଏହାକୁ ଓଡ଼ିଶାରେ ରୋପଣ କରିବାକୁ ବ୍ୟବସ୍ଥା କରିଛନ୍ତି।

Advertisment

କଟକ ଚୌଦ୍ବାର ଅଞ୍ଚଳର ଦେବଦତ୍ତ ସାହୁ, ଦୟଣାର ସନ୍ଧାନ ପାଇଁ ତାମିଲନାଡୁର ତୋପବନ ଅଞ୍ଚଳକୁ ଯାଇଥିଲେ। ସେଠାରେ ଦୟଣା ଚାଷ ସମ୍ପର୍କରେ ଅବଗତ ହୋଇ, ସ୍ଥାନୀୟ ହର୍ଟିକଲଚର ବିଭାଗ ସହାୟତାରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ଏହାର ପରୀକ୍ଷାମୂଳକ ଚାରା ରୋପଣ ପାଇଁ ବ୍ୟବସ୍ଥା କରିଛନ୍ତି। ଯାହା ସଫଳ ହେଲେ, ଏଠାରେ ଦୟଣା ଶ୍ରୀମନ୍ଦିରକୁ ଯିବ। ପାହାଡ ପର୍ବତ ଘେରା, ସୁନ୍ଦରୀ କୋରାପୁଟର ଛାତି ଉପରେଗଛ ଗୁଡିକ ଭଲ ବଢୁ। ମହାପ୍ରଭୁଙ୍କ ସେବାରେ ଲାଗି ଶ୍ରୀଅଙ୍ଗ ଚଢୁ, କେବଳ ଏତିକି କାମନା ଆମ ସମସ୍ତଙ୍କର।

ଅଧିକ ପଢ଼ନ୍ତୁ ୫ ବର୍ଷ ପରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ, ଗିରଫ ହେଲେ ଚାକରାଣୀ ଓ ସ୍ବାମୀ

Lord Jagannath Special Story
Advertisment
Advertisment