Advertisment

Admission in Higher Education: ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ; କେମିତି କରିବେ ଜାଣନ୍ତୁ...

ଆଜିଠୁ ଯୁକ୍ତ ଦୁଇରେ ନାମଲେଖା ଆବେଦନ ଆରମ୍ଭ ହେବ। ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଚାଲିବ ଅନଲାଇନରେ ଆବେଦନ। ଛାତ୍ରଛାତ୍ରୀମାନେ ସାମ୍ ସ ପୋର୍ଟାଲରେ ଆବେଦନ କରି ପାରିବେ ଓ ନିଜ ମନପସନ୍ଦର କଲେଜକୁ ସିଲେକ୍ଟ କରି ପାରିବେ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Plus two

Plus two

ଆଜିଠୁ ଯୁକ୍ତ ଦୁଇରେ ନାମଲେଖା ଆବେଦନ ଆରମ୍ଭ ହେବ। ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଚାଲିବ ଅନଲାଇନରେ ଆବେଦନ। ଛାତ୍ରଛାତ୍ରୀମାନେ ସାମ୍ ସ ପୋର୍ଟାଲରେ ଆବେଦନ କରି ପାରିବେ ଓ ନିଜ ମନପସନ୍ଦର କଲେଜକୁ ସିଲେକ୍ଟ କରି ପାରିବେ। ଜୁଲାଇ ୭ ତାରିଖରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଏହା ପରେ ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ୍ ପ୍ରକ୍ରିୟା ଚାଲିବ। ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା।

Advertisment

ସୂଚନାଯୋଗ୍ୟ, ଗତ ମେ ୨ ତାରିଖ ଅପରାହ୍ନ ୪ଟାରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ପାସ୍ ହାର ୯୪.୯୩ ପ୍ରତିଶତ। ଗତଥର ପାସ୍ ହାର ୯୬.୦୭ ରହିଥିବା ବେଳେ ଏଥର ସାମାନ୍ୟ ହ୍ରାସ ଘଟିଛି। ଛାତ୍ରୀଙ୍କ ପାସ୍ ହାର ୯୬ ଏବଂ ଛାତ୍ରଙ୍କ ପାସ ହାର ରହିଛି ୯୪ ପ୍ରତିଶତ ରହିଛି।

ଅଧିକ ପଢ଼ନ୍ତୁ: ଶିକ୍ଷା ବିଭାଗର ବଡ଼ ଭୁଲ ! BAD ନୁହେଁ BED Performance ପାଇଁ କଟିଲା ଶିକ୍ଷକଙ୍କ ଦରମା...

Advertisment

ଏଥର ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିଛନ୍ତି। A1 ଗ୍ରେଡରେ ୧ ହଜାର ୮୧୨ ଜଣ, A2ରେ ୧୨ ହଜାର ୨୦୦, B1 ୩୮ ହଜାର ୮୩୧ ଏବଂ B2ରେ ୮୪ ହଜାର ୯୭୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!

BSE Odisha Plus Two Admissions
Advertisment
Advertisment