Advertisment

Special Darshan Arrangements: ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା, ସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଆନନ୍ଦବଜାରରେ ଶୃଙ୍ଖଳା ପ୍ରସଙ୍ଗରେ ମଧ୍ୟ ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖି କହିଛନ୍ତି- ଏନେଇ ଏକ କମିଟି ଗଠନ ହୋଇଛି। ପୂର୍ବରୁ ଆନନ୍ଦବଜାର ଶୃଙ୍ଖଳା ପାଇଁ ସେନା ନିବୃତ କର୍ମଚାରୀ ଗଠନ କରାଯାଇଛି।

ଅଦ୍ୟତନ ହୋଇଛି
Puri Srimandir Special Darshan Arrangements From New Year 2025

‘ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା’

Advertisment

ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା । ପୁରୁଷ, ମହିଳା, ଶିଶୁ ଏବଂ ବୟସ୍କଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା । ନାଟମଣ୍ଡପରେ ବ୍ୟାରିକେଡ୍ ଓ ରାଂପରେ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ ହେବା ନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ସରିଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ଏନେଇ ପରିଚାଳନା କମିଟି ମୁଖ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ମଧ୍ୟ ଆଲୋଚନା ହୋଇଛି । 

Advertisment

ଅଧିକ ପଢ଼ନ୍ତୁ: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ

ଏଥିସହ ASIର ରତ୍ନଭଣ୍ଡାର ମରାମତି ଉପରେ ପ୍ରତିକ୍ରିୟା ରଖି ମୁଖ୍ୟ ପ୍ରଶାସକ କହିଛନ୍ତି, NGRI ରିପୋର୍ଟ ଆଧାରରେ ଭଣ୍ଡାର ଘରର ମରାମତି କାମ ଚାଲିଛି। ଗତକାଲି ମହାସ୍ନାନ ନୀତି ହୋଇଥିବାରୁ ଆଜି ମରାମତି ପାଇଁ ଏଏସଆଇକୁ କମ୍ ସମୟ ମିଳିପାରେ । ଯେଉଁମାନେ ମରାମତି ସମୟରେ ଉପସ୍ଥିତ ଅଛନ୍ତି ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ। ସୂଚନା ଅନୁସାରେ, ଡିସେମ୍ବର ୧୭ରେ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ପ୍ରଥମେ ଭାରା ବନ୍ଧା ହେବା ପରେ ଆଗେ ଚୂନ ପ୍ଲାଷ୍ଟର ଛଡ଼ାଯିବ । ତାପରେ ଆରମ୍ଭ ହେବ ମରାମତି । ପୂର୍ବରୁ ସ୍ଥିରୀକୃତ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି ପାଇଁ ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍ ।

Advertisment

ଯେହେତୁ ଏବେ ଠାକୁରଙ୍କ ପହିଲି ଭୋଗ ନୀତି ଚାଲିଛି, ତାକୁ ଆଖିରେ ରଖି ଭୋଗ ମଣ୍ଡପ ଉଠିବା ପରେ ଦୈନିକ ୫ରୁ ୬ ଘଣ୍ଟା ଯାଏଁ ମରାମିତି କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ଏଏସଆଇ । ସେପଟେମ୍ବର ୨୧ ଓ ୨୨ରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଏବଂ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ଚାଲିବ ରତ୍ନଭଣ୍ଡାର ମରାମତି ।

ସେହିପରି ଆନନ୍ଦବଜାରରେ ଶୃଙ୍ଖଳା ପ୍ରସଙ୍ଗରେ ମଧ୍ୟ ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ରଖି କହିଛନ୍ତି- ଏନେଇ ଏକ କମିଟି ଗଠନ ହୋଇଛି। ପୂର୍ବରୁ ଆନନ୍ଦବଜାରର ଶୃଙ୍ଖଳା ପାଇଁ ସେନା ନିବୃତ କର୍ମଚାରୀଙ୍କୁ  ନିୟୋଜିତ କରାଯାଇଛି, ତେବେ ଆନନ୍ଦବଜାରରେ ଆହୁରି ଶୃଙ୍ଖଳା ଆସିବ ।

Advertisment

ଅଧିକ ପଢ଼ନ୍ତୁ: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ, ବିଧାୟକ ଟ୍ରେନିଂ କାର୍ଯ୍ୟକ୍ରମରେ ଦେବେ ଯୋଗ

Puri New Year Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ