Advertisment

BMC-BDA Rift: ବିଡିଏ-ବିଏମସି ବିବାଦ, ସାଧାରଣ ଲୋକେ ହନ୍ତସନ୍ତ

ଭୁବନେଶ୍ବରରେ ଘରଟିଏ କରିବାକୁ ହେଲେ ପ୍ରଥମେ ଅନୁମୋଦନ ଆଣିବାକୁ ପଡେ। ତେବେ ଘର ତିଆରି ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ନା ଭୁବନେଶ୍ବର ମହାନଗର ନିଗମ କିଏ ଅନୁମୋଦନ ଦେବ ଏହାକୁ ନେଇ ଦ୍ବନ୍ଦ୍ବରେ ସାଧାରଣ ଜନତା।

BMC

BMC

Advertisment

ଭୁବନେଶ୍ବରରେ ଘରଟିଏ କରିବାକୁ ହେଲେ ପ୍ରଥମେ ଅନୁମୋଦନ ଆଣିବାକୁ ପଡେ। ତେବେ ଘର ତିଆରି ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ନା ଭୁବନେଶ୍ବର ମହାନଗର ନିଗମ କିଏ ଅନୁମୋଦନ ଦେବ ଏହାକୁ ନେଇ ଦ୍ବନ୍ଦ୍ବରେ ସାଧାରଣ ଜନତା। କାରଣ ୨୦୧୫ ମସିହାରୁ ବିଏମସି ହାତକୁ କ୍ଷମତା ଆସିଥିଲେ ମଧ୍ୟ ବିଡିଏ ଏହାକୁ ଚିରାଚରିତ ଭାବେ ପ୍ଲାନିଂ ଦେଇଆସୁଛି। ମିଳିଥିବା ତଥ୍ୟରୁ ଜଣା ପଡିଛି ୨୦୧୫ରୁ ୨୦୨୩ ମଧ୍ୟରେ ବିଡିଏ ୨ ହଜାର ୮୫୮ ପ୍ରକଳ୍ପକୁ ଅନୁମୋଦନ ଦେଇଛି । କେବଳ ଏତିକି ନୁହଁ ଏହି ବାବଦରେ ବିଏମସି ପାଇବାକୁ ଥିବା ୪୮ କୋଟି ଟଙ୍କାକୁ ବିଡିଏ ଉଲ୍ଲଘଂନ କରି ନିଜ ଅଧିନକୁ ନେଇଛି। ତେଣେ ବିଏମସି-ବିଡିଏର ଏହି ଦ୍ବୈତ ବ୍ୟବସ୍ଥା ଭିତରେ ହଇରାଣ ହେଉଛି ସାଧାରଣ କ୍ରେତାଟିଏ।

Advertisment

ଅଧିକ ପଢ଼ନ୍ତୁ: ବୁଲିଲା ବୁଲଡୋଜର୍, ଭାଙ୍ଗିଲା ତଥାକଥିତ କୁନୀ କଳ୍କୀଙ୍କ ବୈକୁଣ୍ଠ ଆଶ୍ରମ

ନିୟମ ଅନୁସାରେ ଘର ପ୍ଲାନ ର ଅନୁମୋଦନ ଦେବା କଥା ଭୁବନେଶ୍ବର ମହାନଗର ନିଗମ ବା ବିଏମସି। ସୂଚନା ଆଇନ ଅଧିକାର ବଳରେ ୨୦୧୫ରୁ ୨୦୨୩ ମଧ୍ୟରେ ମିଳିଥିବା ତଥ୍ୟ କହୁଛି, ୨୮ ଏପ୍ରିଲ୍ ୨୦୧୫ରୁ ବିଏମସି ହାତକୁ କ୍ଷମତା ଆସିଥିଲେ ବି, ବିଡ଼ିଏ ମନଇଚ୍ଛା ଭାବେ ଘର ପ୍ଲାନ ଦେଉଛି। ଆରଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ ଏଯାଏ ୨ ହଜାର ୮୫୮ରୁ ଅଧିକ ପ୍ରକଳ୍ପକୁ ଅନୁମୋଦନ ଦେଇଛି ବିଡିଏ। ବିଏମସି ବିଡ଼ିଏର ଏହି ଦ୍ବୈତ ବ୍ୟବସ୍ଥା ଭିତରେ ଫସିଛନ୍ତି ସାଧାରଣ କ୍ରେତା। ପ୍ଲାନ୍ ଅନୁମୋଦନ ଭାଲିଡ୍ କି ନୁହେଁ ବୋଲି ଆଶଙ୍କା ବ୍ୟକ୍ତ କରୁଛନ୍ତି ଲୋକେ। ଏଣୁ ଗତ ୮ ବର୍ଷ ଭିତରେ ବିଡିଏ ଦେଇଥିବା ପ୍ଲାନ ଆପ୍ରୁଭାଲକୁ ସରକାର ରେଗୁଲାରାଇଜ୍ କରିବାକୁ ଦାବି ହୋଇଛି।

Advertisment

ବିଏମସି ପାଖରେ ଅଧିକାର ଥାଇ ବି ଏହି ବାବଦରେ ହରାଇବାକୁ ପଡିଛି ୪୮ କୋଟି ୧୪ ଲକ୍ଷ ଟଙ୍କାର ରାଜସ୍ବ । ଯାହା ଯାଇଛି ବିଡ଼ିଏ ହାତକୁ। ତେବେ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟକୁ ଉଭୟ ବିଭାଗ ସ୍ବୀକାର କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ୨୦୧୫ରୁ ବିଡ଼ିଏ ଦେଇଥିବା ୨ ହଜାର ୮୫୮ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ସାଧାରଣ ଲୋକଙ୍କର। ଏବେ ପ୍ରଶ୍ନ ଗତ ୮ବର୍ଷ ଭିତରେ ହୋଇଥିବା ପ୍ରକଳ୍ପର ଆଇନଗତ ଦିଗକୁ ନେଇ ରହିଥିବା ଦ୍ବନ୍ଦ୍ବ କେବେ ଦୂର ହେବ।

ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଡ ଅଭିଯୋଗ ଆଣିଲେ ବାପା

Advertisment
BMC BDA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ