ଖୋଲୁଛି KIITର ପୁରୁଣା ଲଫାପା । ଅତୀତର ପୁଳାପୁଳା କଳଙ୍କର ଦାଗ । ପୂର୍ବରୁ ବି ଯାଇଛି ଛାତ୍ରୀଙ୍କ ଜୀବନ । ନିଶା ଓ ପ୍ରେମରୁ ହୋଇଛି ମୃତ୍ୟୁ । ୨୦୨୩ ଘଟଣାର ପୁନଃରାବୃତ୍ତି କଲା କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲଜି । ସେଦିନ ବି ଅକାଳରେ ଝଡ଼ି ପଡ଼ିଥିଲା ଜଣେ ଛାତ୍ରୀଙ୍କ ଜୀବନ । କିଟରେ ପଢ଼ୁଥିଲେ ଜଣେ ଉତ୍ତରପ୍ରଦେଶ ଛାତ୍ରୀ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ତଦନ୍ତ ଆଗକୁ ବଢ଼ିବା ପରିବର୍ତ୍ତେ ଚାପି ଦିଆଯାଇଥିଲା ମାମଲାକୁ । ହେଲେ ଏବେ ନେପାଳର ଜଣେ ବିଟେକ୍ର ୩ୟ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ସବୁ ସତ ଧୀରେ ଧୀରେ ପଦାକୁ ଆସୁଛି ।
Also Read
ଅଧିକ ପଢ଼ନ୍ତୁ: ବିଧାନସଭାରେ କିଟ୍ ତାତି, ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ
KIIT ୟୁନିଭର୍ସିଟି ନାଁରେ ଚାଲିଛି କ’ଣ ? ଅପରାଧ ଘଟାଉଛନ୍ତି ଛାତ୍ରଛାତ୍ରୀ । କ୍ୟାମ୍ପସ ପରିସରରେ ଚାଲିଛି ନିଶା କାରବାର । ଛାତ୍ରୀଙ୍କ ସହ କରାଯାଉଛି ଦୁର୍ବ୍ୟବହାର । ପ୍ରେମ ନାଁ ସମ୍ପର୍କ ରଖି ଯୁବତୀମାନଙ୍କୁ ଠକୁଛନ୍ତି ପ୍ରେମିକ। ପ୍ରେମରେ ବିଫଳତା ଓ ଅନ୍ୟାନ୍ୟ ସାମାଜିକ କାରଣରୁ କିଛି ଛାତ୍ରଛାତ୍ରୀ ଚାପରେ ଆତ୍ମହତ୍ୟା କରୁଛନ୍ତି । ଆଉ ଏନେଇ ପୂର୍ବରୁ ଇନଫୋସିଟି ପୋଲିସ୍ RTI ତଥ୍ୟରେ ଦର୍ଶାଇ ସାରିଛି ।
କିଟ୍ରେ ୩୪ଟି ପାଠ୍ୟକ୍ରମରେ ପ୍ରାୟ ୨୭ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏଥିରେ ଅଛନ୍ତି ପ୍ରାୟ ୬୫ଟି ଦେଶରୁ ଆସିଥିବା ୨ ହଜାର ଛାତ୍ରଛାତ୍ରୀ । ସେମାନଙ୍କୁ ଠିକ୍ ସମୟରେ କାଉନସେଲିଂ କରାନଯିବାରୁ ଛାତ୍ରୀ ଆତ୍ମହତ୍ୟା ବଢ଼ୁଥିବାବେଳେ ଛାତ୍ରମାନେ ଅପରାଧିକ ମାମଲାରେ ଜଡ଼ିତ ଥିବା କୁହାଯାଉଛି ।
କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଯାହା KIIT କ୍ଷେତ୍ରରେ ଏବେ ଦେଖିବାକୁ ମିଳିଛି । ଅନେକ ଏପରି ଅପରାଧୀକ ଘଟଣା ଆଗରୁ KIIT ଘଟାଇ ଚପାଇ ଦେଇଛି । ହେଲେ ଏବେ ନେପାଳ ଛାତ୍ରୀ ଜୀବନ ହାରିବା ପରେ ବଢ଼ୁଛି ଚର୍ଚ୍ଚା, ସାମ୍ନାକୁ ଆସୁଛି ପୁରୁଣା କାହାଣୀର ସତ । ତେବେ ଏସବୁ ଘଟଣା ସଂପର୍କରେ କିଟ୍ର ପ୍ରତିକ୍ରିୟା ମିଳିପାରିନାହିଁ।