Advertisment

Digha Dispute: ଦୀଘା ଧାମ ବିବାଦ, ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ବୟାନ...ଶ୍ରୀକ୍ଷେତ୍ର ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ

ଶ୍ରୀକ୍ଷେତ୍ର ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ। ଦୀଘାରେ ସମ୍ଭବ ନୁହେଁ ଜଗନ୍ନାଥ ଧାମ। ଦୀଘାକୁ ପଶ୍ଚିମବଙ୍ଗ ସରକାର ଧାମ ଦାବି କରିବା ବିବାଦ ଭିତରେ ପୁରୀ ଆସି ଏଭଳି ବଡ଼ ବୟାନ ଦେଇଛନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ।

author-image
Manasranjan Mohanty
Digha Dispute

Digha Dispute

ଦୀଘା ଧାମ ବିବାଦକୁ ନେଇ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ବଡ଼ ବୟାନ । ଶ୍ରୀକ୍ଷେତ୍ର ପୁରୀ ହିଁ ନୀଳାଚଳ ଧାମ, ଏଠାରେ ହିଁ ବିରାଜମାନ ପ୍ରଭୁ ଶ୍ରୀଜଗନ୍ନାଥ । ପଶ୍ଚିମବଙ୍ଗରେ ହୋଇପାରିବନି ଜଗନ୍ନାଥ ଧାମ । ଦୀଘାକୁ ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଦାବି କରିବା ବିବାଦ ଭିତରେ ପୁରୀ ଶ୍ରୀକ୍ଷେତ୍ର ଗସ୍ତ ବେଳେ ଏକଥା କହିଛନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ଚେତନାବାଦୀ ପଦ୍ମ ବିଭୂଷଣ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ।

Advertisment

ସେ କହିଛନ୍ତି, ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତ୍ୟକ୍ଷ ଦାରୁବ୍ରହ୍ମ। ଯାହାଙ୍କର ଦର୍ଶନରେ ମନକୁ ବେଶ୍ ଶାନ୍ତି ମିଳ। ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଦାବି କରିବାର ଯେଉଁ ପ୍ରୟାସ ଚାଲିଛି, ତାକୁ ଖାଲି ନାପସନ୍ଦ ନୁହେଁ, ଅଗ୍ରାହ୍ୟ ମଧ୍ୟ କରିଛନ୍ତି ରାମଭଦ୍ରାଚାର୍ଯ୍ୟ।ଏପଟେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ବି ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କହିବା ବିରୋଧରେ ସ୍ବର ଉଠାଇଛନ୍ତି ଖୋଦ୍ ବଙ୍ଗୀୟ ଭକ୍ତ।

ରଥଯାତ୍ରାରେ ଏଥର ବି ଚିରାଚରିତ ଢଙ୍ଗରେ ସାମିଲ ହୋଇଛନ୍ତି ପଶ୍ଚିମବଙ୍ଗର ଅସଂଖ୍ୟ ଶ୍ରଦ୍ଧାଳୁ। ପୁରୀରେ ପାଦ ଦେବା ପରେ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟର ମହତ୍ବ ବୁଝିଥିବା ବଙ୍ଗୀୟ ଭକ୍ତ ପୁରୀ ଆଉ ଜଗନ୍ନାଥଙ୍କୁ ନେଇ ହୋଇଛନ୍ତି ଭାବବିହ୍ବଳ। ଆଉ ଦୀଘା ଯେ ଧାମ ନୁହେଁ, ସେ କଥା ଜୋର ଦେଇ କହିବାରେ ସାମାନ୍ୟତମ ଦ୍ବିଧା ପ୍ରକାଶ କରିନାହାନ୍ତି ସେମାନେ ।

Advertisment

ପଶ୍ଚିମବଙ୍ଗର ମମତା ସରକାର କିଛିଦିନ ତଳେ ଦୀଘାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ସହ ଏହାକୁ ଜଗନ୍ନାଥ ଧାମ ବୋଲି ଦାବି କରି ଆସୁଛନ୍ତି। ଯାହାକୁ ନେଇ ଖାଲି ଓଡ଼ିଶା ନୁହେଁ, ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ଉଠିଛି ବିରୋଧାଭାସର ତୀବ୍ର ସ୍ବର। ଦୀଘାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରାର ଆୟୋଜନ କରାଯାଇଥିଲେ ବି ପୁରୀ ପ୍ରେମ ଆଉ ଶ୍ରୀକ୍ଷେତ୍ର ମୋହରୁ ବର୍ତ୍ତି ପାରିନାହାନ୍ତି ପ୍ରକୃତ ଜଗନ୍ନାଥପ୍ରେମୀ।

Digha Puri Jagannath Temple Rath Yatra
Advertisment
Related Articles
Advertisment