• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ ଯାଇ ଇତିହାସ ରଚିଛନ୍ତି ଶୁଭାଂଶୁ । ଗ୍ରୁପ୍ କ୍ୟାପଟେନ୍ ତଥା ଆକ୍ସିଓମ୍ ୪ ମିଶନର ପାଇଲଟ୍ ହେଉଛନ୍ତି ଶୁଭାଂଶୁ । ପ୍ରଧାନମନ୍ତ୍ରୀ ମୋଦି ଶୁଭାଂଶୁଙ୍କ ସହ କଥା ହୋଇଥିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର x ହ୍ୟାଣ୍ଡଲରୁ ଜଣାପଡିଛି । ଏହାର ଭିଜୁଆଲ୍ ମଧ୍ୟ ସେଥିରେ ଅପଲୋଡ୍ କରାଯାଇଛି ।  ଦୁଇ ଜଣ ହସି ହସି କଥା ହେଉଥିବାର ଭିଜୁଆଲରୁ ଜଣାପଡୁଛି । ଆପଣଙ୍କ ନାଁ ଶୁଭ, ଆପଣଙ୍କ ଯାତ୍ରାରେ ଏକ ନୂଆ ଯୁଗରେ ଆରମ୍ଭ ହୋଇଛି । ମୁଁ କଥା ହେଉଛି, କିନ୍ତୁ ସାରା ଦେଶବାସୀଙ୍କ ଉତ୍ସାହ ଏହା ସହ ରହିଛି । ଏହା କହି ଆପଣ କେମିତି ଅଛନ୍ତି ବୋଲି ଶୁଭାଂଶୁଙ୍କୁ ପଚାରିଲେ ପ୍ରଧାନମନ୍ତ୍ରୀ । ଶୁଭାଂଶୁ କହିଛନ୍ତି, ଆପଣଙ୍କ ନେତୃତ୍ୱରେ ଦେଶର ସ୍ୱପ୍ନ ସାକାର ହୋଇଛି । ଅନ୍ତରୀକ୍ଷକୁ ଶୁଭାଂଶୁ ଗାଜର ହାଲୁଆ ଓ ଆମ୍ୱରସ ନେଇଥିବାର କହିଛନ୍ତି । ଭାରତ ମହାକାଶରୁ ବହୁତ ଭଲ ଦେଖାଯାଉଥିବା ସେ କହିଛନ୍ତି । ପୃଥିବୀ ବାହାରୁ କେବଳ ଏକ ବୋଲି ଦେଖାଯାଉଛି । କିଛି ସୀମା ନାହିଁ ।

ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ (ISS) ଶୁଭାଂଶୁ ଶୁକ୍ଳା । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଛନ୍ତି ଶୁଭାଂଶୁ । ଆକ୍ସିଅମ-୪ ମିଶନର ସଫଳତାର ସହ ସଫ୍ଟ ଡକିଂ ହୋଇଥିଲା । ପ୍ରାୟ ଅଢ଼େଇ ଘଣ୍ଟା ଧରି ଡକିଂ ପ୍ରକ୍ରିୟା ଚାଲିଥିଲା । ଡକିଂ ଶେଷ ହେବା ପରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ସ୍ପେଶ୍ ଷ୍ଟେସନରେ ପାଦ ରଖିଛନ୍ତି । ସେପଟେ ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲର ଡକିଂ ଦେଖି ଭାବବିହ୍ୱଳ ହୋଇଛନ୍ତି ଶୁଭାଂଶୁଙ୍କ ପରିବାର । 

Also Read

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଇଁ ଏହା ଏକ ଐତିହାସିକ ସଫଳତା । ଦୀର୍ଘ ୪୧ ବର୍ଷ ପରେ ମହାକାଶରେ ପାଦ ରଖିଛନ୍ତି ଆଉ ଜଣେ ଭାରତୀୟ । ୧୯୪୮ରେ ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିଲେ । ସୋଭିଏତ ଅଭିଯାନର ଏକ ଅଂଶ ଭାବରେ ସେ ମହାକାଶକୁ ଯାଇଥିଲେ । ବର୍ତ୍ତମାନ ଭାରତୀୟ ବାୟୁସେନାର ପାଇଲଟ୍ ଗ୍ରୁପ କ୍ୟାପ୍ଟେନ ୩୯ ବର୍ଷୀୟ ଶୁଭାଂଶୁ ଶୁକ୍ଲା ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିଛନ୍ତି ।

ଶୁଭାଂଶୁ ଶୁକ୍ଲାଙ୍କ ସହ ୩ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ୧୪ ଦିନ ରହିବେ । ଅନ୍ୟ ମହାକାଶଚାରୀ ହେଲେ ଆମେରିକାର କମାଣ୍ଡର ପେଗି ହ୍ୱିଟସନ, ପୋଲାଣ୍ଡର ବିଶେଷଜ୍ଞ ସ୍ଲାଓଜ ଉଜନାନସ୍କି-ୱିସ୍ନିୱିସ୍କିଓ ହଙ୍ଗେରୀର ଟିବୋର କାପୁ । ଏହି ମହାକାଶ ଅଭିଯାନରେ ସେମାନେ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବେ । ସେଥିରୁ ୭ଟି ଗୁରୁତ୍ବପୂର୍ଣ୍ଣ ସାଇଣ୍ଟିଫିକ୍ ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ଦେଇଛି ଇସ୍ରୋ, ଯାହାର ମଙ୍ଗ ଧରିବେ ନିଜେ ଶୁଭାଂଶୁ । ଏଥିସହ ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଭିଜ୍ଞତା ସାଉଁଟିବେ । 

ଅଧିକ ପଢ଼ନ୍ତୁ: ଆକ୍ସିଅମ୍-୪ ମିଶନରେ ଶୁଭାଂଶୁଙ୍କ ସହ ଯାଇଛି କୁନି ମହାକାଶଚାରୀ

ଓଟିଭି ବିଜ୍ଞାପନ