Advertisment

Rahul Gandhi:୧୧ରେ ଆସୁଛନ୍ତି ରାହୁଲ୍ , ଦଳରେ ଉତ୍ସାହ ଯେତିକି କନ୍ଦଳ ସେତିକି

ଜୁନ୍ ୩୦ତାରିଖରେ ୩୫ ସାଂଗଠନିକ ଜିଲ୍ଲାର ଅନ୍ତରୀଣ ସଭାପତି ନାଁ ଘୋଷଣା ହେଇଗଲା। ହେଲେ ଦି ଦିନ ଯାଇନି ବଦଳିଗଲା ଅଙ୍କ। କି ଚାପ ପଡ଼ିଲା କେଜାଣି ନିଜ ଛେପ ନିଜେ ଢୋକି ୨ ତାରିଖରେ ଜାରି ହେଲା ଆଉ ଏକ ଚିଠି।

author-image
Manasranjan Mohanty
Rahul Gandhi

Rahul Gandhi

ନିର୍ବାଚନର ବର୍ଷକ ପରେ କଂଗ୍ରେସ ଦଳକୁ ଭିଟାମିନ୍ ଦେବାକୁ ଆସନ୍ତା ୧୧ ତାରିଖରେ ଓଡିଶା ଆସୁଛନ୍ତି ଦଳର ହାଇକମାଣ୍ଡ। ଭୁବନେଶ୍ବର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ସଂଜୀବନୀ ଭରିବେ ଏକାବେଳକେ ତିନି ତିନି ଜଣ ଟପ୍ ଲିଡର। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଧାରଣ ସଂପାଦକ କେ.ସି. ବେଣୁ ଗୋପାଳ।

Advertisment

ହେଲେ ଏଥିପାଇଁ ଦଳରେ ଉତ୍ସାହ ଯେତିକି କନ୍ଦଳ ବି ସେତିକି। ତାର ପ୍ରମାଣ ଡିସିସି ଦ୍ବନ୍ଦ୍ବ। ଜୁନ୍ ୩୦ତାରିଖରେ ୩୫ ସାଂଗଠନିକ ଜିଲ୍ଲାର ଅନ୍ତରୀଣ ସଭାପତି ନାଁ ଘୋଷଣା ହେଇଗଲା। ହେଲେ ଦି ଦିନ ଯାଇନି ବଦଳିଗଲା ଅଙ୍କ। କି ଚାପ ପଡ଼ିଲା କେଜାଣି ନିଜ ଛେପ ନିଜେ ଢୋକି ୨ ତାରିଖରେ ଜାରି ହେଲା ଆଉ ଏକ ଚିଠି।

ଯେଉଁଥିରେ ଏଆଇସିସି ନିର୍ଦ୍ଦେଶରେ ଗୁଜରାଟ ମଡେଲରେ ଓଡ଼ିଶାରେ ବି ଜିଲ୍ଲା ସଭାପତି ଚୟନ କରାଯିବ ବୋଲି କୁହାଗଲା। ଆଉ ଯେଉଁମାନେ ଜିଲ୍ଲା ସଭାପତି ହୋଇଥିଲେ ସେମାନେ ହୋଇଗଲେ ଜିଲ୍ଲା ସଂଯୋଜକ। କୁହାଯାଉଛି, ଏଆଇସିସି ନିଷ୍ପତ୍ତିକୁ ବାଇପାସ୍ କରି ନିଜ ମନ ମର୍ଜିରେ ଭକ୍ତ ଦାସ ବିଜ୍ଞପ୍ତି ଜାରିକରିଥିବାରୁ ଦଳରେ ତୀବ୍ର ଅସନ୍ତୋଷ ପରେ ଏଆଇସିସି ଛାଟ ବାଜିଲା, ନିଷ୍ପତ୍ତି ବଦଳିଲା।

Advertisment

ଏପଟେ ଭକ୍ତଙ୍କ ପ୍ରଥମ ଚିଠିରେ ଯେଉଁମାନେ ଜିଲ୍ଲା ସଭାପତି ହୋଇ ଖୁସିରେ ଗଗଦଗଦ ଥିଲେ ନୂଆ ଚିଠି ପରେ ସେମାନଙ୍କ ଭିତରେ ଏବେ ନିରାଶାରା ଛାଇ। ଯାହା ହାଇକମାଣ୍ଡଙ୍କ ବହୁ ପ୍ରତିକ୍ଷୀତ ସଭାକୁ ବି ପ୍ରଭାବିତ କରିପାରେ ବୋଲି ଦଳୀୟ ମହଲରେ ଆଶଙ୍କା। ହେଲେ ନୈରାଶ୍ୟକୁ ଲୁଚାଇ ଏଆଇସିସି ଯାହା ନିଷ୍ପତି ନେବେ ତାକୁ ସ୍ବାଗତ କରିବୁ ବୋଲି କହିଛନ୍ତି ଜିଲ୍ଲାସ୍ତରୀୟ ନେତା।

ଅପରପକ୍ଷେ ସଭାପତି ଭକ୍ତଙ୍କ ଏଭଳି କାର୍ଯ୍ୟଧାରାକୁ ଖୋଲାଖୋଲି ବିରୋଧ କରିନଥିଲେ ମଧ୍ୟ ବରିଷ୍ଠଙ୍କ ଭିତରେ ଥିବା ଅସନ୍ତୋଷ ଲୁଚି ପାରିନି। ବରିଷ୍ଠ ନେତା ଜୟଦେବ ଜେନା ଗୁଜୁରାଟ ମଡେଲକୁ ଆରମ୍ଭରୁ ଲାଗୁ କରି ଜିଲ୍ଲା ସଭାପତି ଚୟନ କରାଯିବାର ଥିଲା ବୋଲି ମତ ଦେଇଛନ୍ତି।

ତେବେ ରାଜନୈତିକ ସମୀକ୍ଷକଙ୍କ ମତ ପିସିସି ସଭାପତି ତରବରିଆ ଭାବେ ନାମ ଘୋଷଣା କରିବା ଏଆଇସିସି ଏବଂ ପିସିସି ଭିତରେ ସମ୍ମନ୍ବୟର ଅଭାବକୁ ଦର୍ଶାଉଛି। ଏପରିକି, ସଭାପତି ହେବାର ୬ ମାସ ପରେ ବି ଭକ୍ତ ଜିଲ୍ଲାସ୍ତରୀୟ ସଂଗଠନକୁ ମଜଭୁତ କରି ନପାରିବା ଏଇ ତରବରିଆ ନିଷ୍ପତ୍ତିର କାରଣ। ଏଭଳି ସ୍ଥିତିରେ ରାହୁଲଙ୍କ ଗସ୍ତ କଂଗ୍ରେସକୁ କେତେ ସଂଗଠିତ କରୁଛି ତା ଉପରେ ନଜର

Rahul Gandhi Congress Rahul Gandhi Bhakta Das
Advertisment
Related Articles
Advertisment