/odishatv-khabar/media/post_attachments/uploadimage/library/16_9/16_9_0/Unity_1751631883.jpg)
Unity
ଏକତା ହିଁ ବଳ । ଲୋକମାନେ ଏକାଠି ହେଲେ ସବୁ କିଛି କରିପାରିବେ । ସବୁ ଜିନିଷର ସମାଧାନ ମଧ୍ୟ ହୋଇପାରିବ । ଏହାକୁ ଠିକ୍ ଭାବେ ବୁଝିଗଲେ ଗାଁ ଲୋକ । ତା ପରେ କରିଦେଲେ ଏମିତି କାମ ।
ରାସ୍ତା ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ l କିନ୍ତୁ ପ୍ରଶାସନର ନୀରବତା ସମସ୍ୟାକୁ ଦ୍ଵିଗୁଣିତ କରିଦେଲା l ଶେଷରେ ଗ୍ରାମବାସୀ ନିଜ ନାଆରେ ନିଜେ ନାଉରୀ ସାଜିଲେ । ଦୀର୍ଘ ୩ କିଲୋମିଟର ରାସ୍ତାକୁ ମରାମତି କଲେ l ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଭେରୁଆମାଲ ଗାଁ ଲୋକଙ୍କ ନିଆରା ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ।
କିଏ ମାଟି ଖୋଳୁଥିଲେ ତ କିଏ ଟୋକେଇରେ ମାଟି ବୋହି ଆଣୁଥିଲେ l କିଏ ପଥର ଗୋଟାଇ ରାସ୍ତାରେ ପକାଉଥିଲେ । ପୁଣି କିଏ କୋଦାଳରେ ରାସ୍ତାର ଖାଲକୁ ମାଟି ପକାଇ ସମତୁଲ କରୁଥିଲେ l ସମସ୍ତଙ୍କ ମନରେ ଥିଲା ଉତ୍ସାହ । କୌଣସି ସରକାରୀ ଯୋଜନାର ମଜୁରିଆ କି ଶ୍ରମିକ ନଥିଲେ ଏମାନେ l ଏମାନେ ହେଉଛନ୍ତି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଭେରୁଆମାଲ୍ ଗାଁର ସାଧାରଣ ଲୋକ l ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ରୋକାଲ୍ ଛକରୁ ଗାଁ ପର୍ଯ୍ୟନ୍ତ ୩ କିମି ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ପ୍ରଶାସନକୁ ଜଣାଇଥିଲେ l କୌଣସି ପଦକ୍ଷେପ ନେଇ ନଥିଲା ପ୍ରଶାସନ l ପ୍ରଶାସନକୁ କହି କହି ଫେଲ୍ ମାରିବା ପରେ ନିଜ କାମ ନିଜେ କଲେ । କେବଳ ଶ୍ରମ ଦାନ କରି କରିଦେଲେ ଗାଁ ରାସ୍ତାର ମରାମତି । ଗାଁ ଲୋକମାନେ କହିଲେ, ଗର୍ଭବତୀ ମହିଳାମାନେ ଏହି ରାସ୍ତାରେ ମେଡିକାଲ୍ ଯାଇପାରୁନଥିଲେ । ବୋହି ବୋହି ନେବାକୁ ପଡୁଥିଲା ।
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକର ଭେରୁଆମାଲ ଗାଁକୁ ଯିବାକୁ ହେଲେ ରୋକାଳ ଛକରୁ ଯିବାକୁ ପଡ଼େ ପ୍ରାୟ ୩ କିଲୋମିଟର l ରାସ୍ତା ଅବସ୍ଥା ଶୋଚନୀୟ l ରାସ୍ତା ସାରା ଖାଲ l କୌଣସି ରୋଗ ବେମାର ହେଲେ ଗାଁକୁ ଆମ୍ବୁଲାନ୍ସ ଆସି ପାରେନି l ଏହି ରାସ୍ତାରେ ଲୋକେ ପଞ୍ଚାୟତକୁ ଭତ୍ତା, ଚାଉଳ ଆଣିବାକୁ ଯାଉଥିବା ବେଳେ ଛାତ୍ର ଛାତ୍ରୀମାନେ ଏହି ରାସ୍ତା ଦେଇ ସ୍କୁଲ କଲେଜ ଯାଆନ୍ତି l କିନ୍ତୁ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରୁ ଗାଁର ସବୁ ପରିବାରରୁ ଜଣେ ଦୁଇଜଣ ବାହାରି ରାସ୍ତା ମରାମତି କଲେ l ଆଗମୀ ଦିନରେ ଗମନାଗମନ ଉପଯୋଗୀ ରାସ୍ତା କରାଯିବ ବୋଲି ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)