ଜୁନ୍ ୧୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଏକ ପୁରୁଣା ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ସେ ଏକ ବୋଇଂର କକପିଟରେ ବସିଥିବାର ଜଣାପଡୁଛି । ମୃତ୍ୟୁର କିଛି ମାସ ପୂର୍ବର ଏହି ଫଟୋ । ତାଙଅକର ବିମାନ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଥିଲେ । ବିମାନ ବିଷୟରେ ଜାଣିବା ପାଇଁ ସେ ଜିଜ୍ଞାସୁ ଥିଲେ । ଏହି କଥା ଏବେ ସାମନାକୁ ଆସିଛି ।
ବିଜୟ ରୁପାଣୀ ଅହମଦାବାଦର ଇଣ୍ଡସ୍ ୟୁନିଭର୍ସିଟି ଅଧୀନସ୍ଥ ୱେଷ୍ଟର୍ଣ୍ଣ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନଟିକ୍ସକୁ ବୁଲିବାକୁ ଯାଇଥିଲେ । ଏକ ଡିକମିସନ୍ଡ ବିମାନ ବା କାର୍ଯ୍ୟରୁ ଅବ୍ୟାହତି ନେଇଥିବା ଏକ ବିମାନର କକପିଟରେ ଖୁସି ହୋଇ ବସିଥିଲେ । କୋ-ପାଇଲଟି ବସୁଥିବା ଡାହାଣ ପଟ ସିଟରେ ସେ ବସିଥିଲେ । ବିମାନର ଡୋରରେ ବସି ସେ ଅନେକ କଥା ପଚାରି ବୁଝିଥିଲେ । ସେ ଇନଷ୍ଟାଗ୍ରାମରେ ଏହାକୁ ଶେୟାର କରିଥିଲେ । ଭାରତୀୟ ଛାତ୍ରମାନେ ବିମାନ ଚଳାଚଳ କ୍ଷେତ୍ରରେ ସାରା ବିଶ୍ୱରେ ନାଁ କମାନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ବିମାନ କେମିତି ଉଡାଣ ଭରେ ଓ କେମିତି ଲ୍ୟାଣ୍ଡିଂ କରେ, ସବୁ କଥା ସେ ପଚାରି ବୁଝିଥିଲେ ।
Also Read
କିନ୍ତୁ ଭାଗ୍ୟର ବିଡମ୍ୱନା, ବିମାନ ଦୁର୍ଘଠଣାରେ ହିଁ ସେ ପ୍ରାଣ ହରାଇଲେ । ଜୁନ୍ ୧୨ରେ ବିମାନ ବୁକିଂ କରିବା ପୂର୍ବରୁ ସେ ଦୁଇ ଥର ଟିକେଟ୍ କରି କ୍ୟାନସେଲ୍ କରିଥିଲେ । ସତେ ଯେମିତି ଜୁନ୍ ୧୨ ତାରିଖରେ ମୃତ୍ୟୁ ହିଁ ତାଙ୍କୁ ଅପେକ୍ଷା କରି ରହିଥିଲା ।
ଅହମ୍ମଦବାଦ ବିମାନ କ୍ରାସ ଘଟଣା । ବିମାନରେ ଥିବା ଜଣେ ଯାତ୍ରୀଙ୍କୁ ଛାଡ଼ି ଆଉ ସମସ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେ ନିଜ ଝିଅ ପାଖକୁ ଲଣ୍ଡନ ଗସ୍ତ କରିଥାନ୍ତେ । ହେଲେ ଅହମ୍ମଦାବାଦରେ ଟେକ୍ ଅଫ ବେଳେ ଜଳିଯାଇଥିଲା ଫ୍ଲାଇଟ୍ ।