Advertisment

ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ ଶେଷ; ୧୪ରେ ଖୋଲିବ ରତ୍ନଭଣ୍ଡାର !

୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀମନ୍ଦିର ପରିଚାଳନା କମିଟି । ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିର ମଂଜୁରୀ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Srimandir Managing Committee Submits Proposal To Odisha Govt For Opening Ratna Bhandar On July 14

Ratna Bhandar of Jagannath temple

୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ସେପଟେ ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିର ମଂଜୁରୀ ମିଳିଛି । ପରିଚାଳନା କମିଟି ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବାବଦରେ ସୂଚନା ଦେଇଛନ୍ତି । ରତ୍ନ ଭଣ୍ଡାର ୧୪ରେ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି, ତେବେ କେବେ ଖୋଲିବ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ SOP; ସାଙ୍ଗରେ ଯିବେ ସାପ ଧରାଳି ଓ ଡାକ୍ତରୀ ଟିମ୍ !

ଯଦି କମିଟିର ପ୍ରସ୍ତାବ ମୁତାବକ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଏ, ତାହାଲେ ରାଜ୍ୟ ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିବ ବୋଲି କୁହଯାଉଛି। ଯେମିତିକି ଅଳଙ୍କାର ସ୍ଥାନାନ୍ତର କିଭଳି ହେବ ? ଚିହ୍ନଟ ଅସ୍ଥାୟୀ ରତ୍ନଭଣ୍ଡାରକୁ କେଉଁ ଭଳି ସୁରକ୍ଷା ଦିଆଯିବ ? ସୁନା ଓ ରୁପା ଅଳଙ୍କାର ଗଣତି ଓ ମଣତି ବେଳେ କେଉଁ ପ୍ରକାର ଅତ୍ୟାଧୁନିକ ପ୍ରାଣାଳୀ ଗ୍ରହଣ କରାଯିବ ? ଅଭିଜ୍ଞ ବଣିଆ କେଉଁଠୁ ଆସିବେ ? ଦୁର୍ମୁଲ୍ୟ ହୀରା, ନୀଳା, ମୋତି ଓ ମାଣିକ୍ୟ ସବୁର ହିସାବ କେଉଁ ପ୍ରଣାଳୀରେ ହେବ ? ନିଳାଦ୍ରୀ ବିଜେ ପୂର୍ବରୁ ଦୁର୍ବଳ ରତ୍ନଭଣ୍ଡାର ଭିତର ମରାମତି ସରିପାରିବ ନା ନାହିଁ ? ଅଳଙ୍କାର ଗଣତି ଓ ଦର୍ଶନ ଦୁଇଟି ଯାକ ଏକାସାଙ୍ଗେ କିଭଳି ଚାଲିବ ? ଏମିତି ନାନାଦି ପ୍ରଶ୍ନ ଉଠିଥିବା ବେଳେ ତଦାରଖ କମିଟିର ପ୍ରମୁଖ ସଦସ୍ୟ ରାଜୀବ ସାହୁ କହିଛନ୍ତି- ଭଣ୍ଡାର ଘର ଖୋଲିଲାବେଳେ ରେକର୍ଡ ଅଫ୍ ରାଇଟସ୍ ଅନୁସାରେ କେଉଁମାନେ ଉପସ୍ଥିତ ରହିବେ ଓ କମିଟି ତରଫରୁ କେଉଁମାନେ ଯିବେ, ତାହା ମଧ୍ୟ ଶୀଘ୍ର ସ୍ଥିର ହୋଇଯିବ।

Advertisment

ଗତ ନିର୍ବାଚନ ପ୍ରଚାର ବେଳେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିଥିଲେ। ଏମିତିକି ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ, ଦେଢ଼ ମାସ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରତିଶ୍ରୁତି ବି ଦେଇଥିଲେ। ଆଉ ତାହାକୁ ଏବେକାର ମୋହନ ସରକାର ସର୍ବାଗ୍ରେ ପ୍ରାଧାନ୍ୟ ଦେଇଛନ୍ତି। ନିର୍ଦ୍ଧାରିତ ସମୟର ଢେର ଆଗରୁ ରତ୍ନଭଣ୍ଡାର ତଦାରଖ କମିଟି ଗଢ଼ାଯିବା ସହ ଏବେ ଭଣ୍ଡାର ଗୃହ ଖୋଲିବା ତାରିଖ ମଧ୍ୟ ସ୍ଥିର ହୋଇ ସାରିଲାଣି ।  ରତ୍ନ ଭଣ୍ଡାର ଖୋଲିବା ନେଇ କମିଟିର ପ୍ରସ୍ତାବ ପରେ ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

ଅଧିକ ପଢ଼ନ୍ତୁ: କାହିଁକି ଘଟିଲା ଏତେ ବଡ଼ ଅଘଟଣ; ସେବାୟତଙ୍କ ଅସାବଧାନତା ନା ବେପରୁଆ ମନୋଭାବ, ଉଠିଲା ପ୍ରଶ୍ନ

Ratna Bhandar Puri Srimandir
Advertisment
Advertisment