/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749034310.jpg)
Koraput Hospital
୨୪ ଘଣ୍ଟାରେ କେମିତି ଗଲା ୬ ରୋଗୀଙ୍କ ଜୀବନ ? ରୋଗୀଙ୍କ ଜୀବନ ନେଲା କି ଭୁଲ୍ ଇଞ୍ଜେକସନ୍ ? ଚିକିତ୍ସାରେ ଅବହେଳା କରିଥିଲେ କି ଡାକ୍ତର ? ରୋଗୀ ମୃତ୍ୟୁ ପାଇଁ ଦାୟୀ କିଏ ? କାହିଁକି ମୁହଁ ଖୋଲୁନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ ? କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମାତ୍ର କେଇ ଘଣ୍ଟାରେ ୬ ଜଣ ରୋଗୀଙ୍କ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି ରୋଗୀଙ୍କ ସଂପର୍କୀୟ ଓ ସ୍ଥାନୀୟ ଲୋକ ।
ଏହି ରୋଗୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି ଡିଏମ୍ଇଟି । ଏସ୍ସିବିରୁ ୨ ଓ ଏମ୍କେସିଜିରୁ ୩ ଡାକ୍ତରଙ୍କୁ ନେଇ କମିଟି ଗଠନ ହୋଇଛି । ଆସନ୍ତାକାଲି ଭିତରେ ରିପୋର୍ଟ କରିବା ପାଇଁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢନ୍ତୁ : କୋଠା ଭାଙ୍ଗିବା ବେଳେ ନିଜେ ଚାପି ହୋଇଗଲେ, ଜଣେ ଶ୍ରମିକ ମୃତ
ଗତକାଲି ୫ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ, ଆଜି ପୁଣି ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଶୁକ୍ର ମାଝୀ, ରୁକୁଣ ପେଣ୍ଟିଆ, ଫୁଲମତି ମାଝୀ, ଭଗବାନ ପରଜା, ବତୀ ଖୋରା ଓ ଜଗନ୍ନାଥ ପୂଜାରୀ । ICUରେ ୩ ଓ ୱାର୍ଡରେ ୩ ରୋଗୀଙ୍କ ମୃତ୍ୟୁ ହୋଇଛି । ଇଞ୍ଜେକସନ୍ ଦେବାର କିଛି ସମୟରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ ।
ଏପଟେ କିନ୍ତୁ ଭୁଲ୍ ଇଞ୍ଜେକସନରୁ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । କିଛି ଘଣ୍ଟା ବ୍ୟବଧାନରେ ରୋଗୀ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ଉଠିଛି । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)