/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749010298.jpg)
Roof Collapse
ଭୁବନେଶ୍ୱର ପୋଖରୀପୁଟ ଲିଙ୍ଗରାଜ ବିହାରରେ କେମିତି ଭୁଶୁଡ଼ିଲା ଘର ? ଏଥିପାଇଁ ଦାୟୀ କିଏ ? କାହା ଅବହେଳାରୁ ଓ କେଉଁ ପରିସ୍ଥିତିରେ ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ ? ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । ସୂଚନା ଅନୁସାରେ, ଗତକାଲି ପୋଖରୀପୁଟ ଲିଙ୍ଗରାଜ ବିହାରରେ ନୂଆ ଘର ପାଇଁ ପୁରୁଣା କୋଠା ଭାଙ୍ଗିବା କାର୍ଯ୍ୟ କରୁଥିବାବେଳେ ଭୁଶୁଡ଼ି ପଡିଥିଲା କୋଠା । ସ୍ଲାବ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
Advertisment
କୋଠା ଭାଙ୍ଗିବା ସମୟରେ ଶ୍ରମିକ ଆଇନର ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି। ନା କେହି ହେଲମେଟ ପିନ୍ଧିଥିଲେ ନା ଜୋତା। ଏହି ଅବହେଳା ପାଇଁ ଠିକାଦାର ଓ ଘର ମାଲିକଙ୍କ ବିରୋଧର ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଭୁବନେଶ୍ୱର ଜଏଣ୍ଟ ଲେବର କମିଶନର ଏହି ସୂଚନା ଦେଇଛନ୍ତି । ତେବେ ଘଟଣା ବାବଦରେ ଘର ମାଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)