Advertisment

ATM Scam: କାର୍ଡରେ ଅଠା ଲଗାଇ ଠକେଇ, ୪୦ରୁ ଉର୍ଦ୍ଧ୍ୱ ATM ଅଚଳ, ପୋଲିସର ତନାଘନା

ଖୋର୍ଦ୍ଧାରେ ଗତ ୨ ମାସରେ ୪୦ରୁ ଅଧିକ ATM ଅଚଳ କରାଯାଇଛି । ଏଥିପାଇଁ ଦୁର୍ବୃତ୍ତମାନଙ୍କ ଦ୍ୱାରା ଏକ ପ୍ଲାଷ୍ଟିକ ଅଠା ଲଗାଇ ଏଟିଏମକୁ ଅଚଳ କରାଯାଉଛି । ଏହି ପ୍ରକାର କାର୍ଯ୍ୟଦ୍ୱାରା ଗ୍ରାହକମାନେ ଘରୋଇ ବ୍ୟାଙ୍କ ସେବା କେନ୍ଦ୍ରକୁ ଯିବାକୁ ବାଧ୍ୟ ହେଉଛନ୍ତି ।

author-image
Prasan Subudhi
ଅଦ୍ୟତନ ହୋଇଛି
ATM ଠକେଇ

ATM ଠକେଇ

ଅଭିନବ ଉପାୟରେ ATM ଠକେଇ । ଅଠା ଲଗାଇ ATM ଅଚଳ କରୁଛନ୍ତି ଦୁର୍ବୃତ୍ତ ! ଗତ ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୪୦ରୁ ଅଧିକ ATMକୁ ଅଚଳ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଜଙ୍କିଆ, ନିରାକାରପୁର, ଟାଙ୍ଗୀ, ନାଚୁଣୀ ଓ ବାଲୁଗାଁ ଅଞ୍ଚଳରେ ATM ଅଚଳ କରାଯାଇଛି ।

Advertisment

ଦୁର୍ବୃତ୍ତମାନେ ATM କାର୍ଡରେ କୌଣସି ଏକ ଅଠା ଲଗାଇ ଏଟିଏମ ମେସିନରେ କାର୍ଡକୁ ଇନସର୍ଟ କରୁଛନ୍ତି । ସେହି ଅଠା ATM ମେସିନର କାର୍ଡ ରିଡରରେ ଲାଗିଗଲା ପରେ ମେସିନର କାର୍ଡ ରିଡର ଅଚଳ ହୋଇଯାଉଛି । ଫଳରେ ଗ୍ରାହକ ମାନେ ସେମାନଙ୍କ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇ ନପାରି ଅନ୍ୟ ATM କିମ୍ବା ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ଉଠାଇବାକୁ ବାଧ୍ୟ ହେଉଛନ୍ତି ।

ଦୁର୍ବୃତ୍ତମାନେ ଦୁଇ ମାସରେ ପ୍ରାୟ ୪୦ଟି ATM ଅଚଳ କରିଥିବା ବେଳେ ଗତ ତିନି ଦିନ ଭିତରେ ୧୨ରୁ ଅଧିକ ATM ଅଚଳ କରିଛନ୍ତି । ଏହି ଏଟିଏମ ଅଚଳ ପଛରେ ନିର୍ଦିଷ୍ଟ କୌଣସି ଏଜେନ୍ସି କିମ୍ବା ଗ୍ରାହକ ସେବା କେନ୍ଦ୍ର ମାନଙ୍କର ସମ୍ପୃକ୍ତି ଥାଇପାରେ ବୋଲି MCR କମ୍ପାନୀ କହିଛି । ସେପଟେ ଖୋର୍ଦ୍ଧା ଏସ୍ପି ସାଗରିକା ନାଥ କହିଛନ୍ତି ଏସମ୍ପର୍କରେ ଖବର ପାଇବା ପରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

Advertisment

ସୂଚନାଯୋଗ୍ୟଯେ, ଗତ କିଛି ଦିନଧରି ଏଭଳି ଅଭିଯୋଗ ହୋଇଆସୁଛି । ଲୋକେ ଜରୁରୀ କାମରେ ଟଙ୍କା ଉଠାଇବାକୁ ଗଲା ବେଳେ କାର୍ଡ ରିଡର ପୂର୍ବରୁ ଜାମ୍ ହୋଇ ରହିଥିବା ଦେଖିବାକୁ ମିଳୁଛି। ଫଳରେ ଗ୍ରାହକମାନେ କିଛି ବୁଝିନପାରି ନିକଟରେ ଥିବା ଅନ୍ୟ ଏଟିଏମ୍‌ର ସେବା ନେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ସଂପୃକ୍ତ ବ୍ୟାଙ୍କ ଲାଭବାନ୍ ହେବା ସହ ଗ୍ରାହକ ଠକାମୀର ସମ୍ମୁଖୀନ ହେଉଛନ୍ତି। 

ବିଶେଷ କରି ଶିକ୍ଷିତ ଲୋକମାନେ ଡିଜିଟାଲ୍ ପେମେଣ୍ଟ ଉପରେ ନିର୍ଭର କରୁଥିବା ବେଳେ ଗାଁ ଗହଳି ଲୋକେ ଏଟିଏମରୁ ଟଙ୍କା ଉଠାଇ ସେମାନଙ୍କ କାରବାର କରୁଛନ୍ତି। ଫଳରେ ଏହି ଲୋକମାନେ ହିଁ ଠକେଇର ଶିକାର ହେଉଛନ୍ତି। ପୋଲିସ ପ୍ରଶାସନ ତୁରନ୍ତ ଏହି ଠକ ରାକେଟକୁ ଠାବ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। 

ATM Loot Cyber Crime Criminals
Advertisment
Advertisment