ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଟ୍ରକ୍ । ଭୁବନେଶ୍ବର, କଟକରେ ଉତ୍ତରପ୍ରଦେଶରୁ ଆଳୁ ଆସି ପହଞ୍ଚିଲା । ୟୁପିରୁ କିଛି ଆଳୁ ଟ୍ରକ୍ ଆସି ଆଜି ସକାଳେ ଓଡ଼ିଶାରେ ପହଞ୍ଚିଛି । ବଜାରରେ ଆଳୁର ଚଢ଼ା ଦର ଥିବା ବେଳେ ୟୁପି ଆଳୁ ଉପରେ ସମସ୍ତଙ୍କ ଭରସା ଥିଲା । ଏବେ ୪୦ରୁ ୫୦ ଟଙ୍କା ମଧ୍ୟରେ ରାଜ୍ୟରେ ଆଳୁ ବିକ୍ରି ହେଉଛି । ପଶ୍ଚିମବଙ୍ଗରୁ ଆବଶ୍ୟକ ମୁତାବକ ଆଳୁ ଆସୁନଥିବାରୁ ୟୁପିରୁ ଆଳୁ ଅଣାଯାଉଛି । ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି ପୂର୍ବରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ ।
Also Read
ସେପଟେ କିଛି ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକିବାକୁ ନେଇ ଆକ୍ସନ ମୋଡ୍କୁ ଆସିଛି ଯୋଗାଣ ବିଭାଗ । କଟକ ସମତେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । କଟକ ଛତ୍ର ବଜାର ଓ ଭୁବନେଶ୍ୱରର ୪ ନମ୍ବର ମାର୍କେଟରେ ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗରେ ରେଡ୍ କରାଯାଇଛି ।
ଅଧିକ ପଢ଼ନ୍ତୁ: କମିବ ଆଳୁ ଦର ! ଆଜି ଓଡ଼ିଶାରେ ପହଞ୍ଚିବ ୟୁପି ଆଳୁ
ସୂଚନା ଅନୁସାରେ, ଏବେ ପୁଣି ବଜାରରେ ଆଳୁ ଦର ହୋଇଛି ଅମୂଲ ମୂଲ । ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ । ଗୋଦାମରେ ବି ଆଉ ଷ୍ଟକ୍ ନାହିଁ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଆଳୁ ଦର ୪୦ରୁ ଅଧିକ ରହିଛି । ଘରର ସବୁଠୁ ଅଧିକ ଓ ଅତ୍ୟାବଶ୍ୟକ ପରିବା ଆଳୁର ଦର ଏତେ ଅଧିକା ଦେଖି ଲୋକେ ବି ଛାନିଆ । କେତେ ପରିମାଣର କିଣିବେ, ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଆଳୁ ବିନା ରୋଷେଇ ଘର ଖାଲି ଖାଲି ଲାଗୁଥିବା ବେଳେ ବଢ଼ୁଥିବା ଦର ଲୋକଙ୍କ ପକେଟ୍ କୁ ସିଧା ମାଡ଼ କରିଛି ।
ମାତ୍ର ୩ ମାସ ନଯାଉଣୁ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବାହାରିଛି ପୁରୁଣା ରୋଗ। ଓଡ଼ିଶାକୁ ଆଳୁ ଗାଡ଼ି ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ଏପଟେ ଯୋଗାଣ ମନ୍ତ୍ରୀ କହିଲେଣି-ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଞ୍ଜାବ ସରକାରଙ୍କ ସହ ବି ଯୋଗାଯୋଗ ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି, କମିପାରେ E-ଚାଲାଣ ରାଶି
ଏସବୁ ଭିତରେ ଆଜିଠୁ ରାଜ୍ୟରେ କମିବ କି ଆଳୁ ଟେନସନ୍ ? ଉତ୍ତରପ୍ରଦେଶରୁ ଆସୁଥିବା ୩୦୦ ଟ୍ରକ୍ ଆଳୁ ଆଜି ଓଡ଼ିଶାରେ ପହଞ୍ଚିବ ବୋଲି ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ । ଉତ୍ତରପ୍ରଦେଶରୁ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଲେ ରାଜ୍ୟରେ ଆଉ ଆଳୁ ସଂକଟ ରହିବନି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ସେହିପରି ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇ ଯୋଗାଣ ମନ୍ତ୍ରୀ କହିଥିଲେ, ଚଢ଼ା ଦରରେ ଆଳୁ ବିକ୍ରି କଲେ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ସେପଟେ ମଙ୍ଗଳବାରଠୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ଡାକରା ଉପରେ ଯୋଗାଣ ମନ୍ତ୍ରୀ କହିଥିଲେ, ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । କିନ୍ତୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉନଥିବାରୁ ବ୍ୟବସାୟୀ କ୍ଷତି ସହିବେ । ସେଥିପାଇଁ ପଶ୍ଚିମବଙ୍ଗର ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପଶ୍ଚିମବଙ୍ଗ ବ୍ୟବସାୟୀ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି । କିନ୍ତୁ ସେଠାକାର ସରକାର ଅନୁମତି ଦେଉନଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ ।