Advertisment

Kandhamal Mango Kernel Tragedy: ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା BJD

ତେବେ ଆରୋପ ଉପରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଆଗୁଆ ଦିଆଯାଇଛି । ତେଣୁ ଚାଉଳ ବିନା ସେମାମେ ଆମ୍ବ ଟାକୁଆ ଖାଇବା ଅଭିଯୋଗ ଭୁଲ ।

ଅଦ୍ୟତନ ହୋଇଛି
Kandhamal Mango Kernel Tragedy

Kandhamal Mango Kernel Tragedy

Advertisment

କନ୍ଧମାଳ ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ନେଇ ଜୋର ଧରିଲା ରାଜନୀତି । ଏହି ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି । ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ବୋଲି ବିଜେଡି ଅଭିଯୋଗ କରିଛି। 

Advertisment

ତେବେ ଆରୋପ ଉପରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଆଗୁଆ ଦିଆଯାଇଛି । ତେଣୁ ଚାଉଳ ବିନା ସେମାମେ ଆମ୍ବ ଟାକୁଆ ଖାଇବା ଅଭିଯୋଗ ଭୁଲ । ମୁଖ୍ୟମନ୍ତ୍ରୀ RDC ତଦନ୍ତ ନିର୍ଦ୍ଦେଶ ଦେଇସାରିଛନ୍ତି । ଯେଉଁ ମାନେ ଇସ୍ତଫା ଦାବି କରୁଛନ୍ତି ତାଙ୍କର କେତେ ନୈତିକତା ଅଛି ଆମେ ଜାଣିଛୁ ବୋଲି ମନ୍ତ୍ରୀ କହିଛନ୍ତି । 

ଅଧିକ ପଢ଼ନ୍ତୁ:  IDCO Manager ବାବୁଙ୍କ ଅଚଳାଚଳ ସମ୍ପତ୍ତି; ସୁଇଚ୍‌ ଚିପିଲେ ଖୋଲୁଛି କବାଟ, କୋଠାର ମୂଲ୍ୟ ୩ କୋଟି ୨୨ ଲକ୍ଷ...

Advertisment

ଏପଟେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଆଜି କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ପହଞ୍ଚିଥିଲେ ଦକ୍ଷିଣାଞ୍ଚଳ  RDC ରୂପା ରୋଶନ ସାହୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ RDC ତଦନ୍ତ ନିର୍ଦ୍ଦେଶ ପରେ ଆଜି ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତ୍ରି । ପ୍ରଥମେ ସେ ମାଣ୍ଡିପଙ୍କାରେ ଗାଁରେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ଭେଟିବା ସହ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ପଚାରି ବୁଝିଛନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ପରିବାର ଲୋକେ ଆମ୍ବ ଟାକୁଆ ଖାଇଲେ, ସେ ନେଇ RDC ଟିକନିକ ପଚାରିଥିଲେ। 

ଏହା ସହ ପିଡ଼ିଏସ ଚାଉଳ ତାଙ୍କୁ କେବେ ମିଳିଥିଲା, ଚାଉଳ ସେମାନେ କେଉଁଠୁ ଆଣୁଛନ୍ତି ସବୁ ପଚାରି ବୁଝିଥିଲେ। ଏହାପରେ ବ୍ରାହ୍ମଣୀଗାଁ ଫେରି ଲ୍ୟାମ୍ପସ ଯାଇ ପିଡ଼ିଏସ ଚାଉଳ କିଭଳି ଭାବେ ବିତରଣ କରାଯାଉଛି, ସେ ନେଇ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ! ପ୍ରାଥମିକ ତଦନ୍ତ କରିବା ସହ ପୁଣି ଥରେ ଜିଲ୍ଲା ସ୍ତରରେ ଏକ ତଦନ୍ତ କରି ସାରିବା  ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରଯିବ ବୋଲି RDC କହିଛନ୍ତି ।

Advertisment

ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ କୁହାଯାଉଥିବା ଯେଉଁ ଆମ୍ବକୋଇଲି ଦିନେ ଜୀବନ ନେଇଥିଲା ଲକ୍ଷ୍ମୀପୁର ଓ କାଶୀପୁରରେ, ଏବେ ଘଟଣାର ପୁନରାବୃତ୍ତି ହୋଇଛି କନ୍ଧମାଳ ଗଦାପୁରରେ। ନଭେମ୍ବର ୧ରେ ଯାଇଛି ୨ ମହିଳାଙ୍କ ଜୀବନ। ସେମିତି ୨୦୦୧ରେ ରାୟଗଡ଼ା କାଶୀପୁରର ଆମ୍ବଟାକୁଆ ଟ୍ରାଜେଡି। ଯେଉଁବର୍ଷ ୨୦ରୁ ଅଧିକଙ୍କ ପ୍ରାଣହାନୀ ହୋଇଥିଲା। ସେହିପରି ୨୦୧୬ ଅଗଷ୍ଟରେ ବି ସେହି କାଶୀପୁର ବ୍ଲକରେ ଯାଇଥିଲା ୨ ଜୀବନ। ୨୦୧୨ ଓ ୨୦୧୩ରେ କୋରାପୁଟର ଲକ୍ଷ୍ମୀପୁର ବ୍ଲକ ଏବଂ ୨୦୧୮ରେ ନବରଙ୍ଗପୁର ଝରିଗାଁ ମଇନାପଦର ଗାଁରେ ଏକାଧିକଙ୍କ ମୃତ୍ୟୁ ହୋଇଥିଲା। ଆଉ ଏବେ କନ୍ଧମାଳ ଜିଲ୍ଲାର ଆମ୍ବଟାକୁଆ ଟ୍ରାଜେଡିକୁ ନେଇ ଚାଲିଛି ତନାଘନା। 

ଅଧିକ ପଢ଼ନ୍ତୁ: ସାବାଡ୍ ହେବେ ଅମାନିଆ 'ମୋ ବସ୍‌' ଡ୍ରାଇଭର; ଲାଗିବ ସ୍ପିଡ୍ ଗଭର୍ଣ୍ଣର

Odisha News Kandhamal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ