DGP Conference: ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ, ଯୋଗ ଦେବେ ପିଏମ୍

ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ । ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ ।

DGP Conference

ରାଜ୍ୟ ରାଜଧାନୀରେ ପୋଲିସ ମହାନିର୍ଦ୍ଦେଶକଙ୍କ ମହାମେଳି । ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ଏହି କନଫରେନ୍ସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ଅଭିନବ ବ୍ୟବସ୍ଥା କରାଯାଇଛି ।

ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ । ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ ।

ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟ ଉପରେ ଚାଲିବ ମାନସ ମନ୍ଥନ । ବିଶେଷ କରି ସମୟ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବ ।

ଏହା ସହ ପଢ଼ନ୍ତୁ:କର୍ମୀଙ୍କୁ ଝିଅ-ବୋହୂର ପାଠ ପଢ଼ାଇଲେ ମୋଦି, କହିଲେ ...

ବଡ କଥା ହେଉଛି ଏଥର ଏସବୁ ଉପରେ ଟପିକ୍ ୱାରି ପ୍ରେଜେଣ୍ଟେସନ୍ ପାଇଁ ୧୨ଟି ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏସବୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହୋଇଛି ଏହି ସର୍ବଭାରତୀୟ ସମ୍ମିଳନୀ ।

ସେପଟେ ଗତକାଲି ରାଜଧାନୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଲୋକଙ୍କ ଓ କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିର ନଗରୀରେ ମୋଦି ଉତ୍ସାହ... କୋହଲା ପାଗକୁ ଉଷୁମ କରୁଥିଲା ନାଚଗୀତ, ସାଂସ୍କୃତିକ ଆୟୋଜନ । କେଉଁଠି ଘୋଡ଼ାନାଚ-ଘଣ୍ଟନାଦ, ଆଉ କେଉଁଠି ଡାଲଖାଇ ଓ ଆଦିବାସୀ ନୃତ୍ୟ... ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦି ଫ୍ୟାନ୍... ପାରମ୍ପରିକ ଲୋକନୃତ୍ୟରେ କମ୍ପୁଥିଲା ରାଜଧାନୀର ରାଜରାସ୍ତା ।

ଏଭଳି ମାହୋଲରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର । ନମୋଙ୍କ ଝଲକ ପାଇବା ମାତ୍ରେ ମୋଦି ମୋଦି ନାରାରେ କମ୍ପିଥିଲା ଏୟାରପୋର୍ଟ ନିକଟ ସଭାସ୍ଥଳ । ଜଗନ୍ନାଥଙ୍କ ମାଟିରେ ପାଦ ଦେଇ ସେଠାରେ ପ୍ରଥମେ ବିଶାଳ ଜନସମାବେଶକୁ ସମ୍ବୋଧନ କରିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଭିଭାଷଣରେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି । କହିଛନ୍ତି, ଏଠାରେ ଆମର ସରକାର ନଥିଲା, ଯୋଜନାର ନାଁ ବଦଳାଇ ଦିଆଯାଉଥିଲା । ତଥାପି ଆମେ ନିଷ୍ଠାର ସହ ଓଡ଼ିଶାର ବିକାଶ ପାଇଁ ଲଗାତାର କାମ କରୁଥିଲୁ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଆମକୁ ହୃଦୟ ଖୋଲି ସମର୍ଥନ କଲେ ।

ଅଭିଭାଷଣରେ ବିରୋଧୀଙ୍କ ଉପରେ ବି ପ୍ରବଳ ବର୍ଷିଛନ୍ତି ମୋଦି । ସେମାନଙ୍କ ଝୁଠ୍ କୀ ଦୁକାନ ଠାରୁ ଦେଶବାସୀଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି । ପ୍ରଥମ ଥର ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ଆଜିର ଦିନକୁ ଐତିହାସିକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଭାମଞ୍ଚରେ ଉପସ୍ଥିତ ଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ୩ କେନ୍ଦ୍ରମନ୍ତ୍ରୀ ପ୍ରମୁଖ । ଜନତାଙ୍କୁ ଉଦବୋଧନ ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ମୁହାଁଇଥିଲା ରାଜଭବନ ଅଭିମୁଖେ ।

ଏହା ସହ ପଢ଼ନ୍ତୁ:ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା