Advertisment

Viral Video: ଭାଇରାଲ୍ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ଚମତ୍କାର ଭିଡିଓ; ଦେଖିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଅଦ୍ଭୁତ ଭିଡିଓ। ଆପଣ ଦେଖିଲେ ସେହି ପ୍ରତିଭାଙ୍କୁ ପ୍ରଶଂସା ନ କରି ରହି ପାରିବେ ନାହିଁ। ଏହି ପ୍ରତିଭାଙ୍କ ଦୁଇ ଆଖିକୁ ଦେଖାଯାଉ ନଥିଲେ ମଧ୍ୟ ତାଙ୍କ ଅଦ୍ଭୁତ କଳା ସମସ୍ତକୁ ବାନ୍ଧି ରଖିବାରେ ସକ୍ଷମ।

author-image
Pramod Behera
ଅଦ୍ୟତନ ହୋଇଛି
Multi Singer Blind Man Mr Shantipriya Chakma Video Viral

Multi Singer Blind Man Mr Shantipriya Chakma Video Viral

ଆଜିକାଲି ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମ ସବୁ ବର୍ଗଙ୍କ ପାଇଁ ମନୋରଂଜନର ଖୋରାକ୍ ସାଜିଛି। ପ୍ରତିଦିନ ଏ ସବୁ କ୍ଷେତ୍ରରେ ଏମିତି କିଛି ପୋଷ୍ଟ୍ ଭାଇରାଲ ହୁଏ ଯାହା ପୂରା ଦିନକୁ ମସଲାଦାର୍ କରିଦିଏ। ଏହି ସୋସିଆଲ୍ ମିଡିଆ ମଧ୍ୟ ଅନେକଙ୍କୁ ରାତାରାତି ଲୋକପ୍ରିୟ କରିବାର ମାଧ୍ୟମ ସାଜେ।

Advertisment

ଏଠାରେ ବିଭିନ୍ନ ପ୍ରକାର ପୋଷ୍ଟ୍‌ ସହିତ ଅଜବ ଗଜବ ଜିନିଷ ମଧ୍ୟ ଦେଖିବାକୁ ମିଳେ। କେତେବେଳେ କୌଣସି ରିକ୍ସାବାଲା ଭଲ ଇଂରାଜୀ କହିବା ଦେଖିବାକୁ ମିଳେ ତ ପୁଣି କେତେବେଳେ ରାନୁ ମଣ୍ଡଳ ପରି ଷ୍ଟେସନ ବେଗାର୍ ଚମତ୍କାର ସ୍ୱରର ଯାଦୁ ଲକ୍ଷାଧିକ ମନ କିଣିବାରେ ଦେଖିବାକୁ ମିଳେ।

ବଣମଲ୍ଲୀ ପରି ଲୁଚିଯାଉଥିବା ବିଭିନ୍ନ ପ୍ରତିଭାଙ୍କୁ ମଧ୍ୟ ଏହି ସୋସିଆଲ୍ ମିଡିଆ ଲୋକମାନକଙ୍କ ସମ୍ମୁଖକୁ ନେଇଆସେ। ବର୍ତ୍ତମାନ ଏହିଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଦେଖିଲେ ସେହି ପ୍ରତିଭାଙ୍କୁ ପ୍ରଶଂସା ନ କରି ରହି ପାରିବେ ନାହିଁ। ଏହି ପ୍ରତିଭାଙ୍କ ଦୁଇ ଆଖିକୁ ଦେଖାଯାଉ ନଥିଲେ ମଧ୍ୟ ତାଙ୍କ ଅଦ୍ଭୁତ କଳା ସମସ୍ତକୁ ବାନ୍ଧି ରଖିବାରେ ସକ୍ଷମ।

Advertisment

ଏହି ଭିଡିଓଟି ସୋସିଆଲ୍ ମିଡିଆ ଫେସବୁକ୍‌ରେ ଶେୟାର ହୋଇଛି। କ୍ୟାପସନ୍‌ରୁ ଜଣାପଡୁଛି ଯେ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଙ୍ଗ୍ଲାଦେଶର ଶାନ୍ତିପ୍ରିୟା ଚକ୍‌ମା। ସେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି। ଥରେ ଦେଖନ୍ତୁ ତାଙ୍କର ଅଦ୍ଭୁତ କଳାକୁ। ତାଙ୍କ ପାଖରେ ନା ଅଛି କୌଣସି ବାଦ୍ୟଯନ୍ତ୍ର ନା ଅଛି କୌଣସି ପ୍ରାକାର ଟେକ୍ନୋଲୋଜୀ। ସେ ନିଜ ଜଙ୍ଘକୁ କରିଦେଇଛନ୍ତି ବାଜା।

ଶାନ୍ତିପ୍ରିୟା ନିଜ ହାତରେ ତାଙ୍କ ଜଙ୍ଗକୁ ବାଡେଇ ଚମତ୍କାର ମ୍ୟୁଜିକ୍ ବାହାର କରୁଛନ୍ତି। ଖାଲି ଜଙ୍ଘ ନୁହେଁ, ତାଙ୍କ ପାଟି ମଧ୍ୟ ମ୍ୟୁଜିକ୍‌ର ଗ୍ରନ୍ଥାଘର। ସବୁଠାରୁ ଆଶ୍ଚର୍ଯ୍ୟ ଆଉ ଅଦ୍ଭୁତ କଥା ହେଲା ସେ ଉଭୟ ପୁରୁଷ ଓ ମହିଳାଙ୍କ କଣ୍ଠ ସ୍ୱରରେ ଶାହରୁଖଙ୍କ ଅଭିନୀୟ ଫିଲ୍ମ ‘ବାଜିଗର’ର ଟାଇଟଲ ଗୀତ ଖୁବ୍ ଚମତ୍କାର ଢଙ୍ଗରେ ଗାଉଛନ୍ତି।

ତାଙ୍କର ଏହି ଗୀତ ଶୁଣିବା ପାଇଁ ତାଙ୍କ ଚାରିପାଖରେ ଅନେକ ପିଲା ଓ ଯୁବକ ମଧ୍ୟ ଅଛନ୍ତି। ସେମାନେ ଶାନ୍ତିପ୍ରିୟାଙ୍କ ଏହି ସୁନ୍ଦର ଗୀତକୁ ଉପଭୋଗ କରୁଛନ୍ତି ଆଉ ତାଳି ମଧ୍ୟ ମାରୁଛନ୍ତି। ଗୀତ ଶୁଣି ଅନେକ ଯୁବକ ଶାନ୍ତିପ୍ରିୟାଙ୍କୁ ତାରିଫ୍ କରିବା ସହିତ ବାଃ… ବାଃ… ମଧ୍ୟ କହୁଛନ୍ତି।

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୨୨ ମିଲିୟନ ଲୋକ ଦେଖିସାରିଥିବା ବେଳେ ୫୫୦ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ୧୦ ହଜାର ପାଖାପାଖି ବ୍ୟକ୍ତି ନିଜ ନିଜ ମତ ମଧ୍ୟ ପ୍ରକାଶ କରିଛନ୍ତି। ଜଣେ କହିଛନ୍ତି – ଏହି ଭିଡିଓଟି ଖୁବ୍ ସୁନ୍ଦର ହୋଇଛି, ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି।

ଜଣେ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଛନ୍ତି – ତାଙ୍କୁ ମନୋରଞ୍ଜନ କରାଯିବା ଉଚିତ୍! କିନ୍ତୁ ସେ ଆମକୁ ମନୋରଞ୍ଜନ କରୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିବା ଆମ ପାଇଁ ବହୁତ ଭଲ ହେବ, କାରଣ ସେ ଜଣେ ଦିବ୍ୟାଙ୍ଗ ଅଟନ୍ତି।

ଅନ୍ୟଜଣେ ତାଙ୍କ ପାଇଁ ଏକ ଲମ୍ବା ନୋଟ୍‌ ଲେଖି ତାଙ୍କୁ ସହଯୋଗ ପାଇଁ ସରକାର ଓ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି - ମୁଁ ଏହି ସୁନ୍ଦର ସଂଗୀତ ଏବଂ ଗୀତକୁ ବହୁତ ପସନ୍ଦ କଲି ଏବଂ ଆମେ ତାଙ୍କୁ ଆଖି ଫେରେଇ ଆରିବା ନାହିଁ। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ଚାହିଁଲେ ତାଙ୍କର ଦୃଷ୍ଟି ଶକ୍ତି ଫେରିପାରେ। ସେ ଏହି ଗୀତଟିକୁ ଉଭୟ ଝିଅ ଓ ପୁଅର ସ୍ୱରରେ ଗାଇଛନ୍ତି। ମୁଁ ସରକାର ଏବଂ ଦେଶବାସୀ ତଥା ମୋର ଭାରତୀୟ ଭାଇମାନଙ୍କୁ ଏହି ଭିଡିଓକୁ ଯଥାସମ୍ଭବ ଶେୟାର କରିବାକୁ ଅନୁରୋଧ କରୁଛି। ଏବଂ ମୁଁ ତାଙ୍କ ପାଇଁ ସରକାରଙ୍କୁ ଅନୁରୋଧ କରୁଛି ତାଙ୍କ ପାଇଁ ସମ୍ମାନଜନକ ରୁଟି, ଏକ ସମ୍ମାନଜନକ ଘର ଏବଂ ଶାନ୍ତିପୂର୍ଣ୍ଣ ନିଦ ପାଇଁ କିଛି ଭଲ କାମ କରନ୍ତୁ। ମୋ ତରଫରୁ ତାଙ୍କ ପାଇଁ ୧୦୦ ରୁ ୧୦୦ ନମ୍ବର ଦେଉଛି।

Social Media Viral Video
Advertisment
Advertisment