Advertisment

ରଖେ ହରି ତ ମାରେ କିଏ !! ଚିକିତ୍ସା ବିଜ୍ଞାନର ଚମତ୍କାରିତା ବଳରେ ନୂଆ ଜୀବନ ପାଇଲା କଅଁଳା ଶିଶୁ

ଯାହା ଅସମ୍ଭବ ଲାଗୁଥିବା, ତାହା ସମ୍ଭବ ହେଲା। ମା କୋଳରେ ଆରାମର ଶୋଇଥିବା ଶିଶୁଟି ଯେ, ଜନ୍ମ ପରେ ଦୁନିଆ ଦେଖିବ, ସେ ଆଶା ଛାଡ଼ି ଦେଇଥିଲେ ବାପା ଓ ମା। ହେଲେ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଦଳ ସେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ଫୁଟାଇଛନ୍ତି ହସ।

author-image
Manoranjan Behera
ଅଦ୍ୟତନ ହୋଇଛି
Bhubaneswar AIIMS Rare Surgery

Rare Surgery

ଡାକ୍ତରଖାନାରେ ଜନ୍ମ ନେଇଥିଲା କିଲେ ୫୦ ଗ୍ରାମର ଅପରିପକ୍ୱ ଶିଶୁ। ଜନ୍ମରୁ ନ ଥିଲା ଅନ୍ତଃନଳୀ। ବାପା, ମା ବି ଆଶା ଛାଡ଼ି ଦେଇଥିଲେ। ହେଲେ ଭୁବନେଶ୍ୱର ଏମ୍ସ ଶିଶୁ ଶଲ୍ୟ ବିଭାଗ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ପାଇଛି ନୂଆ ଜୀବନ।

Advertisment

ଚିକିତ୍ସା ବିଜ୍ଞାନର ଚମତ୍କାରିତା। ଯାହା ଅସମ୍ଭବ ଲାଗୁଥିବା, ତାହା ସମ୍ଭବ ହେଲା। ମା କୋଳରେ ଆରାମର ଶୋଇଥିବା ଶିଶୁଟି ଯେ, ଜନ୍ମ ପରେ ଦୁନିଆ ଦେଖିବ, ସେ ଆଶା ଛାଡ଼ି ଦେଇଥିଲେ ବାପା ଓ ମା। ହେଲେ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଦଳ ସେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ଫୁଟାଇଛନ୍ତି ହସ।

ଖୋର୍ଦ୍ଧା ଟାଉନ ଅଞ୍ଚଳର ରୁକସାରୋ ବିବିଙ୍କର ଗତ ଫେବ୍ରୁଆରୀ ୨୯ ତାରିଖରେ ଏମ୍ସରେ ଏକ ଅପରିପକ୍ୱ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଜନ୍ମ ବେଳେ ଶିଶୁଟିର ଓଜନ ଥିଲା ମାତ୍ର ୧ କିଲୋ ୫୦ ଗ୍ରାମ୍। ଶିଶୁଟି ମାଆ କ୍ଷୀର ପିଇବା ମାତ୍ରେ ବାନ୍ତି କରି ଦେଉଥିଲା। ପରୀକ୍ଷାରୁ ଜଣା ପଡ଼ିଥିଲା ଶିଶୁର ପାକସ୍ଥଳୀ ପରେ ଥିବା କ୍ଷୁଦ୍ର ଅନ୍ତଃନଳୀର ଏକ ଅଂଶ ମାଆ ଗର୍ଭରେ ତିଆରି ହୋଇପାରିନି। ଯଦି ତୁରନ୍ତ ସର୍ଜରୀ ନ ହୁଏ, ତାହେଲେ ଶିଶୁଟି ବଞ୍ଚିବା ମୁସ୍‌କିଲ। ହେଲେ, ଏତେ କମ୍ ଓଜନର ଶିଶୁର ଅପରେସନ ସେତେଟା ସହଜ ନ ଥିଲା। ଏହାସତ୍ତ୍ୱେ ଡାକ୍ତରମାନେ ଏ ଘଟଣାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ବିରଳ ଅସ୍ତ୍ରୋପଚାର ! ବେକରୁ ପ୍ରାୟ ଅଲଗା ହୋଇଯାଇଥିଲା ମୁଣ୍ଡ, ଯୋଡ଼ିଦେଲେ ଡାକ୍ତର

ଶିଶୁର ଅପରେସନ ପାଇଁ ଏମ୍ସ ପେଡିଆଟ୍ରିକ ସର୍ଜରୀ ବିଭାଗ ନେତୃତ୍ୱରେ ଆନାସ୍ଥେସିଆ ଓ ନିଓନାଟାଲ କେୟାର ବିଭାଗ ବିଶେଷଜ୍ଞକୁ ନେଇ ଗଠନ ହେଲା ଏକ ଟିମ୍। ଜନ୍ମର ପରଦିନ ହିଁ କରାଗଲା ଅପରେସନ। ଶିଶୁ ଶରୀରର ତିଆରି ହୋଇ ନ ଥିବା କ୍ଷୁଦ୍ର ଅନ୍ତଃନଳୀକୁ ଯୋଡ଼ି ଦେଲେ ଡାକ୍ତର। ସପ୍ତାହକ ପରଠୁ ଶିଶୁଟି ସ୍ବାଭାବିକ ଭାବେ ଖାଇ ପାରୁଛି। ଦେଢ଼ ମାସ ଅବଜର୍ଭେସନରେ ରହି ଶିଶୁଟି ଦେଢ଼ କେଜି ଓଜନର ହେବା ପରେ ନିକଟରେ ଡିସ୍‌ଚାର୍ଜ ହୋଇଛି। ଡାକ୍ତରଙ୍କ କହିବା କଥା, ସାଧାରଣତଃ ଏତେ କମ୍ ଓଜନର ପିଲା ଅପରେସନ ପରେ ବଞ୍ଚନ୍ତିନି। ହେଲେ ତା କପାଳରେ ବଞ୍ଚିବା ଲେଖାଅଛି।

ରଖେ ହରି ତ ମାରେ କିଏ? ଯାହା ସତ ହୋଇଛି ଏହି ନବଜାତ ଶିଶୁଟି କ୍ଷେତ୍ରରେ।

Bhubaneswar AIIMS Rare Surgery
Advertisment
Advertisment