Advertisment

Strawberry and Dragon fruit in Odisha: ଓଡ଼ିଶା ମାଟିରେ ବିଦେଶୀ ଫଳ ଡ୍ରାଗନ ଫ୍ରୁଟ ଓ ଷ୍ଟ୍ରବେରୀ

ଓଡ଼ିଶା ମାଟିରେ ବିଦେଶୀ ଫଳ। ଦେଢ ଏକର ଜମିରେ ଫଳିଛି ଡ୍ରାଗନ ଫ୍ରୁଟ୍। ଜଣେ ବିଦେଶ ଫେରନ୍ତା ଉଚ୍ଚଶିକ୍ଷିତ ଯୁବକ କରିଛନ୍ତି ଏହି ଚାଷ।

author-image
Saroj Kumar Jena
ଅଦ୍ୟତନ ହୋଇଛି
strawberry

strawberry

ଡ୍ରାଗନ ଫ୍ରୁଟ୍ ହେଉ କି ଷ୍ଟ୍ରବେରୀ। ଏବେ ଓଡ଼ିଶା ମାଟିରେ ହେଉଛି ଏହି ବିଦେଶୀ ଫଳ । ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଲକ୍ ରାଇଛାପଲ ଗାଁରେ ଫଳିଛି ଡ୍ରାଗନ ଫ୍ରୁଟ୍ । ବିଦେଶ ଫେରନ୍ତା ଉଚ୍ଚଶିକ୍ଷିତ ଯୁବକ କରୁଛନ୍ତି ଏହାର ଚାଷ । ସେପଟେ ନବରଙ୍ଗପୁର ବଡ଼କୁମାରୀ ଗାଁର ଜ୍ୟୋତିର୍ମୟ ନିଜ କ୍ଷେତରେ ଫଳାଇଛନ୍ତି ଷ୍ଟ୍ରବେରୀ। ଦେଖିବା ଏହି ରିପୋର୍ଟ।

Advertisment

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ

ଓଡ଼ିଶା ମାଟିରେ ବିଦେଶୀ ଫଳ। ଦେଢ ଏକର ଜମିରେ ଫଳିଛି ଡ୍ରାଗନ ଫ୍ରୁଟ୍। ଜଣେ ବିଦେଶ ଫେରନ୍ତା ଉଚ୍ଚଶିକ୍ଷିତ ଯୁବକ କରିଛନ୍ତି ଏହି ଚାଷ। ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଲକ୍ ରାଇଛାପଲ ଗାଁରେ ଫଳିଛି ଡ୍ରାଗନ ଫ୍ରୁଟ୍ । ରାଉରକେଲା ବସନ୍ତୀ କଲୋନୀରେ ରହୁଥିବା ଅରୁଣାଚାରି ପି. ଆମେରିକାରେ ୧୦ ବର୍ଷ ଆଇଟି ଇଞ୍ଜିନିୟର ଭାବେ କାମ କରିବା ପରେ ୪ ବର୍ଷ ତଳେ ରାଉରକେଲାକୁ ଫେରିଥିଲେ। ଉଦ୍ୟାନ କୃଷି କ୍ଷେତ୍ରରେ ଆଗ୍ରହ ରଖୁଥିବା ଅରୁଣାଚାରି ଡ୍ରାଗନ ଚାଷ କରିବାକୁ ମନ ବାଳାଇଥିଲେ। ଗତବର୍ଷ ଜୁନ୍ ମାସରେ ଡ୍ରାଗନ ଚାଷ ଆରମ୍ଭ କରିଥିଲେ । ଦେଢ ଏକର ଜମିରେ ଦୁଇଟି ପର୍ଯ୍ୟାୟରେ ଲଗାଇଛନ୍ତି ୧୨ ଶହ ଗଛ । ଜୌବିକ ପଦ୍ଧତିରେ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଏପଟେ ମନ ମୋହୁଛି ପେନ୍ଥା ପେନ୍ଥା ଲାଲ ଟହ ଟହ ଷ୍ଟ୍ରବେରୀ। ନବରଙ୍ଗପୁର ଉମରକୋଟ ବ୍ଲକ ବଡ଼କୁମାରୀ ଗାଁର ଜ୍ୟୋତିର୍ମୟ ତାଙ୍କ କ୍ଷେତରେ ଫଳାଇଛନ୍ତି ଷ୍ଟ୍ରବେରୀ। ଉଦ୍ୟାନ କୃଷି ବିଭାଗର ପ୍ରଚେଷ୍ଟା ଏବଂ ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଜୈବିକ ପଦ୍ଧତିରେ କରିଛନ୍ତି ଷ୍ଟ୍ରବେରୀ ଚାଷ। ବଜାରରେ କେଜି ପ୍ରତି ୧୫୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି। ଆଗକୁ ଅଧିକ ଜମିରେ ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଷ୍ଟ୍ରବେରୀ ଚାଷରୁ ପ୍ରତିବର୍ଷ ୪ରୁ ୫ ଲକ୍ଷ ଟଙ୍କା ରୋଜଗାର ହୋଇପାରିବ ବୋଲି କହିଛନ୍ତି ଜ୍ୟୋତିର୍ମୟ । 

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ

Strawberry Boost Dragon Fruit Farming Organic Farming
Advertisment
Advertisment