• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜି ଅନୁଷ୍ଠିତ ହେଉଛି ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ । ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିଛି ଚିନ୍ତନ ଓ ଚର୍ଚ୍ଚା ଆଲୋଚନା । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ହେବ ମାନସମନ୍ଥନ । ଆଜିର ଏହି କାର୍ଯ୍ୟକ୍ରମରେ ଓଟିଭିର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ପ୍ରଥମେ ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ଏଥିସହ ଓଟିଭି ଫୋରସାଇଟର ଆଭିମୁଖ୍ୟ ସଂପର୍କରେ କହିଛନ୍ତି।

OTV Foresight 2025 Live Updates: ଓଟିଭି ଫୋରସାଇଟ୍: ବଡ଼ ମଞ୍ଚରେ ବିଚାରର ମହାମନ୍ଥନ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ। ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଡିସକସନ୍‌ରେ ସାମିଲ ହେବେ ଜାତୀୟ ଓ ରାଜ୍ୟ ରାଜନୀତିର ବହୁ ପ୍ରମୁଖ ଚେହେରା । ବହୁ ଯୁବ ଉଦ୍ୟୋଗୀ ମଧ୍ୟ ଏଥିରେ ମତ ବିନିମୟ କରିବାକୁ ଥିବା ବେଳେ, ଓଟିଭି ଫୋରସାଇଟ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିବେ ପ୍ରଖ୍ୟାତ ବଲିଉଡ୍ ଅଭିନେତା ଦିଲୀପ ତାହିଲ ।

୨୦୧୦ ମସିହାରୁ ଆରମ୍ଭ ହୋଇଥିବା ବାର୍ଷିକ ଚିନ୍ତନ ସମାବେଶର ଏହା ପଞ୍ଚଦଶ ସଂସ୍କରଣ । ସବୁଥର ଭଳି ଆଜି ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହେବ ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now