Advertisment

Corruption Scandal: ଜେଲ୍ ଯିବା ପରେ ବଢ଼ିଗଲା ଚକ୍‌ମାଙ୍କ ଚିନ୍ତା...ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି

ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା। ମାନସିକ ଅବସାଦଗ୍ରସ୍ତ ହୋଇ ଏବେ ଭବାନୀପାଟଣା ଜେଲ୍ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Sub-Collector Hospitalised

Sub-Collector Hospitalised

ମାତ୍ର ୪ ବର୍ଷର ଚାକିରି। ୨୦୨୧ରେ ଚାକିରିରେ ଯୋଗ ଦେଇଥିଲେ। କମ୍ ଦିନର କାର୍ଯ୍ୟକାଳରେ ଦୁର୍ନୀତିରେ ପାଦ ଥାପି ଶେଷରେ ଅପବାଦ ମୁଣ୍ଡାଇଲେ। ଭିଜିଲାନ୍ସ ଜାଲରେ ଫସିବା ପରେ IAS ଅଫିସରଙ୍କ ବଢିଗଲା ମାନସିକ ଅବସାଦ। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଲାଞ୍ଚ ନେଇ ଜେଲ ଯିବା ପରେ ଚିନ୍ତା ବଢି ଯାଇଛି। ଜେଲ୍ ଯାଉ ଯାଉ ବିଗିଡ଼ିଗଲା ‘ଚକମା’ଙ୍କ ସ୍ବାସ୍ଥ୍ୟ। ମାନସିକ ଅବସାଦଗ୍ରସ୍ତ ହୋଇ ଏବେ ଭବାନୀପାଟଣା ଜେଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା। ଗତକାଲି ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି।

Advertisment

ଅଧିକ ପଢନ୍ତୁ: ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେବା ବେଳେ ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଧରିଥିଲା ଭିଜିଲାନ୍ସ। ଜୟପାଟଣା ବ୍ଲକ ଆମଯୋର ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ କ୍ରସର ମାଲିକ ଅନ୍ୟୋପାୟ ନ ପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ପୂର୍ବ ଯୋଜନା ମୁତାବକ, ଧୀମାନ ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହା ପରେ ଅଧିକ ଖୋଳତାଡ କରିବା ପାଇଁ ତାଙ୍କ କାର୍ଯ୍ୟାଳୟ ସମେତ ସରକାରୀ କ୍ବାର୍ଟରରେ ଚଢା‍ଉ କରାଯାଇଥିଲା। ରେଡ୍ ବେଳେ ତାଙ୍କ ସରକାରୀ କ୍ବାର୍ଟର୍ସରୁ ମିଳିଥିଲା ୪୭ ଲକ୍ଷ ଟଙ୍କାର ନଗଦ କ୍ୟାସ୍। ଜବତ ଟଙ୍କା ବାବଦରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ ଚକମା। ତାଙ୍କ ଘର ତ୍ରିପୁରା କାଞ୍ଚନପୁର ଅଞ୍ଚଳରେ। ୨୦୨୦ରେ ସେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିଜ ପରିବାର ତଥା ହୋମ୍ ଟାଉନରୁ ସେ ପ୍ରଥମ ଯିଏ କି, ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିଜ ଶେଷ ଉଦ୍ୟମରେ ସେ ୟୁପିଏସସି ପରୀକ୍ଷା କ୍ଲିୟର କରିଥିଲେ। ଧୀମାନଙ୍କ ବାପା ଜଣେ ଟିଚର ଏବଂ ମାଆ ଜଣେ ଗୃହିଣୀ। ଆଇଏଏସ୍ ହେବା ପରେ ସେ ଶିକ୍ଷା କ୍ଷେତ୍ରରେ ଅନେକ କାମ କରିବା ଲାଗି ଇଚ୍ଛା ରଖିଥିଲେ। ହେଲେ ଲାଞ୍ଚ ନେଇ ଫସିଗଲେ ଭିଜିଲାନ୍ସ ହାତରେ।

Advertisment

ଅଧିକ ପଢନ୍ତୁ: ଲୋଭ ଛାଡୁନି; ଭିଜିଲାନ୍ସ ଜାଲରେ ଫସିଲେ ମହିଳା କନିଷ୍ଠ ଯନ୍ତ୍ରୀ

Vigilance IAS Officer Odisha Vigilance Arrest
Advertisment
Advertisment