Advertisment

Relocate Sainik School: ସୈନିକ ସ୍କୁଲ ସ୍ଥାନାନ୍ତରଣ ପ୍ରସ୍ତାବକୁ ବିରୋଧ; ଏକାଠି ହେଲେ ଗ୍ରାମବାସୀ ଓ ଅଭିଭାବକ

ସୈନିକ ସ୍କୁଲର ପୂର୍ବତନ ଶିକ୍ଷକ କହିଛନ୍ତି, ଏଠି ଦିନେ ଜଙ୍ଗଲ ଥିଲା । ଜଙ୍ଗଲ ଭିତରେ ସୈନିକ ସ୍କୁଲ ଆରମ୍ଭ ହୋଇଥିଲା । ଏ ଭିତରେ ଭୁବନେଶ୍ୱର ସୈନିକ ସ୍କୁଲ ଭାରତୀୟ ସେନାକୁ ପ୍ରାୟ ୭୦୦ ସେନା ଅଧିକାରୀ ଦେଇଛି, ୧୦ରୁ ଅଧିକ ଲେଫ୍ଟନାଣ୍ଟ ଜେନେରାଲ ପାହ୍ୟାର ଅଧିକାରୀ ସୃଷ୍ଟି କରିଛି । ଆଜି ଏହା ସହରୀକରଣ ଦ୍ୱାରା ସେଣ୍ଟ୍ରାଲ ପ୍ଲେସ ହୋଇଗଲା ବୋଲି ତାକୁ ୩୦ କିଲୋମିଟର ଦୂରକୁ ଫିଙ୍ଗି ଦେବାକୁ ଚାହୁଁଛନ୍ତି।

ଅଦ୍ୟତନ ହୋଇଛି
Relocate Sainik School

Relocate Sainik School

Advertisment

ଭୁବନେଶ୍ୱର ସୈନିକ ସ୍କୁଲ ନାନ୍ତରଣ ପ୍ରସ୍ତାବକୁ ବିରୋଧ କରି ଏକାଠି ହେଲେ ସ୍ଥାନୀୟ ଗାଡ଼କଣ ଗ୍ରାମବାସୀ, ସୈନିକ ସ୍କୁଲ ଅଭିଭାବକ ସଂଘ ଏବଂ ଓଡ଼ିଶା ଅଭିଭାବକ ସଂଘ । ‘ସୈନିକ ସ୍କୁଲ ବଞ୍ଚାଅ’ ଅଭିଯାନ ଅଧୀନରେ ଆଜି ସ୍ଥାନୀୟ ଦାଶରାଜା ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇ ଅଭିଯାନର ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ତେବେ ନିକଟ ଅତୀତରେ ସ୍ଥାପିତ ଏକ ଡମ୍ପିଂୟାର୍ଡ ପାଇଁ ୧୯୬୨ ମସିହାରୁ ରାଜ୍ୟର ଗୌରବ ବଢ଼ାଇ ବହୁ ସଂଖ୍ୟକ ସେନା ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ରାଜନେତା ସୃଷ୍ଟି କରିଥିବା ସୈନିକ ସ୍କୁଲ ସ୍ଥାନାନ୍ତରଣକୁ ସଭିଏଁ ବିରୋଧ କରିଛନ୍ତି ।

Advertisment

ଗାଡ଼କଣ ଗ୍ରାମବାସୀ କହିଛନ୍ତି, ଡମ୍ପିଂୟାର୍ଡ଼ ହଟାଇବା ପାଇଁ ଏକଦା BJP ଏଠାରେ ସତ୍ୟାଗ୍ରହ କରୁଥିଲା । ଆଜି ଡମ୍ପିଂୟାର୍ଡ ନ ହଟାଇ ସୈନିକ ସ୍କୁଲକୁ ହଟାଉଛନ୍ତି। ଏହା କାହା ସ୍ୱାର୍ଥରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏମିତିକି ଚେତାବନୀ ଦେଇଛନ୍ତି ଯଦି ସରକାର ନିଷ୍ପତ୍ତି ନ ବଦଳାନ୍ତି, ଆଗକୁ ଆନ୍ଦୋଳନ ତୀବ୍ର ହେବ । ଏବେ ପ୍ରଶ୍ନ ଉଠୁଛି, କାହା ପାଇଁ ସୈନିକ ସ୍କୁଲକୁ ଦୂରକୁ ଉଠାଯାଉଛି ? 

ଅଧିକ ପଢ଼ନ୍ତୁ : ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ

ସୈନିକ ସ୍କୁଲର ପୂର୍ବତନ ଶିକ୍ଷକ କହିଛନ୍ତି, ଏଠି ଦିନେ ଜଙ୍ଗଲ ଥିଲା । ଜଙ୍ଗଲ ଭିତରେ ସୈନିକ ସ୍କୁଲ ଆରମ୍ଭ ହୋଇଥିଲା । ଏ ଭିତରେ ଭୁବନେଶ୍ୱର ସୈନିକ ସ୍କୁଲ ଭାରତୀୟ ସେନାକୁ ପ୍ରାୟ ୭୦୦ ସେନା ଅଧିକାରୀ ଦେଇଛି, ୧୦ରୁ ଅଧିକ ଲେଫ୍ଟନାଣ୍ଟ ଜେନେରାଲ ପାହ୍ୟାର ଅଧିକାରୀ ସୃଷ୍ଟି କରିଛି । ଆଜି ଏହା ସହରୀକରଣ ଦ୍ୱାରା ସେଣ୍ଟ୍ରାଲ ପ୍ଲେସ ହୋଇଗଲା ବୋଲି ତାକୁ ୩୦ କିଲୋମିଟର ଦୂରକୁ ଫିଙ୍ଗି ଦେବାକୁ ଚାହୁଁଛନ୍ତି।

Advertisment

ଆଉ କିଛି ବର୍ଷ ପରେ ସେଠି ମଧ୍ୟ ସହର ଗଢ଼ି ଉଠିବ । ପୁଣି ଥରେ ସୈନିକ ସ୍କୁଲକୁ ଆଉ କେଉଁଠି କି ଫିଙ୍ଗିଦେବେ ! ସୈନିକ ସ୍କୁଲ ଛାତ୍ରଛାତ୍ରୀ ଓ କ୍ୟାଡେଟଙ୍କୁ ଫୁଟବଲ୍ ଭଳି କିକ୍‌ କରିବାକୁ ଚାହୁଁଛନ୍ତି। ଆଉ ଥରେ ପୁନର୍ବିଚାର କରନ୍ତୁ । ନହେଲେ ଏକ ଡମ୍ପିଂୟାର୍ଡ ପାଇଁ ଯଦି ସୈନିକ ସ୍କୁଲକୁ ହଟାଯାଉଛି, ଗନ୍ଧ ହେଉଥିବା କାରଣରୁ ଆଗକୁ ଆଉ କାହା କାହାକୁ ଉଠାଇବେ । ଏମିତି ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ବି ହଟାଇବାକୁ ପଡ଼ିବ । ଏବେ ଦେଖିବାକୁ ବାକି ରହିଲା, ସୈନିକ ସ୍କୁଲ ସ୍ଥାନାନ୍ତରଣ ପ୍ରସ୍ତାବ ପ୍ରସଙ୍ଗରେ କି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ସରକାର । 

ଅଧିକ ପଢ଼ନ୍ତୁ: ଏକତରଫା ପ୍ରେମରୁ ଗଳାକାଟି ମାରିଥିଲା, ଏବେ ଧରାପଡ଼ିବାରୁ ବିଷ ପିଇଦେଲା ପାଗଳ ପ୍ରେମିକ

Advertisment
Sainik School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ