Advertisment

Villagers Protest: ରାସ୍ତା ନହେବାରୁ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ରାସ୍ତାରେ ଧାନ ରୋଇ ପ୍ରତିବାଦ । ବାରମ୍ୱାର ଦାବି ପରେ ରାସ୍ତା ନହେବାରୁ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ।

author-image
Ramakrushna Dakua
muddy road protesting

Odisha villagers plant paddy sapling on muddy road protesting administration’s apathy

ଗାଁରେ ଦୀର୍ଘ ଦିନ ଧରେ ରାସ୍ତା ସମସ୍ୟା ଲାଗି ରହିଛି । ବାରମ୍ବାର ସ୍ଥାନୀୟ ନେତୃବୃନ୍ଦ ଏବଂ ସରକାରୀ ବାବୁଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ଶେଷରେ ବାଧ୍ୟ ହୋଇ ରାସ୍ତା ଉପରକୁ ଆସିଲେ ପ୍ରତିବାଦ କଲେ । ଭିନ୍ନ ତରିକାରେ କାଦୁଆ ପଚ ପଚ ରାସ୍ତାରେ ତଳି ରୋଇ ନିଆରା ପ୍ରତିବାଦ କରିଛନ୍ତି ବାଲେଶ୍ଵର ରେମୁଣା ବ୍ଲକ୍ ବଡ଼ପାଳ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗାଁର ଲୋକ ।

Advertisment

 ଲୋକଙ୍କ ଅଭିଯୋର ଆମେ ଅନେକ ଥର ସମସ୍ୟା ସମ୍ପର୍କରେ ସଭିଙ୍କୁ ଅବଗତ କରାଇଛୁ କିନ୍ତୁ କୌଣସି ସୁଫଳ ମିଳୁନାହିଁ । ଖରା ଦିନେ କେମିତି କଣ କିନ୍ତୁ ବର୍ଷା ଦିନ ହୋଇଗଲେ ସମସ୍ୟା ଦୁଇ ଗୁଣା ହୋଇଯାଏ ବୋଲି ଶ୍ରୀକୃଷ୍ଣପୁର ଗାଁର ଲୋକେ ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି । ଶେଷରେ କେହି ଦାବି ନ ଶୁଣିବାରୁ ବାଧ୍ୟ ହୋଇ ଏମିତି ରାସ୍ତା ଉପରେ ତଳି ରୋଇ ପ୍ରତିବାଦ କରିଥିବା ସେମାନେ ପ୍ରକାଶ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ  ।

Odisha News Odisha Balesore
Advertisment
Related Articles
Advertisment