/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755593172.jpg)
Youth dies after being allegedly administered wrong injection at Odisha’s Jajpur DHH
ମା ଆଖି ଆଗରେ ଚାଲିଗଲା ପୁଆ ର ଜୀବନ ।ତ୍ରୁଟିପୂର୍ଣ୍ଣ ଇଞ୍ଜେକସନରୁ ରୋଗୀ ମୃତ ଅଭିଯୋଗ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଯୁବକଙ୍କ ମୃତ୍ୟୁ ପରେ ଏପରି ଅଭିଯୋଗ ଆଣିଛନ୍ତି ପରିବାର । ସୂଚନା ଅନୁସାରେ ଧର୍ମଶାଳା ବାଉଁଶ କଣ୍ଟା ଅଞ୍ଚଳରୁ ଭାରତ ଦାସ ଗତକାଲି ଚିକିତ୍ସା ଲାଗି ଯାଜପୁର ସଦର ମହକୁମା ଚିକିତ୍ସାଳୟ ଆସିଥିଲେ । ସେ ସମ୍ପୂର୍ଣ ସୁସ୍ଥ ହୋଇଥିଲେ । ସକାଳୁ ଚା ପିଇ ପରିବାର ସହ ମିଶିବ ସହ ପାଖ ରୋଗୀଙ୍କୁ ଚାହା ଜଳଖିଆ ଆଣି ଦେଇଥିଲେ । ହଠାତ୍ ନର୍ସ ଆସି ଇଞ୍ଜେକସନ ଦେବାକୁ ଡାକି ଥିଲେ । ଇଞ୍ଜେକସନ ଦେବା ପରେ ସେ ହଠାତ୍ ଛାଟି ପିଟି ହେଇ ମୃତ୍ୟୁ ବରଣ କରିଥିଲେ ।
ଇଞ୍ଜେକସନ ଓ ନର୍ସ ଙ୍କ ଅବହେଳା ଲାଗି ମା ସମ୍ମୁଖରେ ପୁଅ ମୃତୁ ବରଣ କରିଥିବା ମାଆ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ କହିଛନ୍ତି ଘଟଣାର ତଦନ୍ତ ହେବ ଓ ମେଡିକାଲ କଲେଜର ପ୍ରଫେସର ବି ସାମିଲ ହେବେ । ଚିକିତ୍ସା ତ୍ରୁଟିପୂର୍ଣ୍ଣ ନା ଅନ୍ୟ କାରଣ ତାହା ଶବ ବ୍ୟବଚ୍ଛେଦ ହେବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ସେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)