• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗକୁ ଆସୁଛି ମହିଳାମାନଙ୍କ ଉତ୍ସବ। ସେ ପର୍ବ ଅବସରରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏଥିସହ ପର୍ଯ୍ୟାୟ କ୍ରମେ ୧ କୋଟି ମହିଳାଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପଟେ ପ୍ରଥମ ପର୍ଯ୍ୟାୟରେ ଯୋଜନାର ଶୁଭାରମ୍ଭ ଦିନ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି।

ସେପଟେ ସପ୍ତାହକ ଭିତରେ ୧ କୋଟି ଛୁଇଁବ ‘ସୁଭଦ୍ରା’ ଆବେଦନ ସଂଖ୍ୟା। ଏଯାଏଁ ୯୨ ଲକ୍ଷ ଆବେଦନ କରିସାରିଲେଣି। E-KYC ପାଇଁ ଟିକେ ସମୟ ଲାଗୁଛି। ତେବେ ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଏ ଆଗ ଓ କିଏ ପରେ ପାଉଛି। କିନ୍ତୁ ସମସ୍ତେ ନିଶ୍ଚିତ ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଆଜି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସେ କହିଛନ୍ତି, ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ୱଂସ କରିଦେଲା । ସଭା ମଞ୍ଚରେ ସିଏମଓ ଅଧିକାରୀ ନେତୃତ୍ବ ନେଇ ଭାଷଣ ଦେଲେ । ମନ୍ତ୍ରୀ, ବିଧାୟକ ମଞ୍ଚ ତଳେ ଛିଡ଼ା ହେଲେ । ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବ ସରକାର ମିଶନ ଶକ୍ତି ଋଣର ସୁଧ ଦେଉଥିଲେ କହୁଥିଲେ । କିନ୍ତୁ ଏହାର ୭ ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ୪ ପ୍ରତିଶତ ସୁଧ ଦେଉଥିଲା । ନବୀନ ବାବୁ ପର ଛୁଆକୁ ମୋ ଛୁଆ କହିବା କଥା ଲୋକ ଜାଣି ପାରିଲେ । ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲେ ଓ ଲୋକ ଜବାବ ଦେଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏହା ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now