/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750675667.jpg)
Odisha Govt to Deploy Security at Lovers’ Points
ଏଥର ପ୍ରେମରେ ଆଉ ଆସିବନି ବାଧା । ରାଜ୍ୟ ସରକାରଙ୍କୁ ଲଭର୍ସ ପଏଣ୍ଟ ସୁରକ୍ଷା ଚିନ୍ତା। ଗୋପାଳପୁର ବିଚରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ସରକାରଙ୍କୁ ଏବେ ଘାରିଛି କେମିତି ଦିଆଯିବ ଲଭର୍ସ ପଏଣ୍ଟକୁ ସୁରକ୍ଷା । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ଦୁଇ ଦୁଇ ଥର ବୈଠକ ବସିଲାଣି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ରାଜ୍ୟରେ ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁଠି ସବୁ ଲଭର୍ସ ପଏଣ୍ଟ ଅଛି, ତାହାର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ତେବେ ଗୋପାଳପୁର ଘଟଣାରେ ପ୍ରଥମ ଥର ଲାଗି ରାତିକ ଭିତରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଟିଆଇ ପ୍ୟାରେଡ କରାଯାଇଛି। ଆଇନ ତା କାମ କରୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଅଧିକ ପଢନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତ ଗିରଫ
ନିକଟରେ ଗୋପାଳପୁର ବିଚରେ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଘେରିଯାଇ ୪ ନାବାଳକ ସହ ୧୦ ଜହ୍ଲାଦ ଯେଭଳି ଲୋମଟାଙ୍କୁରା କାଣ୍ଡ ଭିଆଇଥିଲେ ସାରା ରାଜ୍ୟରେ ଆଜି ବି ଚର୍ଚ୍ଚାରେ ରହିଛି । ଗୋପାଳପୁର ବେଳାଭୂମିର ବଦନାମ ଇଲାକା...ଯେଉଁଠି ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଦଶ ଦଶ ଜଣ ଦରିନ୍ଦା । ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ସେହି ପାପର ପେଣ୍ଠସ୍ଥଳୀ, ଯେଉଁଠି ଘଟିଥିଲା ଜଘନ୍ୟ କାଣ୍ଡ, ଯାହାକୁ ନେଇ ସୃଷ୍ଟି ହୋଇଥିଲା କମ୍ପନ ।
ତେବେ କ୍ରାଇମ୍ ସ୍ପଟରେ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଟିକିନିଖି ତଦନ୍ତ କରିଥିଲେ କ୍ରାଇମବ୍ରାଞ୍ଚ ଆଇଜି ଏସ୍.ସାଇନି । କେମିତି ଘଟିଲା ଅଘଟଣ ? କେଉଁ ପରିସ୍ଥିତିରେ ଘଟିଲା ? ଏହି ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ଥିଲା ନା ନାହିଁ ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି କ୍ରାଇମବ୍ରାଞ୍ଚ ଆଇଜି ଆଣ୍ଡ କୋ ଗୋଟି ଗୋଟି କରି ସରଜମିନ ତଦନ୍ତ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)