Advertisment

Tulsi Plantation at Traffic Posts: ତୁଳସୀ ତୁଳସୀ ମହକିବ ସହର, ମନ୍ତ୍ରୀ କହିଲେ...

ସବୁ ଟ୍ରାଫିକ ନିକଟରେ ଥିବା ଡିଭାଇଡରରେ ଲାଗିବ ତୁଳସୀ ଗଛ। ସବୁ ULBକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ବି ଲଗାଯିବ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Tulsi Planting at Traffic Posts

Tulsi Planting at Traffic Posts

ଏଣିକି ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ । ଟ୍ରାଫିକ ପୋଷ୍ଟ ନିକଟରେ ଥିବା ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସବୁ ULBକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି, "ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲଗାଅ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ୍ ପାଇପାରିବେ। ତୁଳସୀ ଗଛ ଭଲ ଅକ୍ସିଜେନ ଦେଇଥାଏ । ଏବେ ଆମ ପାଇଁ ଅକ୍ସିଜେନ କମି କମି ଚାଲିଛି । ତେଣୁ ତୁଳସୀ ଗଛ ଲାଗିଲେ, ଲୋକେ ଅଧିକ ଅକ୍ସିଜେନ ପାଇପାରିବେ।"

Advertisment

"ତୁଳସୀ ସର୍ବଶ୍ରେଷ୍ଠ । ତୁଳସୀ ଲାଗିଲେ ବାୟୁରେ ଅମ୍ଳଜାନ ମାତ୍ରା ଅଧିକ ରହିବ । ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ସମୟରେ ହଜାର ହଜାର ଗଛ ଲଗାଇବାର ପରିକଳ୍ପନା କରାଯାଇଛି । ସବୁ ULBକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ବି ଲଗାଯିବ । 'ମା ପାଇଁ ଗଛଟିଏ' ଆହ୍ୱାନରେ ବୃକ୍ଷରୋପଣ କରାଯିବ" ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ସହରକୁ ସବୁଜ ସୁନ୍ଦର କରିବାକୁ ନିଷ୍ପତ୍ତି ନିଆଯାଇଛି । 

ଅଧିକ ପଢନ୍ତୁ : ଜୁନ୍‌ରେ ଓଡ଼ିଶା ଆସିବେ ମୋଦି ! ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ହୋଇପାରନ୍ତି ସାମିଲ

Advertisment
Ministry Of Housing And Urban Development Plantation
Advertisment
Related Articles
Advertisment