/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748943552.jpg)
Digital Arrest
"ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ" ବୋଲି କହି ସତର୍କ କରାଇଛି ଓଡ଼ିଶା ପୋଲିସ । ଏଭଳି ସ୍ଥିତିରେ ଯେ କେହି ବି ଫୋନ୍ କରି ଡିଜିଟାଲ ଆରେଷ୍ଟ କଥା କହିବେ ତୁରନ୍ତ ନିକଟସ୍ଥ ଥାନା ବା ୧୯୩୦ ନମ୍ବରରେ କଲ୍ କରି ଜଣାଇବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏନେଇ ପୋଷ୍ଟ କରି ସଚେତନ ରହିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ । ଆଜିକା ଦିନରେ ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ଠକୁଛନ୍ତି । ନ୍ୟାୟିକ ଅଧିକାରୀ, ପୋଲିସ, CBI, କଷ୍ଟମ୍ସ ଅଧିକାରୀ କହି ଠକୁଛନ୍ତି । ଏଭଳି ଫୋନ କଲ ଆସିବା ମାତ୍ରେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୯୩୦କୁ ଯୋଗାଯୋଗ କରି ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ଏଭଳି ଫୋନ କଲ ଆସିବା ମାତ୍ରେ, ସଙ୍ଗେ ସଙ୍ଗେ ଅଣଦେଖା କରନ୍ତୁ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ପୋଷ୍ଟ କରାଯାଇଛି।
'ଡିଜିଟାଲ ଆରେଷ୍ଟ' ଭଳି କୌଣସି ଶବ୍ଦ ଆଇନରେ ନାହିଁ । ହେଲେ ଆଜିର ଡିଜିଟାଲ ଯୁଗରେ ଅନଲାଇନରେ କୋର୍ଟରେ ହାଜର ହେବାକୁ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଧୀ । ଏହି ସାଇବର ଫ୍ରଡ୍ମାନେ ମୁଖ୍ୟତଃ ନିଜକୁ କୌଣସି ପୋଲିସ ଅଧିକାରୀଙ୍କ ପରିଚୟ ଦେଇ ଡିଜିଟାଲ ଆରେଷ୍ଟ କରାଯାଇଥିବା କହି ପରେ ଆକାଉଣ୍ଟରୁ ଟଙ୍କା ଚଳୁ କରିଥାନ୍ତି । ଅନଲାଇନ ଠକ ଏହି 'ଡିଜିଟାଲ ଆରେଷ୍ଟ' ଶବ୍ଦକୁ ମାଧ୍ୟମ କରି ବିଭିନ୍ନ ଆଳ ଦେଖାଇ ଠକେଇ କରିଥାନ୍ତି । ଯେତେବେଳେ କି ଏପରି କୌଣସି ଶବ୍ଦ ଭାରତୀୟ ଆଇନରେ ନଥିବା ସ୍ପଷ୍ଟ କରାଯାଇଛି । ଏପରିକି ଗତ କିଛି ମାସ ହେବ କାହାକୁ କଲ୍ ଲଗାଇବା ମାତ୍ରେ କଲର୍ ଟ୍ୟୁନ ଜରିଆରେ ମଧ୍ୟ ଏହି ସାଇବର ଫ୍ରଡ୍ ପ୍ରତି ସଚେତନ ରହିବାକୁ କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)