Advertisment

Pakistan Citizens in Odisha: ଓଡ଼ିଶା ଛାଡ଼ୁନାହାନ୍ତି ପାକିସ୍ତାନୀ, ଯୋଗାଣ ମନ୍ତ୍ରୀ କହିଲେ...

ଓଡ଼ିଶାରେ ରହୁଥିବା ୧୨ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ ନୋଟିସର ଅବଧି ପୂରଣ ହୋଇଥିଲେ ବି ଏଯାଏଁ ମାତ୍ର ଜଣେ ପାକିସ୍ତାନୀ ନାଗରିକ ସ୍ବଦେଶ ଫେରିଛନ୍ତି । ବାକି ୧୧ ଜଣ ଏଇଠି ରହିବାକୁ ଗୁହାରି କରୁଛନ୍ତି ।

author-image
Deviprasad Jena
ଅଦ୍ୟତନ ହୋଇଛି
Pakistan Citizens in Odisha

Pakistan Citizens in Odisha

କଣ୍ଟ ପୂରିଛି, ଟେନସନ୍ ବଢିଛି । ଓଡ଼ିଶାରେ ରହୁଥିବା ୧୨ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ ନୋଟିସର ଅବଧି ପୂରଣ ହୋଇଥିଲେ ବି ଏଯାଏଁ ମାତ୍ର ଜଣେ ପାକିସ୍ତାନୀ ନାଗରିକ ସ୍ବଦେଶ ଫେରିଛନ୍ତି । ବାକି ୧୧ ଜଣ ଏଇଠି ରହିବାକୁ ଗୁହାରି କରୁଛନ୍ତି ।

Advertisment

ଅପରପକ୍ଷେ ଡିଜିପି କହିଛନ୍ତି, କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଆଦେଶକୁ ଅପେକ୍ଷା କରିଛୁ । ଏପଟେ ରାଜ୍ୟକୁ ବେଆଇନ୍ ଅନୁପ୍ରବେଶ କରି ରାସନ କାର୍ଡ ପାଇଥିବା ବିଦେଶୀଙ୍କର ବି ବଢ଼ିଲାଣି ଚିନ୍ତା । କୌଶଳ କରି କାର୍ଡ ହାତେଇଥିବା ସବୁ ପାକିସ୍ତାନୀ, ବାଂଲାଦେଶୀ ଓ ମିଆଁମାର ନାଗରିକଙ୍କୁ ଚିହ୍ନଟ କରି ନାଁ କଟାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ବଲାଙ୍ଗିର ଠିକାଦାରପଡ଼ାର ବାସିନ୍ଦା ଶାରଦା କୁକ୍ରେଜା ଓରଫ୍ ଶାରଦା ବାଇଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାତ ଯୋଡ଼ି ସେଇ ଗୋଟିଏ ବିନତି, ମୋତେ ମୋ ପରିବାର ସହ ରହିବାକୁ ଅନୁମତି ଦିଅନ୍ତୁ । ପାକିସ୍ତାନୀ ନାଗରିକ ହୋଇଥିବାରୁ ଭାରତ ଛାଡ଼ିବାକୁ ସରକାରୀ ନୋଟିସର ଡେଡଲାଇନ୍ ପୂରିବା ପରେ ଶାରଦାଙ୍କର ଯେମିତି ଟେନସନ୍ ବଢ଼ି ଚାଲିଛି ।

Advertisment

ଦୀର୍ଘ ୩୫ବର୍ଷ ହେଲା ଏଠି ସଂସାର ଅଠାକାଠିକୁ ଛାଡ଼ି, କେମିତି ପୁଣି ଏକ ଅଜଣା ରାଇଜକୁ ଯିବେ ସେ ସେହି କଥା ଭାଳି ହେଉଛନ୍ତି । ତାଙ୍କ ପୁଅ କହିଛନ୍ତି ବହୁବାର ମାଆଙ୍କୁ ଭାରତୀୟ ନାଗରିକତ୍ବ ଦେବାକୁ ଆବେଦନ କରିଛୁ । ହେଲେ ତ୍ରୁଟି କେଉଁଠି ରହୁଛି ଜାଣି ପାରୁନୁ ।

ଅଧିକ ପଢନ୍ତୁ: 'ବିନା ନାଗରିକତାରେ ଭାରତରେ ବିବାହ କରିଛନ୍ତି ୫ ଲକ୍ଷରୁ ଅଧିକ ପାକିସ୍ତାନୀ ଯୁବତୀ'

ସ୍ଥାନୀୟ ଆଇନଜୀବୀ ବି ଶାରଦାଙ୍କ ସମର୍ଥନରେ ବାହାରି କହିଛନ୍ତି ଲମ୍ବା ଅବଧିରେ ରହୁଥିବା ପାକିସ୍ତାନୀଙ୍କ ପ୍ରତି ନିଷ୍ପତ୍ତିର ସରକାର ପୁନର୍ବିଚାର କରନ୍ତୁ । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଶୁଣିବା ପରଠୁ ବାଲେଶ୍ବର ସୋରର ୬୦ ବର୍ଷିୟା ରେଜିଆ ସୁଲତାନା ତ ୪ଦିନ ହେଲାଣି ନିର୍ବାକ୍ ।

ବୟସର ଅପରାହ୍ନ ସାଙ୍ଗକୁ ଅସୁସ୍ଥ ଅବସ୍ଥାରେ ସେ ପାକିସ୍ତାନ କାହିଁକି ଯିବେ ? ଓ କାହା ପାଖକୁ ଯିବେ ? ବୋଲି ପାଲଟା ପ୍ରଶ୍ନ କରୁଛନ୍ତି । ହେଲେ ଏସବୁ ଭିତରେ ଭୁବନେଶ୍ବରର ବଡ଼ଗଡ଼ ଅଞ୍ଚଳରେ ପ୍ରେମ ବିବାହ କରିଥିବା ପାକ୍ ନାଗରିକ ନଗମା ୟୁସୁଫ କିନ୍ତୁ ତାଙ୍କ ବ୍ୟବସାୟୀ ସ୍ବାମୀ ମହମ୍ମଦ ନିଜାମ୍ ଉଦ୍ଦିନଙ୍କଠାରୁ ବିଦାୟ ନେଇ ପାକିସ୍ତାନ ଫେରି ଯାଇଛନ୍ତି ।

ଏଣେ ଓଡ଼ିଶାରେ ଥିବା ୧୨ ପାକିସ୍ତାନୀକୁ ଦେଶ ଛାଡ଼ ନୋଟିସ ପ୍ରସଙ୍ଗରେ ଡିଜିପି କହିଛନ୍ତି ଜଣେ ଓଡ଼ିଶା ଛାଡ଼ି ସାରିଲେଣି । ବାକି ଯେଉଁମାନେ ଦୀର୍ଘମିଆଦି ଭିସା ପାଇଛନ୍ତି ବା ସେମାନଙ୍କ ଆବେଦନ ବିଚରାଧୀନ ରହିଛି ତା ଉପରେ ଆମେ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛୁ । ଏସବୁ ଭିତରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କର ଏକ ଘୋଷଣା, ଓଡ଼ିଶାରେ ରହୁଥିବା ବିଦେଶୀଙ୍କ ଚିନ୍ତା ବଢ଼ାଇଛି ।

ମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଅନୁପ୍ରବେଶ କରି ଯେଉଁ ପାକିସ୍ତାନୀ, ବାଂଲାଦେଶୀ ଓ ମ୍ୟାଁମାର ନାଗରିକ ରାସନକାର୍ଡ ହାତେଇଛନ୍ତି ସେମାନଙ୍କୁ ଚିହ୍ନଟ କରି ତାଲିକାରୁ ନାଁ କାଟିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ: ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ଫ୍ଳାଗ୍ ମାର୍ଚ କଲା RPF

Odisha Odisha Govt Krushna Chandra Patra Pahalgam Terrorist Attack
Advertisment
Advertisment