Advertisment

Tej Pratap's Heartfelt Note : ବହିଷ୍କାର ପରେ ମୁହଁ ଖୋଲିଲେ ତେଜ ପ୍ରତାପ, ଲେଖିଲେ ଇମୋସନାଲ ନୋଟ୍...

RJDରୁ ବହିଷ୍କାର ହେବା ପରେ ତେଜପ୍ରତାପ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି । ପିତାମାତାଙ୍କ ଉଦ୍ଦେଶ୍ୟରେ ଇମୋସନାଲ ନୋଟ୍ ଲେଖିଛନ୍ତି । ଭାଇ ତେଜସ୍ୱୀଙ୍କୁ ଅର୍ଜୁନ ବୋଲି କହିଛନ୍ତି । ଏସବୁ ସ୍ଥିତି ପାଇଁ 'ଜୟଚନ୍ଦ'କୁ ଦାୟୀ କରିଛନ୍ତି । ତେବେ କିଏ ଏହି 'ଜୟଚନ୍ଦ'?

author-image
Lipsa Mohapatra
ଅଦ୍ୟତନ ହୋଇଛି
Tej Pratap's Post

Tej Pratap's Post

ଦଳରୁ ବହିଷ୍କାର ପରେ ପ୍ରଥମ ଥର ମୁହଁ ଖୋଲିଲେ ତେଜ ପ୍ରତାପ । ଗତ ୨୫ ତାରିଖରେ ବଡ଼ ପୁଅ ତେଜ ପ୍ରତାପଙ୍କୁ RJDରୁ ବହିଷ୍କାର କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଯାହାକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ସାମ୍ନାକୁ ଆସିଛି ତେଜ ପ୍ରତାପଙ୍କ ପ୍ରତିକ୍ରିୟା । ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ(X) ରେ ତେଜ ପ୍ରତାପ ଲେଖିଛନ୍ତି, "ମୋର ପ୍ରିୟ ମମ୍ମି, ପାପା...ମୋର ଦୁନିଆ ହେଉଛନ୍ତି ଆପଣ ଦୁଇ ଜଣ । ଭଗବାନଙ୍କଠାରୁ ବି ଆପଣଙ୍କୁ ମୁଁ ବଡ଼ ମାନେ ଓ ଆପଣଙ୍କ ଆଦେଶକୁ ମଧ୍ୟ । ଯଦି ଆପଣ ମୋ ସହ ଅଛନ୍ତି, ତେବେ ସବୁ କିଛି ଅଛି। ମୋତେ କେବଳ ଆପଣ ମାନଙ୍କ ବିଶ୍ୱାସ ଓ ଭଲପାଇବା ଦରକାର । ଆଉ କିଛି ନୁହେଁ । ଆପଣ ନଥିଲେ ଏହି ପାର୍ଟି ନଥାନ୍ତା କି ଜୟଚନ୍ଦ ଭଳି କେହି ନଥାନ୍ତେ ।"'

Advertisment

ତେଜପ୍ରତାପ ନିଜ ଭାଇ ତେଜସ୍ୱୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, "ମୋ ଅର୍ଜୁନ ଠାରୁ ମୋତେ କେହି ଅଲଗା କରିପାରିବେ ନାହିଁ । ଯିଏ ଏଭଳି ସ୍ୱପ୍ନ ଦେଖି ଷଡ଼ଯନ୍ତ୍ର ରଚୁଛନ୍ତି ତାହା ସଫଳ ହେବ ନାହିଁ । ସବୁ ଷଡଯନ୍ତ୍ରର ପର୍ଦ୍ଦାଫାସ କରିବି । ବାସ୍, ମୋ ଉପରେ ଭରସା ରଖ ମୋ ଭାଇ । ସବୁ ପରିସ୍ଥିତିରେ ମୁଁ ତୁମ ସହ ଅଛି । ବର୍ତ୍ତମାନ ଦୂରରେ ଅଛି । ହେଲେ ମୋ ଆଶୀର୍ବାଦ ସବୁବେଳେ ତୁମ ସହ ଅଛି । ମୋ ଭାଇ...ମମ୍ମି ପାପାଙ୍କ ଯତ୍ନ ନେବ । କାରଣ ଜୟଚନ୍ଦ ଭଳି ଲୋଭି ଲୋକ ସବୁ ଜାଗାରେ ଅଛନ୍ତି ।"

ତେଜପ୍ରତାପଙ୍କ ଏହି ପୋଷ୍ଟ ପରେ 'ଜୟଚନ୍ଦ'କୁ ନେଇ ଚର୍ଚ୍ଚା ବଢିଛି । କିଏ ସେହି ଜୟଚନ୍ଦ ? ଏଠାରେ ତେଜସ୍ୱୀ କାହା କଥା କହିଛନ୍ତି ? ନାଁ ନନେଇ ପରୋକ୍ଷରେ କାହାକୁ କରିଛନ୍ତି ଟାର୍ଗେଟ୍ ? ଏସବୁ କଳ୍ପନାଜଳ୍ପନା ଭିତରେ ତେଜସ୍ୱୀ ଯାଦବଙ୍କ ନିକଟତର କୁହାଯାଉଥିବା ସଞ୍ଜୟ ଯାଦବଙ୍କ ନାଁ ଆଗରେ ରହିଛି । କାରଣ ସଞ୍ଜୟ ଯାଦବଙ୍କ ସହ ତେଜ ପ୍ରତାପଙ୍କ  ଅହିନକୁଳ ସମ୍ପର୍କ କହିଲେ ଭୁଲ ହେବ ନାହିଁ । ହେଲେ ଏହି 'ଜୟଚନ୍ଦ' ପ୍ରକୃତରେ ସଞ୍ଜୟ ଯାଦବ ନା ଅନ୍ୟ କେହି ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । 

Advertisment

ଅଧିକ ପଢନ୍ତୁ :  ଲାଲୁଙ୍କୁ ତେଜ ପ୍ରତାପଙ୍କ ପ୍ରଥମ ପତ୍ନୀଙ୍କ ପ୍ରଶ୍ନ, 'ମୋ ବେଳକୁ ସାମାଜିକ ଜାଗରଣ କୁଆଡ଼େ ଯାଇଥିଲା ?'

Lalu Prasad Yadav Tej Pratap Yadav RJD
Advertisment
Related Articles
Advertisment