Advertisment

Odisha CM Reviewed Crop Losses: ଉଜୁଡ଼ା କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ; କ୍ଷତି ଭରଣା ପ୍ରତିଶ୍ରୁତି ଦେଲେ CM...

ହାତରେ ଉଜୁଡା ଫସଲ, ଆଖିରୁ ଝରୁଛି ଲୁହ। କାନ୍ଦି କାନ୍ଦି ସରକାରଙ୍କୁ ଗୁହାରି କରୁଛି ଚଷା ପୁଅ। ମତେ ରକ୍ଷା କର, ଋଣ ଛାଡ଼ କର। ଅଦିନିଆ ବର୍ଷାରେ ଧୋଇଯାଇଛି ଫସଲ। ଅଣ୍ଟା ସଳଖିବା ମୁସ୍କିଲ।

author-image
Sujit kumar Swain
undefined

Odisha CM Reviewed Crop Losses

ଅଦିନିଆ ବର୍ଷା ମାଡ଼ରେ ମେରୁଦଣ୍ଡ ନଇଁ ଯାଇଥିବା ଚାଷୀଙ୍କ ପାଖରେ ଛିଡା ହେଲେ ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେଲେ। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଆଜି ବିଭିନ୍ନ କ୍ଷତିଗ୍ରସ୍ତ ଜିଲ୍ଲା ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସରକାରଙ୍କୁ ପାଖରେ ପାଇଁ କାନ୍ଦି କାନ୍ଦି ଗୁହାରି କରିଛି ଚାଷୀ। ଆଉ ଏପଟେ ବିରୋଧୀ, ସରକାରଙ୍କ ବିଫଳତା ନେଇ ଟାର୍ଗେଟ କରିଛନ୍ତି।

Advertisment

ହାତରେ ଉଜୁଡା ଫସଲ, ଆଖିରୁ ଝରୁଛି ଲୁହ। କାନ୍ଦି କାନ୍ଦି ସରକାରଙ୍କୁ ଗୁହାରି କରୁଛି ଚଷା ପୁଅ। ମତେ ରକ୍ଷା କର, ଋଣ ଛାଡ଼ କର। ଅଦିନିଆ ବର୍ଷାରେ ଧୋଇଯାଇଛି ଫସଲ। ଅଣ୍ଟା ସଳଖିବା ମୁସ୍କିଲ। ଆଉ ଏହି ଦୁଃଖକଷ୍ଟ ସମୟରେ ଚାଷୀଙ୍କ ପାଖେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଅସୁବିଧା ପଚାରି ବୁଝିଛନ୍ତି। ଖାଲି ସେତିକି ନୁହେଁ କ୍ଷତିପୂରଣ ପାଇଁ ଗ୍ୟାରେଣ୍ଟି ବି ଦେଇଛନ୍ତି। ଦୀର୍ଘ ବର୍ଷ ପରେ ରାଜ୍ୟର ମୁଖିଆଙ୍କୁ ଏତେ ପାଖରେ ପାଇ ଚାଷୀ ନିଜ ଦୁଃଖକୁ ବଖାଣିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ସବୁ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିବା ଚାଷୀ ହାତରୁ ଉଜୁଡା ଧାନକୁ ଆଣି ନିଜେ ଦେଖି ଆଶ୍ବାସନା ଦେଇଛନ୍ତି। ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। 

ଅଧିକ ପଢ଼ନ୍ତୁ: Special Story: ଜିଲ୍ଲା ଗସ୍ତ କରିବେ ବିଜେଡି ମୁଖିଆ; ଦି ଫାଳ କର୍ମୀ, ଚିନ୍ତାରେ ନେତା...

Advertisment

ଆଜି ସୁଦ୍ଧା ଫସଲ ବୀମା ଯୋଜନାରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛନ୍ତି ଚାଷୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ବି ଗ୍ରାଉଣ୍ଡକୁ ଯାଇଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କଟକ ଓ ଜଗତସିଂପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଦ୍ରକ ଓ ବାଲେଶ୍ବର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡା ଓ ଯାଜପୁର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀଙ୍କୁ ଭେଟିଛନ୍ତି।

ସେପଟେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷକୁ ନେଇ ରାଜନୀତି ଜୋର ଧରିଛି। ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ଗଞ୍ଜାମ ଚାଷୀଙ୍କୁ ଭେଟିବେ। ୩୧ ତାରିଖରେ ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ। ସେପଟେ କଂଗ୍ରେସ ଦୁଇ ଦଳର ନେତାଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକୁ କଡା ଭାଷାରେ ସମାଲୋଚନା କରିବା ସହ ରାଜନୀତି ନକରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଏବଂ ବୀମା ପଞ୍ଜୀକରଣ ଅବଧିକୁ ଆଉ ତିନି ଦିନ ବଢାଇବାକୁ ଦାବି କରିଛି। ଏବେ ଦେଖିବାର କଥା, କେତେ କ୍ଷତିଗ୍ରସ୍ତ ଚାଷୀ ପଞ୍ଜୀକରଣ କରୁଛନ୍ତି ଆଉ କ୍ଷୟକ୍ଷତି ରିପୋର୍ଟ ଆଧାରରେ ସରକାର କେତେ ସହାୟତା ରାଶି ଘୋଷଣା କରୁଛନ୍ତି।

ଅଧିକ ପଢ଼ନ୍ତୁ: ଯାଜପୁର ବିଜେଡିରେ ପଡିଛି ଘଳିଆ, ବିଜେପି କ୍ୟାମ୍ପକୁ ଡେଇଁଲେଣି ମାଳମାଳ ନେତା ଓ କର୍ମୀ

Odisha CM Farmers Mohan Majhi
Advertisment
Advertisment