Advertisment

CM Mohan's June Challenges: CM ମୋହନଙ୍କୁ ଜୁନ୍ ପାଇଁ ପିଏମ୍ ମୋଦିଙ୍କ ୫ ଟାସ୍କ; ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ...

ମୋହନ ସରକାରକୁ ପିଏମ୍ ମୋଦିଙ୍କ ଜୁନ୍ ଟାସ୍କ। ପାଞ୍ଚ ବଡ଼ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ। ୫ ତାରିଖରେ ପରିବେଶ ଦିବସ ପାଇଁ ବଡ଼ ଆୟୋଜନ।

author-image
Sujit kumar Swain
ଅଦ୍ୟତନ ହୋଇଛି
CM Mohan's June Challenges

CM Mohan's June Challenges

ମୋହନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ଜୁନ୍। ଲୋକଙ୍କ ପାଖରେ ରଖିବେ ନିଜ ସରକାରର ପ୍ରଥମ ବର୍ଷ ପୂର୍ତ୍ତିର ରିପୋର୍ଟ କାର୍ଡ। ଏପଟେ ଆଉ କିଛି ଟାସ୍କ ବି ଦେଇଛନ୍ତି ପିଏମ୍ ମୋଦି। ମାସ ବ୍ୟାପି ବଡ଼ ବଡ଼ କାର୍ଯ୍ୟକ୍ରମ ପାଇଁ ଏନଡିଏ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ଅପରେସନ ସିନ୍ଦୂରର ସଫଳତା ସହ ଜାତିଭିତ୍ତିକ ଜନଗଣନା କଥା ଲୋକଙ୍କ ପାଖରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ କଣ ଟାସ୍କ ଦେଇଛନ୍ତି ପ୍ରଧାନମନ୍ତ୍ରୀ, ଆସନ୍ତୁ ଜାଣିବା...

Advertisment

ମୋହନ ସରକାରକୁ ପିଏମ୍ ମୋଦିଙ୍କ ଜୁନ୍ ଟାସ୍କ। ପାଞ୍ଚ ବଡ଼ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ। ୫ ତାରିଖରେ ପରିବେଶ ଦିବସ ପାଇଁ ବଡ଼ ଆୟୋଜନ। ୯ ରେ ଏନଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ। ୧୨ରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି। ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ୨୬ ଏବଂ ୨୭ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାକୁ ୫୦ ବର୍ଷ ପୂରୁଥିବାରୁ ରାଜ୍ୟବ୍ୟାପି କାର୍ଯ୍ୟକ୍ରମ। ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋହନ ସରକାରକୁ ଏମିତି ଟାସ୍କ ଦେଇଛନ୍ତି ପିଏମ ମୋଦି। ଯଦିଓ ମୋହନ ସରକାର ପ୍ରଥମ ବର୍ଷର ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ତା ସହ ମୋଦି ସରକାରକୁ ୧୧ ବର୍ଷ ପୂରଣ ଅବସରରେ ଡବଲ୍ ଇଞ୍ଜିନ ସରକାରଙ୍କ ଉପଲବ୍ଧି ଗ୍ରାଉଣ୍ଡରେ ସଫଳତାର ସହ ପହଞ୍ଚାଇବାକୁ ଏନଡିଏ ବୈଠକରେ ଜୋର୍ ଦେଇଛନ୍ତି ମୋଦି। ଏହି ଅବସରରେ ଏକାଧିକ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସି ୧୧ ବର୍ଷର ସଫଳତା କଥା ରଖିବେ। 

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ କରିଥିଲେ ସାବିତ୍ରୀ ଓଷା, ଫେରିଲା ସ୍ୱାମୀଙ୍କ ଜୀବନ

ଅନ୍ୟପକ୍ଷରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ବି ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ରିପୋର୍ଟ କାର୍ଡରେ ଅପରେସନ ସିନ୍ଦୂର ଏବଂ ଜାତିଭିତ୍ତିକ ଜନଗଣନା ପ୍ରମୁଖ ପ୍ରସଙ୍ଗ ରଖିବାକୁ ନିଷ୍ପତ୍ତି ହୋଇଛି। 

Advertisment

ଅନ୍ୟପଟେ ୧୯୭୫ ମସିହାରେ କଂଗ୍ରେସର ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ୫୦ ବର୍ଷ ପୂରୁଥିବାରୁ ଦେଶବ୍ୟାପୀ କ୍ୟାଂପେନ୍ କରିବାକୁ ହୋଇଛି ନିଷ୍ପତ୍ତି। ସମାନ ଧାରାରେ ରାଜ୍ୟରେ ବି ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କ ପାଖରେ ଜରୁରୀକାଳୀନ ପରିସ୍ଥିତିର କଳା ସତ ପହଞ୍ଚାଇବାକୁ ମୋହନ ସରକାରଙ୍କୁ କୁହାଯାଇଛି। ତେଣୁ ଜୁନ୍ ମାସ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜର ମାସ ହୋଇପାରେ। ବଡ଼ ବଡ଼ କାର୍ଯ୍ୟକ୍ରମ କରି ଏସବୁ କଥାକୁ ଲୋକଙ୍କ ପାଖରେ ରଖିବାକୁ ସରକାରୀ ଏବଂ ଦଳୀୟ ସ୍ତରରେ ବି ପ୍ରସ୍ତୁତ ହେଉଛି ବିଜେପି। 

Odia News NDA Meeting
Advertisment
Related Articles
Advertisment