Advertisment

Savitri Brata: ହସ୍ପିଟାଲରେ କରିଥିଲେ ସାବିତ୍ରୀ ଓଷା, ଫେରିଲା ସ୍ୱାମୀଙ୍କ ଜୀବନ

ବାହାଘରର ମାତ୍ର କିଛି ଦିନର ବ୍ୟବଧାନରେ ଏତେ ବଡ଼ ଦୁର୍ଘଟଣା ଏମାନଙ୍କୁ ଦୋହଲାଇ ଦେଇପାରିନି । ଉଭୟ ଉଭୟଙ୍କ ପାଇଁ ଛାଇ ହୋଇ ରହିଛନ୍ତି । ଜୀବନ ସାଥୀର ପ୍ରକୃତ ମୂଲ୍ୟ ସମାଜକୁ ଶିକ୍ଷା ଦେଉଛନ୍ତି ।

author-image
Santosh Kumar Sahoo
Sabitri

Sabitri

ପୁରାଣର ସେ ସାବିତ୍ରୀ, ଆଉ ଏ ସାବିତ୍ରୀ ଦୁହେଁ ସମାନ । ସେ ମୃତ୍ୟୁ ମୁହଁରୁ ସ୍ୱାମୀଙ୍କୁ ଫେରାଇ ଆଣିଥିଲେ । ଆଉ ଏ ସ୍ତ୍ରୀ ବି ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିଛନ୍ତି । କେବଳ ଫରକ ଏତିକି ସେହି ଦିନଠାରୁ ଏ ସତ୍ୟବାନ ୮ ବର୍ଷ ହେଲା ବେଡ୍‌ରେ ପଡ଼ି ରହିଛନ୍ତି । ଆଉ ବାହାରେ ଟିକିଏ ବୁଲିବାକୁ ଚାହିଁଲେ ତାଙ୍କ ସାବିତ୍ରୀ ତାଙ୍କୁ ହ୍ୱିଲ୍‌ ଚେୟାରେ ବୁଲାଇ ନେଉଛନ୍ତି । ୮ ବର୍ଷ ତଳେ ସ୍ତ୍ରୀ ସାବିତ୍ରୀ ଓଷା କରିଥିଲେ, ଆଉ ସ୍ୱାମୀ ତାଙ୍କ ପାଇଁ ଗଛକୁ ଚଢ଼ି ନଡ଼ିଆ ପାରିବା ବେଳେ ତଳେ ପଡ଼ି ତାଙ୍କର ଏପରି ଅବସ୍ଥା ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଯାତ୍ରା ନାଁରେ ଚାଲିଛି ଯାତରା, ଏଥର ଫସିବେ ନାଣ୍ଡୁ !

ଏମାନେ ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ସନ୍ତରା ଗାଁର ସନ୍ତୋଷ ପରିଡ଼ା ଏବଂ ପ୍ରମିଳା ପରିଡ଼ା । ବାହାଘରକୁ ମାତ୍ର ୩ ମାସ ବିତିଥାଏ, ୨ ଦିନ ପରେ ଥାଏ ସାବିତ୍ରୀ ବ୍ରତ । ସ୍ତ୍ରୀର ଓଷା ପାଇଁ ଗଛରୁ ନଡ଼ିଆ ପାରିବା ବେଳେ ଅସାବଧାନତା ବସତଃ ଗଛରୁ ଖସି ପଡ଼ି ସନ୍ତୋଷଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଥିଲା । ପ୍ରଥମେ ଯାଜପୁର ରୋଡ୍‌ ମେଡିକାଲ ଓ ପରେ କଟକକୁ ସ୍ଥାନାନ୍ତର ହୋଇଥିଲେ ସନ୍ତୋଷ । ସେଠାରେ ସିନା ତାଙ୍କ ଜୀବନ ବଞ୍ଚିଯାଇଥିଲା, ହେଲେ ଅଣ୍ଟା ସଳଖି ଛିଡ଼ାହେବାର କ୍ଷମତା ସେ ହରାଇଥିଲେ । ଆଉ ସବୁଠାରୁ ବଡ଼ କଥା ହେଉଛି, ପ୍ରମିଳାଙ୍କ ପ୍ରଥମ ସାବିତ୍ରୀ ସେହି ମେଡିକାଲରେ କଟିଥିଲା । ପରେ ଦୀର୍ଘଦିନ ଚିକିତ୍ସା କରି ଡାକ୍ତର ସନ୍ତୋଷଙ୍କୁ ଘରକୁ ଫେରାଇ ଦେଇଛନ୍ତି ।

ବାହାଘରର ମାତ୍ର କିଛି ଦିନର ବ୍ୟବଧାନରେ ଏତେ ବଡ଼ ଦୁର୍ଘଟଣା ଏମାନଙ୍କୁ ଦୋହଲାଇ ଦେଇପାରିନି । ଉଭୟ ଉଭୟଙ୍କ ପାଇଁ ଛାଇ ହୋଇ ରହିଛନ୍ତି । ଜୀବନ ସାଥୀର ପ୍ରକୃତ ମୂଲ୍ୟ ସମାଜକୁ ଶିକ୍ଷା ଦେଉଛନ୍ତି । ପରିବାର କହିଲେ ପାଖରେ ଆଉ କେହି ବି ନାହାନ୍ତି । ସରକାରୀ ସୁବିଧାରେ କେବଳ ଭତ୍ତା ମିଳୁଛି । ଯଦି ସରକାରଙ୍କ ଅନ୍ୟ ସମସ୍ତ ଯୋଜନାରେ ଏମାନଙ୍କୁ ସାମିଲ କରାଯାଆନ୍ତା ତେବେ ଏମାନେ ଟିକିଏ ସୁବିଧାରେ ଚଳିପାରନ୍ତେ ।

Advertisment

Odisha Jajpur Savitri Brata
Advertisment
Related Articles
Advertisment