Advertisment

Odisha CM Meets Farmers: ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ; ବୁଲିଲେ ଉଜୁଡା କ୍ଷେତ, ବର୍ଷା ଜନିତ କ୍ଷୟକ୍ଷତିର କଲେ ସମୀକ୍ଷା...

ହେଲିକପଟର ଯୋଗେ ପାରଳାଖେମୁଣ୍ଡି ସେଞ୍ଚୁରିଅନ୍ ପଡିଆରେ ପହଞ୍ଚିବା ପରେ ଗୋଷାଣୀ ବ୍ଲକ ଗୁରାଣ୍ଡି ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ବିଲ ମୁଣ୍ଡରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା ଏବଂ ଉଜୁଡ଼ା ଫସଲ ଦେଖିଲେ ମୋହନ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha CM Meets Farmers

Odisha CM Meets Farmers

ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ପାଇଁ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲିକପଟର ଯୋଗେ ପାରଳାଖେମୁଣ୍ଡି ସେଞ୍ଚୁରିଅନ୍ ପଡିଆରେ ପହଞ୍ଚିବା ପରେ ଗୋଷାଣୀ ବ୍ଲକ ଗୁରାଣ୍ଡି ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ବିଲ ମୁଣ୍ଡରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା ଏବଂ ଉଜୁଡ଼ା ଫସଲ ଦେଖିଲେ ମୋହନ । ସେହିପରି ଚାଷୀଙ୍କ ଠାରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Advertisment

ଗଜପତି ପୂର୍ବରୁ ନୟାଗଡ ଜିଲ୍ଲା ରଣପୁରରେ ଅଦିନିଆ ଲଗାଣ ବର୍ଷାରେ ଫସଲହାନି ସ୍ଥିତି ପରଖିଥିଲେ ମୁଖ୍ୟମନ୍ତ୍ରୀ। ବାଚସ୍ପତି ସୁରମା ପାଢୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ଆଜି ସୁଦ୍ଧା ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିବାକୁ ସିଏମ ପରାମର୍ଶ ଦେଇଛନ୍ତି। କୃଷି ରକ୍ଷକ ଆପ୍‌ର ଟୋଲ୍ ଫ୍ରି ନଂ ୧୪୪୪୭ରେ ଜଣାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଅଧିକ ପଢ଼ନ୍ତୁ: ଯାଜପୁର ବିଜେଡିରେ ପଡିଛି ଘଳିଆ, ବିଜେପି କ୍ୟାମ୍ପକୁ ଡେଇଁଲେଣି ମାଳମାଳ ନେତା ଓ କର୍ମୀ

Advertisment

 କଟକ ଜିଲ୍ଲା ନିଆଳି ବ୍ଲକର ପ୍ରଭାବିତ ଅଞ୍ଚଳ ବୁଲିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ପ୍ରଥମେ ନିଆଳି ବ୍ଲକର ଜଲ୍ଲାରପୁର ଅଞ୍ଚଳର ଅଦିନିଆ ବର୍ଷା ପ୍ରଭାବିତ ଧାନକ୍ଷେତ ବୁଲି ଦେଖିବା ସହ ନିଆଳି ବ୍ଲକରେ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଜଡାତୀର ଅଞ୍ଚଳ ପରିଦର୍ଶନ କରିବା ସହ କୁଜଙ୍ଗ ବ୍ଲକରେ କ୍ଷୟକ୍ଷତିର ସମୀକ୍ଷା କରିବେ କେଭି ସିଂଦେଓ ।

ଅନ୍ୟପଟେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଂଚାୟତ ଜୟକୃଷ୍ଣପୁରର ଚାଷୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବର୍ଷା ଭିଜା ଧାନ ଧରି ଉପମୁଖ୍ୟମନ୍ତ୍ରୀଙ୍କୁ କାନ୍ଦି କାନ୍ଦି ଦୁଃଖ ଜଣାଇଛନ୍ତି ସ୍ଥାନୀୟ ଚାଷୀ । ଅଦିନିଆ ବର୍ଷା କିଭଳି ତାଙ୍କର ବର୍ଷ ଯାକର ଦାନାକୁ ନଷ୍ଟ କରିଛି ପ୍ରଭାତୀଙ୍କ ଆଗରେ କହିଛନ୍ତି ଚାଷୀ । ଉପମୁଖ୍ୟମନ୍ତ୍ରୀ ବିଲ ମୁଣ୍ଡରେ ଚାଷୀଙ୍କ ଦୁଃଖ ଶୁଣିବା ସହ ସରକାର ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

ସେପଟେ ଚାଷ କ୍ଷୟକ୍ଷତି ଆକଳନ ଲାଗି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମାଲୋଚନା। ସେ କହିଛନ୍ତି, ଅଦିନିଆ ବର୍ଷାରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଚାଷ କ୍ଷୟକ୍ଷତି ଆକଳନ କରିବାକୁ ରାଜ୍ୟ ସରକାର କହିଥିଲେ। ହେଲେ ଆଜିକୁ ୯ ଦିନ ବିତି ଯାଇଥିଲେ ବି ଚାଷ କ୍ଷୟକ୍ଷତି ଆକଳନ ହୋଇପାରିଲା ନାହିଁ। ଅନେକ ଚାଷୀଙ୍କୁ ତାଲିକା ଭୁକ୍ତ କରାଯାଇନାହିଁ। ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରି ଚାଷୀ ସମସ୍ୟାର ସମାଧାନ କରନ୍ତୁ ବୋଲି କାଡାମ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ରାଜ୍ୟ ସରକାର କ୍ଷତି ସହିଥିବା ସବୁ ଚାଷୀଙ୍କୁ ସର୍ଭେରେ ସାମିଲ କରନ୍ତୁ । ନ ହେଲେ ଚାଷୀ ଅସନ୍ତୋଷ ବଢ଼ିବ । 

ଅଧିକ ପଢ଼ନ୍ତୁ: Special Story: ଜିଲ୍ଲା ଗସ୍ତ କରିବେ ବିଜେଡି ମୁଖିଆ; ଦି ଫାଳ କର୍ମୀ, ଚିନ୍ତାରେ ନେତା...

 

Odisha CM Farmers Crop Loss Mohan Majhi
Advertisment
Advertisment