/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726054601.jpg)
Construction Workers
ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବଢିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷର ସହାୟତା ରାଶି।
ସେହିପରି ସ୍ବାଭାବିକ ମୃତ୍ୟୁ ହେଲେ ୩ ଲକ୍ଷର ସହାୟତା ରାଶି ମିଳିବ । ଲୋକସଭା ଭବନରେ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ: ‘ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି’
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ବାରା ଆୟୋଜିତ ଏହି ସମାରୋହରେ ଶ୍ରମ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।
ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ୩ ହଜାର ୬୧୦ କୋଟି ଟଙ୍କାର ସହାୟତା ଦିଆଯାଉଛି । ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ମାସକ ତଳେ ସହାୟତା ରାଶିକୁ ବୃଦ୍ଧି କରାଯାଇଥିଲା । ଶିକ୍ଷାବୃତ୍ତି ସହାୟତା ୨ ହଜାରରୁ ୪ ହଜାର ଟଙ୍କା ଯାଏ ମିଳୁଛି । ଏହାସହ ବିଧବା ସହାୟତା ୫୦ ହଜାର ଓ ପ୍ରସୂତୀକାଳୀନ ସହାୟତା ୧୦ ହଜାର ଟଙ୍କା ଓ ମୃତ୍ୟୁ କାଳୀନ ସହାୟତା ୨ ରୁ ୪ ଲକ୍ଷ ଟଙ୍କାପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)