Advertisment

Class 10 Student Gives Birth: ପୁଣି ଆସିଲା ଲଜ୍ଜାଜନକ ଘଟଣା; ଦଶମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଶିଶୁ କନ୍ୟା

ଉଭୟ ନାବାଳିକା ଓ ଶିଶୁ କନ୍ୟା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବରି ଥାନା ଅଞ୍ଚଳରୁ ଆସିଛି ଏହି ଖବର । ଛାତ୍ରୀ ଜଣକ ଏଥର ମାଟ୍ରିକ ପରୀକ୍ଷା ଦେଉଛନ୍ତି ।

ଅଦ୍ୟତନ ହୋଇଛି
Class 10 Student Gives Birth

Class 10 Student Gives Birth

Advertisment

ଯାଜପୁରରେ ଦଶମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଶିଶୁ କନ୍ୟା। ଉଭୟ ନାବାଳିକା ଓ ଶିଶୁ କନ୍ୟା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବରି ଥାନା ଅଞ୍ଚଳରୁ ଆସିଛି ଏହି ଖବର । ଛାତ୍ରୀ ଜଣକ ଏଥର ମାଟ୍ରିକ ପରୀକ୍ଷା ଦେଉଛନ୍ତି । 

Advertisment

ଦୁଇଟି ବିଷୟରେ ପରୀକ୍ଷା ଦେଇଥିବା ବେଳେ ଆଜି ବି ପରୀକ୍ଷା ଥିଲା । କିନ୍ତୁ ଗତକାଲି ତାଙ୍କର ଶାରୀରିକ ଅସୁସ୍ଥତା ଯୋଗୁ ବରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

୨ ଦିନ ତଳେ କନ୍ୟା ସନ୍ତାନର ମା’ ହୋଇଥିଲେ ଦଶମ ଶ୍ରେଣୀ ଛାତ୍ରୀ। ଏଭଳି ଘଟଣା ଘଟିଥିଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଆବାସିକ ବିଦ୍ୟାଳୟରେ। ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ। ତେବେ ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ। ଏଥିସହ ସ୍କୁଲ ହଷ୍ଟେଲରେ ରହୁଥିଲେ। ଛାତ୍ରୀ ଜଣଙ୍କ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ। ପରେ ହଷ୍ଟେଲକୁ ଫେରିଥିଲେ। ହେଲେ ସନ୍ଧ୍ୟାବେଳେ ହଷ୍ଟେଲରେ ହେଉଥିବା ପ୍ରାର୍ଥନାରେ ଯୋଗ ଦେଇନଥିଲେ। ଏ ନେଇ ହଷ୍ଟେଲର ମାଟ୍ରୋନ ଖୋଜାଖୋଜି କରିଥିଲେ, ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଥିଲେ। ହେଲେ ଛାତ୍ରୀଙ୍କୁ ପାଇନଥିଲେ। ପରେ ମାଟ୍ରୋନ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ପୋଲିସକୁ ଜଣାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ

ପୋଲିସ ଖବର ପାଇ ହଷ୍ଟେଲରେ ପହଞ୍ଚି ଖୋଜାଖୋଜି କରିଥିଲା। ପରେ ହଷ୍ଟେଲ ଛାତ ଉପରେ ଥିବା ପାଣି ଟାଙ୍କି ପାଖରେ ଝିଅଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଛାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। 

ତେବେ ଏହି ଘଟଣାକୁ ନେଇ ଜାରି ରହିଛି ତନାଘନା । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ସୁଶାନ୍ତ ଖିଲ। ଅଭିଯୁକ୍ତର ଘର ଚିତ୍ରକୋଣ୍ଡା ଥାନା ଅଧିନ ଦିଶାରୀଗୁଡ଼ା ଅଞ୍ଚଳରେ । ସେପଟେ ସଂପୃକ୍ତ ସ୍କଲରେ ପହଞ୍ଚି ତଦନ୍ତ କରିଛନ୍ତି RDC । ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ହଷ୍ଟେଲ ମାଟ୍ରନ ଓ ANMଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି । 

Advertisment

ଅଧିକ ପଢ଼ନ୍ତୁ: ଋଣ ପାଇଁ ରକ୍ତମୁଖା ସାଜିଲା ଯୁବକ; ପ୍ରେମିକ ସହ ୫ ଜଣଙ୍କୁ ହାଣିଲା

Jajpur Class X Hostel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ