/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743479647.jpg)
Odia Pakhya
ଆଜିଠୁ ଏପ୍ରିଲ ୧୪ ତାରିଖ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ଲାଗି ଏହି ପକ୍ଷ ପାଳନ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯିବ। ୨୦୩୬ ମସିହା ବେଳକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବାକୁ ଥିବା ବେଳେ ଏହି ପକ୍ଷ ଏକ ନୂତନ ଦିଗଦର୍ଶନ ଦେଉଥିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ଅଧିକ ପଢ଼ନ୍ତୁ: ଆଜିଠୁ ନୂଆ ଆର୍ଥିକ ବର୍ଷ; ବନ୍ଦ ହୋଇଯିବ UPI ପେମେଣ୍ଟ
ଆଜି ଓଡ଼ିଶା ଦିବସ ପାଳନ ହେଉଥିବା ବେଳେ ଆସନ୍ତାକାଲି ଏପ୍ରିଲ ୨ ରେ ଖଡ଼ି ଛୁଆଁ ହେବ। ଏପ୍ରିଲ ୩ରେ ଆମ ପୋଷାକ ଆମ ପରିଚୟ ପାଳନ ହେବ। ନିଜ ଅଞ୍ଚଳର ପୋଷାକ ପରିଧାନ ପାଇଁ ନିବେଦନ ହେବ। ଏପ୍ରିଲ ୪ରେ ଓଡ଼ିଆରେ ନାମ ଫଳକ ଅଭିଯାନ। ବ୍ୟବସାୟ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ରେ ଓଡ଼ିଆ ନାମ ଫଳକ ପାଇଁ ସଚେତନତ କରାଯିବ। ଏପ୍ରିଲ ୫ରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜନ ହେବ।
ଏପ୍ରିଲ ୬ ରେ ବରପୁତ୍ର ସ୍ମାରକୀ ଓ ଐତିହ୍ୟ ସ୍ଥଳୀ ଗୁଡିକରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହେବ। ଏପ୍ରିଲ ୭ରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୮ରେ ରକ୍ତଦାନ ଶିବିର। ସେହିପରି ଏପ୍ରିଲ ୯ରେ ଆସ ବହିଟିଏ କିଣିବା ଦିନଟିଏ ପାଳନ ହେବ। ଏପ୍ରିଲ ୧୦ରେ ଲୋକକଳା ପାଇଁ ଦିନଟିଏ। ଏପ୍ରିଲ ୧୧ରେ ଯୁବ ଲେଖକ ଦିବସ। ଏପ୍ରିଲ ୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା କରାଯିବ। ଏପ୍ରିଲ ୧୩ରେ ରବିବାର ପାରମ୍ପରିକ ଓଡ଼ିଆ ଖାଦ୍ୟ ପାଇଁ ଦିନଟିଏ। ଏପ୍ରିଲ ୧୪ରେ ଓଡ଼ିଆ ନୂଆବର୍ଷ ପାଳନ ହେବ।
ସେହିପରି ଓଡ଼ିଶା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ରଙ୍ଗୀନ ଆଲୋକମାଳାରେ ଝଲସୁଛି ବିଭିନ୍ନ ସରକାରୀ ବିଲଡିଂ । ବିଧାନସଭା ଠାରୁ ଆରମ୍ଭକରି ଲୋକସେବା ଭବନ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ସୁନ୍ଦର ଆଲୋକରେ ସଜ୍ଜା ଯାଇଛି। ଭିନ୍ନ ଭିନ୍ନ ସୁଦୃଶ୍ୟ ରଗିନ ଆଲୋକରେ ସଜେଇ ହୋଇଛି ସରକାରୀ କୋଠା । ଲୋକସେବା ଭବନ, ବିଧାନସଭା, କୃଷି ଭବନ, OMC ହାଉସ, ରାଜ୍ୟ ଅତିଥି ଭବନ, କମିସନରେଟ ପୋଲିସ ମୁଖ୍ୟାଳୟ, ଖାରବେଳ ଭବନ, ରାଜୀବ ଭବନ, ନିର୍ମାଣ ସୌଧ, ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ, ଷ୍ଟେଟ ବ୍ୟାଙ୍କ ଭଳି ବିଭିନ୍ନ ପ୍ରତିଷ୍ଠାନ ସଜେଇ ହୋଇଛି।
ଅଧିକ ପଢ଼ନ୍ତୁ: ନୂଆ ଆର୍ଥିକ ବର୍ଷରେ ଲାଗୁହେବ ଏହିସବୁ ନୂଆ ନିୟମ
......
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)