Advertisment

New Financial Year: ଆଜିଠୁ ନୂଆ ଆର୍ଥିକ ବର୍ଷ; ବନ୍ଦ ହୋଇଯିବ UPI ପେମେଣ୍ଟ

ନିଷ୍କ୍ରିୟ ନମ୍ବରରେ ଆଜିଠୁ ଆଉ UPI ପେମେଣ୍ଟ ହୋଇପାରିବନି। ୟୁପିଆଇକୁ ଅଧିକ ସୁରକ୍ଷିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି NCPI। ଏହାଛଡ଼ା କେତେକ କ୍ରେଡିଟ୍ କାର୍ଡ ନିୟମରେ ବି ପରିବର୍ତ୍ତନ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
phone Pe

phone Pe

ଆଜିଠୁ ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ ୨୦୨୫-୨୬। ଏଥିସହ ବଦଳିଲା ଅନେକ ଆର୍ଥିକ ନିୟମ। ନୂଆ ଆୟକର ସ୍ଲାବ୍ ସହ ପୁରୁଣା ପେନସନ ସ୍କିମ୍ ବଦଳରେ କାର୍ଯ୍ୟକାରୀ ହୋଇଛି ୟୁନିଫାଏଡ୍ ପେନସନ୍ ସ୍କିମ୍। GST ନିୟମ ସହ ବହୁ ବ୍ୟାଙ୍କିଙ୍ଗ୍ ନିୟମରେ ବି ପରିବର୍ତ୍ତନ ହୋଇଛି । ବଜେଟରେ ଘୋଷଣା ହୋଇଥିବା ନୂଆ ଆୟକର ନିୟମ ଅନୁସାରେ, ବର୍ଷକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବେନି ଆୟକରଦାତା।

Advertisment

ଅଧିକ ପଢ଼ନ୍ତୁ: ନୂଆ ଆର୍ଥିକ ବର୍ଷରେ ଲାଗୁହେବ ଏହିସବୁ ନୂଆ ନିୟମ

ଏପରିକି ଚାକିରିଆ ଗୋଷ୍ଠୀଙ୍କ ଲାଗି ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସହ ୧୨ ଲକ୍ଷ ୭୫ ହଜାର ଟଙ୍କା ଯାଏଁ ଇନକମ୍ ଟ୍ୟାକ୍ସ ଫ୍ରି ରହିବ। ସେହିପରି ନୂଆ ଆୟକର ସ୍ଲାବ ଅନୁସାରେ ୪ ଲକ୍ଷରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟିକସ, ୮ରୁ ୧୨ ଲକ୍ଷ ଯାଏ ୧୦ ପ୍ରତିଶତ, ୧୨ରୁ ୧୬ ଲକ୍ଷ ଯାଏ ୧୫ ପ୍ରତିଶତ, ୧୬ରୁ ୨୦ ଲକ୍ଷ ଯାଏଁ ୨୦ ପ୍ରତିଶତ, ୨୦ରୁ ୨୪ ଲକ୍ଷ ଯାଏଁ ୨୫ ପ୍ରତିଶତ ଏବଂ ୨୪ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ।

ଏଥିସହ ଦ୍ରବ୍ୟ ଓ ସେବାକର ବା GST ପୋର୍ଟାଲରେ ଲାଗୁ ହୋଇଛି ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ। ଆଜିଠୁ ବହୁ ପ୍ରତୀକ୍ଷିତ ୟୁନିଫାଏଡ୍ ପେନସନ୍ ସ୍କିମ୍ ବା ୟୁପିଏସ୍ ଲାଗୁ ହୋଇଛି। ୟୁନିଫାଏଡ୍ ପେନସନ୍ ସ୍କିମ୍ ଅଧୀନରେ ଅତିକମରେ ୨୫ ବର୍ଷ ଚାକିରିରେ ଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସର ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନସନ ପାଇବେ। ସେହିଭଳି ନିଷ୍କ୍ରିୟ ନମ୍ବରରେ ଆଜିଠୁ ଆଉ UPI ପେମେଣ୍ଟ ହୋଇପାରିବନି। ୟୁପିଆଇକୁ ଅଧିକ ସୁରକ୍ଷିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି NCPI। ଏହାଛଡ଼ା କେତେକ କ୍ରେଡିଟ୍ କାର୍ଡ ନିୟମରେ ବି ପରିବର୍ତ୍ତନ ହୋଇଛି।

Advertisment

ଅଧିକ ପଢ଼ନ୍ତୁ : ଓଡ଼ିଶା ପାଇଁ ଖୁସି ଖବର, ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପ୍ରକ୍ରିୟା ଆରମ୍ଭ 

GST Financial Year UPI Payment
Advertisment
Advertisment