Advertisment

OAS Officers Resume Work : ଜଗା ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ୍ ସଂଘ

ଜଗା ପ୍ରଧାନ ଗିରଫ ହେବା ପରେ ଆନ୍ଦୋଳନରୁ ହଟିଲା OAS ସଂଘ । ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ସମସ୍ତ କର୍ମଚାରୀ । କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ସଂଘ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
OAS

OAS

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ପରେ ଆନ୍ଦୋଳନରୁ ହଟିଲା ଓଏଏସ୍ ସଂଘ । ଦାବି ପୂରଣ ହୋଇଥିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା କହିଲେ ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି ସଂଘ ।

Advertisment

ଅଧିକ ପଢନ୍ତୁ: ଝାରପଡ଼ା ଜେଲରେ କଟିଲା ଜଗାଙ୍କ ରାତି, ସମର୍ଥକଙ୍କ ହାଇଡ୍ରାମା

ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ସମସ୍ତ କର୍ମଚାରୀ । ଗତକାଲି ରାତିରୁ ହିଁ ସଂଘ କାର୍ଯ୍ୟରେ ଯୋଗ ଦେଇଥିବା ଘୋଷଣା କରିଛି ଓଏଏସ୍ ସଂଘ। ଆଜିଠୁ ପୂର୍ବ ଭଳି ରାଜ୍ୟର ସମସ୍ତ ସଂଘର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ। ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ। ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି ସଂଘ।

ସୂଜନାଯୋଗ୍ୟ, ବିଏମସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ କରାଯିବା ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ସଂପୃକ୍ତି ଥିବା ଦାବି କରିଥିଲା ଓଏଏସ୍ ସଂଘ। ସଂଘ ପକ୍ଷରୁ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବି କରାଯାଇଥିଲା। ଏ ନେଇ ଗତ ମଙ୍ଗଳବାର ଠାରୁ ଓଏଏସ୍ ସଂଘ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିଥିଲା । ଆନ୍ଦୋଳନ ଯୋଗୁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇଯାଇଥିଲା।

Advertisment

ଅଧିକ ପଢନ୍ତୁ: ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର, ଗଲେ ଜେଲ

BJP Leader Jagannath Pradhan Odisha Administrative Service
Advertisment
Advertisment